ବଢିଆ ଜୁଗାଡ; ଗୃହିଣୀଙ୍କଠାରୁ ଆରମ୍ଭ କରି ବ୍ୟାଚଲର ସମସ୍ତଙ୍କ ମନ ଜିଣୁଛି ଏହି କଡେଇ

Key Points
ଆଉ ହବନି ରୋଷେଇ ଝିଞ୍ଝଟ୍
ଏକାସାଙ୍ଗରେ ଦୁଇଟି ତରକାରୀ
ସମୟ ବଞ୍ଚିବ, ଖର୍ଚ୍ଚ କମିବ
Viral Video
ଦୁନିଆରେ ପ୍ରତିଦିନ କିଛି ନା କିଛି ଘଟଣା ଘଟେ ଯାହା ଆମକୁ ଆକର୍ଷିତ କରିଥାଏ । ସୋସିଆଲ ମିଡିଆରେ ଏବେ ଲୋକମାନେ ଏତେମାତ୍ରାରେ ବ୍ୟବହାର କରୁଛନ୍ତି ଯେ, କିଛି ନୂଆ ଘଟଣା ବା କିଛି ନିଆରା ଘଟିଲେ ତାହା ସଙ୍ଗେ ସଙ୍ଗେ ଭାଇରାଲ ହେଉଛି । ସେହି ଘଟଣା ମଧ୍ୟରୁ ଗୋଟିଏ ହେଉଛି ଏହି ଭିଡିଓଟି ।
यह टेक्नोलॉजी इंडिया से बाहर नहीं जानी चाहिए 😹😂 pic.twitter.com/Vw96Ry4xt2
— Byomkesh (@byomkesbakshy) May 30, 2025
📱 Get Argus News App
✨ଭିଡିଓଟି ଦେଖିଲେ ଆପଣ କହିବେ ଆରେ ବାଃ । ଇଏ ତ ବଢିଆ ସଲ୍ୟୁସନ୍ । କାରଣ ଯଦି ଗୋଟେ କଡେଇରେ ଏକାବେଳେ ଦୁଇଟି ତରକାରୀ ହେଇପାରିବ ତାହା ୟାଠୁ ବଡ କଥା ଆଉ କଣ । ସେ ବ୍ୟାଚଲର ହୁଅନ୍ତୁ ବା ଫ୍ୟାମିଲି ଏମିତି କଡେଇ ସମସ୍ତଙ୍କ ଘରେ ରହିବା ଦରକାର ।
ସମୟ ବଞ୍ଚିବ । ଖର୍ଚ୍ଚ ବି କମିବ । ଗୋଟେ କଡେଇରେ ଏକାସଙ୍ଗେ ହୋଇପାରିବ ଦୁଇ ଦୁଇଟି ତରକାରୀ । ଏହି ଭିଡିଓଟି ଏବେ ବହୁତ ମାତ୍ରାରେ ଭାଇରାଲ୍ ହେଉଛି । ସେ ଚାକିରିଆ ହୁଅନ୍ତୁ ବା ପାଠ ପଢା ପିଲା ରୋଷେଇ ସହ ଅନ୍ୟ ସବୁ ମ୍ୟାନେଜ କରିବା ଟିକେ କଷ୍ଟକର ହୋଇପଡେ । କିନ୍ତୁ ଏହି କଡେଇ ରୋଷେଇ ଟେନସନରୁ ମୁକ୍ତି ଦେବ । ଆଉ ବିଶେଷ କରି ବ୍ୟାଚଲରଙ୍କ ପାଇଁ ତ ଏହି କଡେଇ ବରଦାନ କହିଲେ ଭୂଲ ହେବନି ।
'X' ରେ ବ୍ୟୋମକେଶ ନାମକ ବ୍ୟକ୍ତି ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ ଏହି ଆଇଡିଆ ଭାରତ ବାହାରକୁ ଯିବା କଥା ନୁହେଁ । ପ୍ରକୃତରେ ଦେଖିବାକୁ ଗଲେ ଭାରତରେ ଲୋକେ ଖାଇବାକୁ ଟିକେ ଅଧିକ ପ୍ରାଦାନ୍ୟ ଦିଅନ୍ତି । ସକାଳୁ ରାତି ଯାଏ ଆମ ଘରମାନଙ୍କରେ ରୋଷେଇକୁ ନେଇ ବଡ ଟେନସନ ଥାଏ । କିଏ କଣ ଖାଇବ..କାହାକୁ କଣ ଭଲ ଲାଗେ..ବିଶେଷ କରି ଗୃହିଣୀମାନଙ୍କ ପାଇଁ ଏହି ଜିନିଷ ଧ୍ୟାନରେ ରଖି ସମସ୍ତଙ୍କ ପାଇଁ ରୋଷେଇ କରିବା କାଠିଗରପାଟ୍ । ହେଲେ ଏହି କଡେଇଟି ଦେଖିଲେ ସେମାନେ ବି ହସିବେ..ତା ସହ କହିବେ ଆମେ ବି ଗୋଟେ ଏମିତି କଡେଇ ବନେଇବା । ତେବେ ସେ ଯାହା ହେଉନି ନା କାହିଁକି ଏହି କଡେଇଟି ଏବେ ସମସ୍ତଙ୍କ ମନ ଜିଣିଛି ।