Videos
|
National

ଭାଇରାଲ ହେଉଛି ଅନୁଷ୍କାଙ୍କ ମେସେଜ୍‌...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭାଇରାଲ ହେଉଛି ଅନୁଷ୍କାଙ୍କ ମେସେଜ୍‌...

ଭାଇରାଲ ହେଉଛି ଅନୁଷ୍କାଙ୍କ ମେସେଜ। ସ୍ୱାମୀ ବିରାଟଙ୍କ ପାଇଁ ପଠାଇଥିଲେ ସ୍ପେଶାଲ ମେସେଜ। ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ରେକର୍ଡ ଭାଙ୍ଗିଥିଲେ । ଦୁବାଇ ଷ୍ଟାଡିୟମରୁ ବିରାଟ କୋହଲିଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ଫଟୋରେ, ବିରାଟ ତାଙ୍କ ୱେଡିଂ ରିଙ୍ଗକୁ କିସ୍ କରୁଥିବା ବେଳେ ତ ଆଉ ଗୋଟିଏ ଶତକ ହାସଲ କରିବା ପରେ ଆକାଶ ଆଡକୁ ଚାହିଁ ରହିଥିବାର ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଆଉ ଏକ ଫଟୋ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି । ମ୍ୟାଚ୍ ଶେଷ ହେବା ପରେ, କିଙ୍ଗ କୋହଲି ପଡ଼ିଆରେ ଏକ ଭିଡିଓ କଲରେ ଅନୁଷ୍କାଙ୍କ ସହ କଥା ହେଉଥିବାର ନଜର ଆସିଛନ୍ତି । ଏହି ଫଟୋ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛି ।

ବିରାଟ କୋହଲି ଏହି ମ୍ୟାଚ୍‌ରେ କେବଳ ୧୪୦୦୦ ରନ୍ ପୂରଣ କରି ନଥିଲେ ବରଂ ସର୍ବାଧିକ ଶତକ ମାରିଥିବା ବ୍ୟାଟ୍ସମ୍ୟାନ୍ ମଧ୍ୟ ହୋଇଥିଲେ । ପାକିସ୍ତାନ ବିପକ୍ଷରେ ବିରାଟ କୋହଲି ୧୧୧ ବଲ୍‌ରେ ୭ଟି ଚୌକାରେ ୧୦୦ ରନ୍ କରିଥିଲେ । ଯାହା ପରେ କିଙ୍ଗ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି ।

ଭାରତୀୟ ଦଳର ବିଜୟ ଏବଂ ବିରାଟଙ୍କ ଐତିହାସିକ ଶତକ ପାଳନ କରି ଅନୁଷ୍କା ତାଙ୍କ ସ୍ୱାମୀଙ୍କ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ବିରାଟ କୋହଲି କ୍ୟାମେରାକୁ ଥମ୍ବସ୍ ଅପ୍ ଦେଉଥିବାର ନଜର ଆସିଛନ୍ତି । ଅନୁଷ୍କା ଶର୍ମା ଏହି ଫଟୋରେ ଲାଲ ହାର୍ଟ ଏବଂ ହାତ ଯୋଡିଥିବା ଇମୋଜି ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଯାହାକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Virat Kohli kisses his wedding ring after defeating Pakistan, Internet calls it ‘best moment’ | Argus News