Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Video: GYMରେ ଟ୍ରାଇସେପ୍‌ ମାରୁଥିଲେ ଯୁବକ, ହଠାତ୍‌ ଟଳିପଡ଼ିଲେ ! ଓଜନ ଥିଲା ୧୭୫...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Viral Video: GYMରେ ଟ୍ରାଇସେପ୍‌ ମାରୁଥିଲେ ଯୁବକ, ହଠାତ୍‌ ଟଳିପଡ଼ିଲେ ! ଓଜନ ଥିଲା ୧୭୫...

Key Points

ବ୍ୟାୟାମ କରୁଥିବା ଜଣେ ୩୫ ବର୍ଷୀୟ ବ୍ୟକ୍ତି ହଠାତ୍‌ ତଳେ ପଡ଼ିଗଲେ ।

ପାଖରେ ଥିବା ଅନ୍ୟ ଲୋକମାନେ ତାଙ୍କ ପାଖକୁ ଧାଇଁ ଆସିଲେ ।

ହେଲେ ସେତେବଳକୁ ତାଙ୍କର ଜୀବନ ଯାଇସାରିଛି ।

ଯୁବ ପିଢ଼ି ଏବେ ହାର୍ଟଆଟାକ୍‌ର ଶିକାର ହେବା ସାଧାରଣ କଥା ହେଲାଣି । କିଛି ବର୍ଷ ପୂର୍ବରୁ ହାର୍ଟଆଟାକ୍‌ କେବଳ ବୟସ୍କଙ୍କୁ ହେଉଥିଲା । ଯୁବକ କିମ୍ବା ପିଲାମାନଙ୍କୁ ହାର୍ଟଆଟାକ୍‌ ହେବାର କେହି ଶୁଣିବାକୁ ବି ପାଉନଥିଲେ । କିନ୍ତୁ ଏଇ କିଛି ବର୍ଷ ହେବ ହାର୍ଟଆଟାକ୍‌ ଏକ ସାଧାରଣ ଘଟଣା ହେଲାଣି । ହାର୍ଟଆଟାକ୍‌ରେ ଅନେକ ଜୀବନ ଚାଲିଗଲାଣି ।

ନିକଟରେ ମଡେଲ୍‌ ତଥା ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କର ହୃଦ୍‌ଘାତରେ ମୃତ୍ୟୁ ହେବା ପରେ ସାରା ଦେଶରେ ହୃଦ୍‌ଘାତ ପ୍ରତି ଏକ ଭୟ ଭାବ ସୃଷ୍ଟି ହୋଇଛି । କେବଳ ଜରିଓ୍ୱାଲା ନୁହନ୍ତି, ଏହା ପୂର୍ବରୁ ଏଭଳି ଅନେକ ଉଦାହରଣ ରହିଛି, ଯେଉଁଥିରେ କିଏ ଷ୍ଟେଜ୍‌ରେ ଗୀତ ଗାଉଥିବା ବେଳେ ହାର୍ଟଆଟାକ୍‌ର ଶିକାର ହୋଇଛି ତ କିଏ ବିବାହ ମଣ୍ଡପରେ । ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି ।

ଠିକ୍‌ ସେମିତି ଏକ ଘଟଣା ଏବେ ଫରିଦାବାଦର ଏକ ଜିମ୍‌ରେ ଦେଖିବାକୁ ମିଳିଛି । ବ୍ୟାୟାମ କରୁଥିବା ଜଣେ ୩୫ ବର୍ଷୀୟ ବ୍ୟକ୍ତି ହଠାତ୍‌ ତଳେ ପଡ଼ିଗଲେ । ପାଖରେ ଥିବା ଅନ୍ୟ ଲୋକମାନେ ତାଙ୍କ ପାଖକୁ ଧାଇଁ ଆସିଲେ । ହେଲେ ସେତେବଳକୁ ତାଙ୍କର ଜୀବନ ଯାଇସାରିଛି । ଏଇ ପୂରା ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ଭାଇରାଲ ହେଉଛି ।

ଘଟଣାଟି ମଙ୍ଗଳବାର ସକାଳେ ଘଟିଛି । ପଙ୍କଜ ନାମକ ବ୍ୟକ୍ତି ନିଜ ଟ୍ରାଇସେପ୍ସ ବୃଦ୍ଧି ପାଇଁ ଏକ୍ସରସାଇଜ କରୁଥିବା ବେଳେ ହଠାତ ହାର୍ଟଆଟାକର ଶିକାର ହୋଇ ପ୍ରାଣ ହରାଇଛନ୍ତି। ପଙ୍କଜ ସକାଳ ପ୍ରାୟ ୧୦ଟା ବେଳେ ଫରିଦାବାଦର ସେକ୍ଟର ୮ ସ୍ଥିତ ସରୌତ ଜିମ ଓ ୱେଲନେସ କ୍ଲବକୁ ଆସିଥିଲେ। ଦିନ ପ୍ରାୟ ୧୦ଟା ୨୦ରେ ପଙ୍କଜ ନିଜ କାନ୍ଧ ପାଇଁ ଏକ୍ସରସାଇଜ କରିଥିଲେ । ପରେ ନିଜର ଟ୍ରାଇସେପ୍ସ ପାଇଁ ଏକ୍ସରସାଇଜ କରିଥିଲେ । ଏହାର କିଛି ସମୟ ପରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ଜିମ୍ ଚଟାଣରେ ଟଳି ପଡ଼ିଥିଲେ ।

ଏହା ଦେଖି ଜିମର ଅନ୍ୟମାନେ ପଙ୍କଜଙ୍କ ପାଖକୁ ଦୌଡ଼ିଥିଲେ। ସେମାନେ ତାଙ୍କ ମୁହଁରେ ପାଣି ପକାଇ ଉଠାଇବାକୁ ଚେଷ୍ଟା କରିଥିଲେ। ନିକଟରେ ଥିବା ଗୋଟିଏ ଡାକ୍ତରୀ ଟିମ ଓ ଆମ୍ବୁଲାନ୍ସ ପହଞ୍ଚିଥିଲା। ଡାକ୍ତର ପଙ୍କଜଙ୍କୁ ମୃତ ଘୋଷଣା କରିଥିଲେ । ଜିମ୍ ଟ୍ରେନର ପୁନିତ କହିଛନ୍ତି ପଙ୍କଜ ଜିମ୍‌ରେ ହେଭି ଏକ୍ସରସାଇଜ କରୁନଥିଲେ । ପଙ୍କଜ ଯେତେବେଳେ ଟଳିପଡିଲେ ତାଙ୍କୁ ତୁରନ୍ତ ଟେକିକି ହସପିଟାଲ ନେଇ ପାରିନଥିଲୁ । କାରଣ ପଙ୍କଜଙ୍କ ଓଜନ ୧୭୫ କେଜି । ପ୍ରାଥମିକ ତଦନ୍ତରୁ ପଙ୍କଜ ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Video: Young man was doing triceps exercises in the GYM, suddenly collapsed ! | Argus News