Viral Video: ପଡ଼ିଶା ଘର ସାଙ୍ଗେ କଳି ଲାଗିଲେ ବୋଲି, ମେଞ୍ଚେ ସାପ ଛାଡ଼ିଦେଲେ

Key Points
ରଙ୍ଗିଆପୁରାରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ବିବାଦ ଉପୁଜିଥିଲା।
ଯାହାଫଳରେ ଜଣେ ପଡ଼ୋଶୀ ଚିନ୍ତା କଲେ, ପାନେ ଦେବା ୟାଙ୍କୁ ।
ଆଉ ତାପରେ ସେ ନେଇଥିଲେ ଚରମ ନିଷ୍ପତ୍ତି ।
ପଡ଼ିଶା ଘର ସହ ଲାଗିଲେ କଳି । ତେଣୁ ରାଗ ସୁଝେଇବାକୁ ତାଙ୍କ ଘରେ ଛାଡ଼ିଦେଲେ ବିଷଧର ସାପ । ଗୋଟେ କି ଯୋଡ଼ିଏ ନୁହେଁ ପୁଳା ପୁଳା ସାପ । ସେଥିରେ ନାଗ-ନାଗୁଣୀ ରହିଥିବା ବେଳେ ଅନ୍ୟ ବିଷଧର ସାପ ମଧ୍ୟ ସାମିଲ । ଆପଣଙ୍କୁ ଏହି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।
ମଧ୍ୟ ପ୍ରଦେଶର ବିଦିଶାର କୋତୱାଲି ଥାନା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ରଙ୍ଗିଆପୁରାରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ବିବାଦ ଉପୁଜିଥିଲା। ଯାହାଫଳରେ ଜଣେ ପଡ଼ୋଶୀ ଚିନ୍ତା କଲେ, ପାନେ ଦେବା ୟାଙ୍କୁ । ଆଉ ତାପରେ ସେ ନେଇଥିଲେ ଚରମ ନିଷ୍ପତ୍ତି । ଆଉ ବିଷଧର ସାପ ଆଣି ତାଙ୍କ ଘରେ ଛାଡ଼ି ଦେଇଥିଲେ ।
ଯାହାଫଳରେ ପଡ଼ିଶା ଘରେ ରହୁଥିବା ଲୋକେ ସାପ ଦେଖି ଭୟଭୀତ ହୋଇପଡ଼ିଥିଲେ । ଏନେଇ ସେମାନେ ଥାନାରେ ଅଭିଯୋଗ କଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପଡ଼ୋଶୀକୁ ପୋଲିସ ପଚରାଉଚରା କରିବା ସହିତ ବାସ୍ତବ ଘଟଣା କ’ଣ ହୋଇପାରେ ସେନେଇ ଅନ୍ୟ ଲୋକଙ୍କ ସହ ମଧ୍ୟ ଆଲୋଚନା କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଅଭିଯୁକ୍ତ ଜଣକ ଜଣେ ସାପଧରାଳୀ। ଇତିମଧ୍ୟରେ ସେ ଶହେରୁ ଅଧିକ ସାପ ଧରିସାରିଛନ୍ତି।
ତେବେ ଅଭିଯୁକ୍ତ ଜଣଙ୍କ ସାପ ଛାଡ଼ିବା ଦେଖି, ପଡ଼ୋଶୀ ଅନ୍ୟ ଜଣେ ସାପ ଧରାଳିଙ୍କୁ ଡାକି ସାପଗୁଡ଼ିକୁ ଧରିଥିଲେ । ଭାଗ୍ୟ ଭଲ ଥିଲା ତେଣୁ ସାପଗୁଡ଼ିକ ପରିବାର ଲୋକଙ୍କ କୌଣସି ସଦସ୍ୟଙ୍କୁ କିଛି କ୍ଷତି କରିପାରି ନାହାନ୍ତି।
विदिशा में हैरान कर देने वाला मामला!
— Shahnawaz Sadique (@shahnawazsadiqu) August 2, 2025
पड़ोसी से विवाद इतना बढ़ा कि गुस्से में आकर घर में सांप छोड़ दिए!
रंगियापुरा में हफीज कुरैशी नामक युवक ने पड़ोसी आशु खान के घर पहले नागिन और फिर जहरीला सांप छोड़ा।
आशु ने पकड़े गए सांप के साथ थाने पहुंचकर शिकायत दर्ज करवाई है।
⚠️ कहा -… pic.twitter.com/f9edqKct5u