Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ...ଶ୍ରମିକଙ୍କ ଉପରେ ମାଡ଼ିଗଲା ତରଳ ଲୁହା, ୮ମୃତ

National

SteelPlant Explosion / ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ...ଶ୍ରମିକଙ୍କ ଉପରେ ମାଡ଼ିଗଲା ତରଳ ଲୁହା, ୮ମୃତ

Ritu Das
Browse all articles by Ritu Das
·2 hours ago·2 min read
ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ...ଶ୍ରମିକଙ୍କ ଉପରେ ମାଡ଼ିଗଲା ତରଳ ଲୁହା, ୮ମୃତ
India

Key Points

ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା
ଘଟଣାସ୍ଥଳରେ ୮ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି

ଆନ୍ଧପ୍ରଦେଶର ବିଶାଖାପାଟଣା ସ୍ଥିତ ଷ୍ଟିଲ୍ ପ୍ଲାଣ୍ଟରେ ତରଳ ଷ୍ଟିଲ୍ ପାଇଁ ବଡ ଅଘଟଣ ଘଟିଥିବା କୁହାଯାଉଛି ।

1600 ଡିଗ୍ରୀ ସେଲସିୟସ ତାପମାତ୍ରାରେ ତରଳୁଥିବା ଲୁହା ପଡ଼ିବା ଫଳରେ ଏହି ଶ୍ରମିକ ମାନଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ - RINL ବା ଭାଇଜାଗ୍ ଷ୍ଟିଲ୍ ପ୍ଲାଣ୍ଟ ପରିସରରେ ବଡ଼ ଦୁର୍ଘଟଣା ଘଟିଛି । ପ୍ଲାଣ୍ଟର ଏସଏମଏସ-୨ - Steel Melting Shop-2..ବିଭାଗରେ ଥିବା ଲିକ୍ୱିଡ୍ ଷ୍ଟିଲ୍ ଚାର୍ଜିଂ କ୍ରେନ୍‌ରେ ଏହି ନିଆଁ ଲାଗିଥିବା ସୂଚନା ମିଳିଛି । ପ୍ଲାଣ୍ଟରେ କାମ ଚାଲିଥିବା ସମୟରେ ହଠାତ୍ କ୍ରେନ୍‌ରେ ନିଆଁ ଲାଗିଯାଇଥିଲା ଏବଂ ଦେଖୁଦେଖୁ ସେଠାରେ ପ୍ରବଳ ଧୂଆଁ ବାହାରିବା ସହ ଭୟାବହ ସ୍ଥିତି ସୃଷ୍ଟି ହୋଇଥିଲା।

ଏହାସହ ପଢ଼ନ୍ତୁ: ଯଦି ୨୧ ଜଣଙ୍କ ଜୀବନ ବଞ୍ଚାଇ ପାରିଥାନ୍ତା… ରୋଷେୟାଙ୍କ ବୟାନରେ ଚାଞ୍ଚଲ୍ୟକର ତଥ୍ୟ

ଖବର ପାଇ ପ୍ଲାଣ୍ଟର ଅଗ୍ନିଶମ ବାହିନୀ ଓ ସୁରକ୍ଷା କର୍ମୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ସେଠାରେ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରି ଦିଆଯାଇଛି। 

ରିପୋର୍ଟ ଅନୁସାରେ, ପ୍ଲାଣ୍ଟର ଏସଏସଏମ୍-୨ ଏବଂ ଏସଟିସି-୩ ହିଟ୍ ଫ୍ୟାସିଲିଟିରେ ବିପୁଳ ମାତ୍ରାରେ ତରଳା ଯାଇଥିଲା ଲୁହା ଏବଂ ଷ୍ଟିଲ୍ କାରଣରୁ ୮ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଆହତ ହୋଇଛନ୍ତି । କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫଳରେ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣା ପରେ କର୍ମଚାରୀ ଏବଂ ଅନ୍ୟ ଅଧିକାରୀ ଭୟରେ ଦୌଡ଼ି ପଳାଉଥିଲେ । କାରଣ ତରଳ ଲୁହା ପାଇଁ ସେଠାରେ ନିଆଁ ମଧ୍ୟ ଲାଗିଯାଇଥିଲା । ପରେ ଅନ୍ୟ କିଛି କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି।

ରାଜ୍ୟ ଗୃହମନ୍ତ୍ରୀଙ୍କ କହିବାନୁସାରେ, ସେ ସ୍ଥାନୀୟ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା କରିଛନ୍ତି । ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରିବାକୁ ସେ କହିଛନ୍ତି । ଏହାସହ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Eight Workers Killed In Visakhapatnam Steel Plant Explosion Tragedy | Argus News