Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତୁର୍କୀ ଡ୍ରାମାରେ ବିରାଟ, ପ୍ରଶଂସକ କହୁଛନ୍ତି...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ତୁର୍କୀ ଡ୍ରାମାରେ ବିରାଟ, ପ୍ରଶଂସକ କହୁଛନ୍ତି...

ତୁର୍କୀ ସିରିଜ୍‌ରେ ନଜର ଆସିଲେ କ୍ରିକେଟର ବିରାଟ କୋହଲି। ଯାହାକୁ ନେଇ ସବୁଠି ଭାଇରାଲ। ତୁର୍କୀର ଐତିହାସିକ ଡ୍ରାମା ‘ଏର୍ତୁଗ୍ରୁଲ’ରେ ବିରାଟଙ୍କୁ ଦେଖିବାକୁ ମିଳିଛି ବୋଲି ଚର୍ଚ୍ଚା ଜୋର ଧରିଛି। ଭାରତ ସମେତ ସାରା ବିଶ୍ୱରେ ‘ଏର୍ତୁଗ୍ରୁଲ’ ସିରିଜ୍‌ର ପ୍ରଶଂସକ ରହିଛନ୍ତି । ଜଣେ ରେଡିଟ୍‌ ୟୁଜର୍‌ ଏହି ତୁର୍କୀ ଅଭିନେତାଙ୍କ ଫଟୋ ପୋଷ୍ଟ୍‌ କରିବା ପରେ ଖବରଟି ଶିରୋନାମା ହେଲା । ଫଟୋ ସହ ସେ ମଜାରେ କ୍ୟାପ୍‌ସନ ଲେଖିଲେ ‘ଟିଭି ଶୋ’ରେ ଅନୁଷ୍କା ଶର୍ମାଙ୍କ ସ୍ୱାମୀଙ୍କର ଡେବ୍ୟୁ ।’ ବିରାଟ ଓ ତୁର୍କୀ ଅଭିନେତାଙ୍କ ମଧ୍ୟରେ ଏହି ଅବିଶ୍ୱସନୀୟ ସମାନତା ଦେଖି ଅନେକ ୟୁଜର୍‌ ଅଭିନେତାଙ୍କୁ ପ୍ରଥମେ ବିରାଟ ବୋଲି ଭାବିନେଲେ ।

କ୍ରିକେଟ୍‌ ସୁପର୍‌ଷ୍ଟାର ବିରାଟ କୋହଲିଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ବିଶ୍ୱରେ ଚର୍ଚ୍ଚା । ଜଣେ ତୁର୍କୀ ଅଭିନେତା ଓ ବିରାଟଙ୍କ ଲୁକ୍‌ ମଧ୍ୟରେ ସମାନତାକୁ ନେଇ ସୋସିଆଲ ମିଡିଆରେ ଚହଳ ପଡ଼ିଛି । ତୁର୍କୀର ଐତିହାସିକ ଡ୍ରାମା ‘ଏର୍ତୁଗ୍ରୁଲ’ରେ ଏହି ଅଭିନେତା ବିରାଟଙ୍କ ଭ୍ରମ ସୃଷ୍ଟି କରିଛନ୍ତି । ତାଙ୍କ ଲୁକ୍‌ ପୂରାପୂରି ବିରାଟଙ୍କ ସହ ମେଳ ଖାଉଛି ।

ତେବେ ପ୍ରଥମ ଥର ସେଲିବ୍ରିଟିଙ୍କ ନକଲଙ୍କୁ ନେଇ ଚର୍ଚ୍ଚା ହୋଇନାହିଁ । କିଛି ବର୍ଷ ତଳେ, ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜେ ଆମେରିକୀୟ ଗାୟିକା ଜୁଲିଆ ମାଇକେଲ୍ସ ଓ ତାଙ୍କ ସହିତ ସାମଞ୍ଜସ୍ୟକୁ ସ୍ୱୀକାର କରିଥିଲେ । ଜଣେ ୟୁଜର୍‌ ପ୍ରତିକ୍ରିୟା ଦେଇଛନ୍ତି, ଏହା ମଜା ନୁହେଁ । ପ୍ରଥମେ ଯେତେବେଳେ ‘ଏର୍ତୁଗ୍ରୁଲ’ ସିରିଜ୍‌ରେ ଏହି ଚରିତ୍ରକୁ ଦେଖିଲି, ସଙ୍ଗେସଙ୍ଗେ ପାଟିରୁ ବାହାରିଲା ‘କ’ଣ ତୁର୍କୀ ସିରିଜ୍‌ରେ କୋହଲି ଅଭିନୟ କରୁଛନ୍ତି! ଏହି ସାମଞ୍ଜସ୍ୟ ବାସ୍ତବରେ ଭୟାନକ ।’ ଆଉ ଜଣେ ଲେଖିଛନ୍ତି ‘ମୁଁ ଭାବିନେଲି ଯେ କୋହଲି ଗୋପନରେ ଅଭିନୟ କ୍ଷେତ୍ରରେ ପ୍ରବେଶ କରିଛନ୍ତି! ବିରାଟଙ୍କ ପରି ଦେଖାଯାଉଥିବା ଏହି ବ୍ୟକ୍ତି ବର୍ତ୍ତମାନ ଭାଇରାଲ ହେଉଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
virat-kohli-made-his-tv-debut-with-turkish-series-reddit-jokes-nepotism-getting-out-of-hand | Argus News