Virat Kohli Controversy / ବିରାଟ କୋହଲିଙ୍କ ନାଁ ନେଇ ଭ୍ୟୁଜ ପାଇଁ ମିଥ୍ୟା ପ୍ରଚାର କରିବା ବନ୍ଦ କର…ବର୍ଷିଲା କୋହଲିଙ୍କ ଟିମ…ବାବାଙ୍କୁ ଭଲ ପାଆନ୍ତି
·1 hour ago·2 min read

Key Points
ବିରାଟ କୋହଲିଙ୍କ ଦଳ ଏବେ ଏହି ଅଭିଯୋଗର ପ୍ରତିକ୍ରିୟା ରଖିଛି
୫କୋଟି ଟଙ୍କା ନେବା କଥା ପୁରାପୁରି ମିଥ୍ୟା
୫କୋଟି ଟଙ୍କା ନେବା କଥା ପୁରାପୁରି ମିଥ୍ୟା
ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ପ୍ରେମାନନ୍ଦ ମହାରାଜଙ୍କ ଉପରେ ଗଭୀର ଆସ୍ଥା ରହିଛି। କିଙ୍ଗ କୋହଲି ପତ୍ନୀ ଅନୁଷ୍କାଙ୍କ ସହିତ ବାବା ପ୍ରେମାନନ୍ଦଜୀଙ୍କ ଆଶ୍ରମକୁ ବହୁଥର ଯାଇ ସାରିଛନ୍ତି। କିନ୍ତୁ କୋହଲିଙ୍କୁ ନେଇ ଏବେ ଆଉ ଏକ ନୂଆ ବିବାଦ ପୁଣିଥରେ ଆରମ୍ଭ ହୋଇଯାଇଛି। ନିକଟରେ ଏକ ବଡ଼ ଆରୋପ ଲାଗିଥିଲା କି ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କ ଠାରୁ ୫କୋଟି ଟଙ୍କା ନେଇଥିଲେ। ଫଳାହାରୀ ମହାରାଜ ଦିନେଶ ଶର୍ମା ଏହି ଅଭିଯୋଗ ଆଣିଥିଲେ ଯେ , କୋହଲି ବାବାଙ୍କ ଆଶ୍ରମକୁ ଆସିବାକୁ ୫କୋଟି ଟଙ୍କା ନେଇଥିଲେ। ଶିଷ୍ୟ ରସିକ ଦୁଲାରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟ ପରେ କୋହଲିଙ୍କୁ ନେଇ ଏତେ ବଡ଼ କଥା ପୁରା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା। ଯାହା ଥିଲା ସମ୍ପୂର୍ଣ୍ଣ ମିଥ୍ୟା ବାବାଙ୍କ ଆସ୍ଥାକୁ ଖରାପ କରିବାରେ ଏଭଳି ଚକ୍ରାନ୍ତ କରାଯାଉଛି।
ବିରାଟ କୋହଲିଙ୍କ ଦଳ ଏବେ ଏହି ଅଭିଯୋଗର ପ୍ରତିକ୍ରିୟା ରଖିଛି। ବିରାଟ କୋହଲିଙ୍କ ମୁଖପାତ୍ରଙ୍କ ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, "ଆମେ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛୁ ଯେ ଫାଲାହାରୀ ମହାରାଜ ଦିନେଶ ଶର୍ମା ବିରାଟ କୋହଲିଙ୍କ ସମ୍ପର୍କରେ କରିଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଏବଂ ତଥ୍ୟଗତ ଭାବରେ ଭୁଲ। ପ୍ରେମାନନ୍ଦ ମହାରାଜ ଜୀଙ୍କ ପ୍ରତି ତାଙ୍କର ଗଭୀର ବିଶ୍ୱାସ ଏବଂ ଭକ୍ତି ହେତୁ ବିରାଟ କୋହଲି ତାଙ୍କୁ ଭେଟିଛନ୍ତି।"
ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଦଳ ଆହୁରି କହିଛି, "ଆମେ ଏହି ଦାବିଗୁଡ଼ିକୁ ଦୃଢ଼ ଭାବରେ ଖଣ୍ଡନ କରୁଛୁ ଏବଂ ଗଣମାଧ୍ୟମକୁ ଏପରି ବିବୃତ୍ତି ରିପୋର୍ଟ କରିବା କିମ୍ବା ପ୍ରଚାର କରିବା ପୂର୍ବରୁ ଯଥୋଚିତ ଯତ୍ନ, ତଥ୍ୟ ଯାଞ୍ଚ ଏବଂ ଦାୟିତ୍ୱପୂର୍ଣ୍ଣ ରିପୋର୍ଟିଂ କରିବାକୁ ଅନୁରୋଧ କରୁଛୁ।" ବିରାଟ କୋହଲି ହଜାର ହଜାର କୋଟି ଟଙ୍କାର ମାଲିକ। ସେ ତାଙ୍କୁ ଭଲ ପାଆନ୍ତି ବୋଲି ଆସନ୍ତି ତାଙ୍କ ପାଖରେ ସେତିକି ପଇସା ଅଛି। ସାମାନ୍ୟ ଇନଷ୍ଟା ଆଡରେ ସେ କୋଟି କୋଟି ଟଙ୍କା ଇନକମ କରନ୍ତି। ବିରାଟ କୋହଲି ନିଜେ ଜଣେ ବ୍ରାଣ୍ଡ। ଭ୍ୟୁ ପାଇଁ କିଛି ବି ଲେଖନି।
କୋହଲି, ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହିତ ଜାନୁଆରୀ ୨୦୨୩ ରେ ପ୍ରଥମ ଥର ପାଇଁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିଥିଲେ। ସେବେଠାରୁ ସେ ଅନେକ ଥର ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ ପାଇଁ ଆସିଛନ୍ତି। ଦିନେଶ ଶର୍ମାଙ୍କ ଏହି ଅଭିଯୋଗର ଜବାବ ଏବେ କୋହଲିଙ୍କ ଦଳ ଦେଇଛି। ଯଦି କୋହଲିଙ୍କ ନାଁ ନେଇ ଏଭଳି ମିଥ୍ୟା କଥା ଲେଖାଯିବ ତେବେ ସେହି ଚାନେଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋହଲିଙ୍କ ଟିମ ସ୍ପଷ୍ଟ ଭାବେ ଉତ୍ତର ଦେଇଛି।
- ୫ କୋଟି ଅଭିଯୋଗର ଜବାବ ଦେଇଛି କୋହଲିଙ୍କ ଟିମ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories