Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Food Waste / ଯଦି ଆପଣ ବି ଖାଦ୍ୟ ନଷ୍ଟ କରୁଛନ୍ତି ତେବେ ଏହି ଭିଡିଓ କୁ ଥରେ ଦେଖନ୍ତୁ ଆଖିରେ ଲୁହ ଆସିଯିବ...

Rashmita Mishra
Browse all articles by Rashmita Mishra
·3 months ago·2 min read
ଯଦି ଆପଣ ବି ଖାଦ୍ୟ ନଷ୍ଟ କରୁଛନ୍ତି ତେବେ ଏହି ଭିଡିଓ କୁ ଥରେ ଦେଖନ୍ତୁ ଆଖିରେ ଲୁହ ଆସିଯିବ...
Food Waste

Key Points

ଏମିତି ଭୋକ... ତଳୁ ଉଠାଇ ଖାଇଲେ । 
ଯଦି ଆପଣ ବି ଖାଦ୍ୟ ନଷ୍ଟ କରୁଛନ୍ତି ତେବେ ଏହି ଭିଡିଓ କୁ ଥରେ ଦେଖନ୍ତୁ...

ପ୍ରତିଦିନ ଇଣ୍ଟରନେଟରେ କିଛି ନା କିଛି ଭିଡିଓ ଭାଇରାଲ ହୁଏ । କିଛି ଆମକୁ ହସାଇଥାଏ, ଆଉ କିଛି ଆମକୁ ଆଶ୍ଚର୍ଯ୍ୟ କରିଥାଏ । କିନ୍ତୁ ବର୍ତ୍ତମାନ ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେହି ଭିଡିଓ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ । ଏହି ଭିଡିଓ ଦାରିଦ୍ର୍ୟର ଏକ ବାସ୍ତବତାକୁ ପ୍ରକାଶ କରେ, ଯାହାକୁ ଆମେ ପ୍ରାୟତଃ ଅଣଦେଖା କରୁ ।

ଏହି ଭାଇରାଲ ଭିଡିଓଟି ଜଣେ ବ୍ୟକ୍ତିଙ୍କ ଅସହାୟତା ଦେଖିବା ପରେ ଲୋକଙ୍କ ଆଖିରେ ଲୁହ ଆଣିଦେଇଛି । ଭିଡିଓଟି ଟ୍ରେନରେ ସୁଟିଂ ହୋଇଥିବା ପରି ମନେ ହେଉଛି, ଯେଉଁଠାରେ ଜଣେ ବ୍ୟକ୍ତି ଏତେ ଭୋକରେ ଅଛନ୍ତି ଯେ ସେ ଠିକ୍ ଏବଂ ଭୁଲର ଜ୍ଞାନ ହରାଇ ବସିଛନ୍ତି । ଆପଣ ଦେଖିବେ କି ମଇଳା ଟ୍ରେନରେ ବିଛାଡ଼ି ହୋଇଥିବା ଭାତ ଉଠାଇ ଖାଉଥିବାର । ଏହି ଭିଡିଓଟି ଦେଖି ସମସ୍ତେ ଭାବୁଛନ୍ତି ଯେ ଭୋକ ଜଣେ ବ୍ୟକ୍ତିଙ୍କୁ କ’ଣ କରିବାକୁ ବାଧ୍ୟ କରିପାରେ ।

ଲୋକମାନେ କହିଲେ- 'ମାନବତା ହଜିଯାଇଛି
@Renuy703 ହ୍ୟାଣ୍ଡେଲ ଦ୍ୱାରା X ରେ ସେୟାର କରାଯାଇଥିବା ଏହି ଭିଡିଓଟି ନେଟିଜେନମାନଙ୍କ ମଧ୍ୟରେ ଏକ ବିତର୍କ ସୃଷ୍ଟି କରିଛି । ଅନେକ ଲୋକ ଅନେକ ପ୍ରଶ୍ନ କରିଛନ୍ତି ଯେ ଆଜିର ସମୟରେ ମଧ୍ୟ କାହିଁକି ଜଣେ ଏତେ ଅସହାୟ ?

ଜଣେ ବ୍ୟବହାରକାରୀ ଭାବପ୍ରବଣ ହୋଇ ମନ୍ତବ୍ୟ ଦେଇଛନ୍ତି, "ଆମେ ଆମ ପ୍ଲେଟରେ ଖାଦ୍ୟ ଛାଡି ଦେଉଛୁ, କିନ୍ତୁ ଏଠାରେ କାହାକୁ ମଇଳା ସ୍ଥାନରୁ ଖାଇବାକୁ ବାଧ୍ୟ କରାଯାଉଛି ।" ଆଉ ଜଣେ କହିଛନ୍ତି, "ଏହି କ୍ଲିପ୍ ଦେଖିବା ପରେ, ମୁଁ ମୋର ଖାଦ୍ୟ ନଷ୍ଟ କରିଥିବାରୁ ଅନୁତାପ କରୁଛି ।" ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓ କ୍ଲିପ୍ କୁ ବ୍ୟାପକ ଭାବରେ ସେୟାର କରୁଛନ୍ତି, କର୍ତ୍ତୃପକ୍ଷଙ୍କୁ ଜାଗ୍ରତ କରିବା ଏବଂ ସମାଜରେ ଏପରି ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବା ଆଶାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Food Waste | If You Waste Food, Watch This Viral Video Once | Argus News