Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଶ୍ଚର୍ଯ୍ୟ ! ଏକାଠି ରହୁଛନ୍ତି ବାଘ-ଛେଳି-ଭାଲୁ-ମଣିଷ

National

ଆଶ୍ଚର୍ଯ୍ୟ ! ଏକାଠି ରହୁଛନ୍ତି ବାଘ-ଛେଳି-ଭାଲୁ-ମଣିଷ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆଶ୍ଚର୍ଯ୍ୟ ! ଏକାଠି ରହୁଛନ୍ତି ବାଘ-ଛେଳି-ଭାଲୁ-ମଣିଷ

Key Points

  • ଏକାଠି ରହୁଛନ୍ତି ବାଘ-ଛେଳି-ଭାଲୁ-ମଣିଷ
  • ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ

ଅର୍ଗସ ବ୍ୟୁରୋ: ବାଘ ଭାଲୁ ନାଁ ଶୁଣିଲେ ମନରେ ଭୟ ସଂଚାର ହୁଏ । କାରଣ ସେମାନେ କେତେ ହିଂସ୍ର ତାହା କାହାକୁ ବି ଅଛପା ନାହିଁ । ଥରେ ଚିନ୍ତା କରନ୍ତୁ ତ ? ଯଦି ଗୋଟିଏ ସ୍ଥାନରେ ବାଘ, ଭାଲୁ, ଛେଳିଙ୍କ ସହ ମଣିଷ ରହୁଛନ୍ତି ତାହା ପୁଣି ଗୋଟିଏ ସ୍ଥାନରେ । ଅବଶ୍ୟ କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଘଟଣା ପୁରା ସତ । ସେଇଥି ଲାଗି ତ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି, ଗୋଟିଏ ଜାଗାରେ ସମସ୍ତେ ଏକାଠି ହୋଇ ରହୁଛନ୍ତି । କେହି କାହାର କ୍ଷତି ବି କରୁନାହାନ୍ତି । ପ୍ରଥମେ ଦୁଇଟି କଲରାପତରିଆ ବାଘ ଦୁଇଟି ଆସି ବୁଲୁଥିଲେ ପରେ ପରେ ତିନିଟି ଭାଲୁ ଆସି ସେହି ଅଂଚଳରେ ଆସି ବୁଲିଲେ । ଆଉ କିଛି ସମୟ ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା ତାହା ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । କାରଣ ଛେଳି ଚରାଳୀ ନିଜର ଛେଳି ପଲଙ୍କୁ ନେଇ ସେହି ରାସ୍ତାରେ ଗଲେ । ପରେ ପରେ ମହାବଳ ବାଘ ବି ସେହି ସ୍ଥାନରେ ଆସି ପହଞ୍ଚିଥିଲା । କିନ୍ତୁ ଆଶ୍ଚର୍ଯ୍ୟ ସେବେ ଲାଗିଥିଲା ଯେବେ କେହି କାହାର କୌଣସି କ୍ଷତି କରିନଥିଲେ । ଏ ସବୁର ଭିଡିଓ ସେହି ଅଂଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଯାହା ଏବେ ଭାରି ଭାଇରାଲ ହେଉଛି । ୱାଇଲ୍ଡ ୱାର୍ଲ୍ଡ ଇଣ୍ଡିଆ ପକ୍ଷରୁ ଏହି ଭିଡିଓ ସେୟାର କରାଯାଇଛି । 

ଅନେକ ସମୟରେ ଏମିତି କାହାଣୀ ସାମ୍ନାକୁ ଆସେ ଯେଉଁଠି ମଣିଷ ନିରୀହ ପଶୁଙ୍କୁ ଆକ୍ରମଣ କରେ । ଖାଲି ଆକ୍ରମଣ କରେ ତାହା ନୁହେଁ ବରଂ ଜୀବନ ନେବାକୁ ବି ପଛାଏ ନାହିଁ । କେବଳ ଏମିତି ଘଟଣା ଓଡ଼ିଶାରେ ନୁହେଁ ବରଂ ଦେଶରେ ବି ଘଟୁଛି । ଯାହାକୁ ନେଇ ପରିବେଶବିତ୍‌ ଓ ପଶୁପ୍ରେମୀ ବି ଚିନ୍ତାରେ ପଡିଛନ୍ତି । ହେଲେ ଏହି ଭିଡିଓ ଭାଇରାଲ ହେବା ପରେ ଗୋଟିଏ କଥା ସ୍ପଷ୍ଟ ପଶୁ ହିଂସ୍ର ହେଲେ ବି ସେମାନଙ୍କୁ ଆଘାତ୍‌ ନଦେଲେ ସେମାନେ ବି ଆକ୍ରମଣ କରିବେ ନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Humans Coexisting with Tigers | Argus News