Vishal Dadlani / ବନ୍ଦେ ମାତରମ୍ ଆଲୋଚନାକୁ ରୋଷ୍ଟ କଲେ ବିଶାଲ, ଦେଖନ୍ତୁ ଭିଡିଓ...

Key Points
ଭାରତର ଜାତୀୟ ଗୀତ 'ବନ୍ଦେ ମାତରମ୍'ର ୧୫୦ତମ ବାର୍ଷିକୀ ଉପଲକ୍ଷେ ଲୋକସଭାରେ ୧୦ ଘଣ୍ଟା ଧରି ବିତର୍କ ଚାଲିଲା । ଯେଉଁଥିରେ ରାଜନେତାଠାରୁ ଆରମ୍ଭ କରି ସାଧାରଣ ଜନତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଉ ଏହି ତାଲିକାରେ କଣ୍ଠଶିଳ୍ପୀ ଏବଂ ସଂଗୀତ ନିର୍ଦେଶକ ବିଶାଲ ଦଦଲାନି ମଧ୍ୟ ସାମିଲ ଅଛନ୍ତି । ସମସ୍ତଙ୍କ ମଧ୍ୟରେ ବିଶାଲ ହିଁ ନିଜ ପ୍ରତିକ୍ରିୟା ପାଇଁ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କାରଣ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଦେଶକୁ ଏଥିପାଇଁ ଶୁଭକାମନା ଜଣାଇବା ସହ ଏଭଳି ଆଲୋଚନା ପାଇଁ ସରକାରଙ୍କୁ କଟାକ୍ଷ କରିଛନ୍ତି।
ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ 'ବନ୍ଦେ ମାତରମ୍' ଗୀତକୁ ନେଇ ଗୃହରେ ବିତର୍କ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ 'ବନ୍ଦେ ମାତରମ୍' ଭାରତର ସ୍ୱାଧୀନତା ସଂଗ୍ରାମର ସ୍ୱର ପାଲଟିଥିଲା। କିନ୍ତୁ, ୧୯୩୭ ରେ, ଏହି ଗୀତ ସହିତ କାଣ୍ଟଛାଣ୍ଟ କରାଯାଇଛି । ଯେଉଁଥିପାଇଁ ସେ କଂଗ୍ରେସକୁ ଦାୟୀ କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ମାମଲା ଆହୁରି ବଢ଼ିଗଲା ଏବଂ ଲୋକସଭାରେ ୧୦ ଘଣ୍ଟା ଧରି ବିତର୍କ ଚାଲିଲା।
ଆଉ ଏହି ଘଟଣାକୁ ନେଇ ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ବିଶାଳ ଦଦ୍ଲ୍ଲାନୀ । ସେ ଏକ ଭିଡିଓରେ କହିଛନ୍ତି, 'ନମସ୍କାର ଭାଇ ଏବଂ ଭଉଣୀମାନେ, ଏହା ଆପଣଙ୍କ ପାଇଁ ବହୁତ ଭଲ ଖବର। ମଙ୍ଗଳବାର ଭାରତୀୟ ସଂସଦରେ ୧୦ ଘଣ୍ଟା ଧରି 'ବନ୍ଦେ ମାତରମ୍'କୁ ନେଇ ବିତର୍କ ଚାଲିଥିଲା। ଏହି ଜାତୀୟ ଗୀତକୁ ଲେଖିଛନ୍ତି, ବଙ୍କିମ ଚନ୍ଦ୍ର ଚାଟାର୍ଜୀ, ଯାହାକି ଖୁବ୍ ଲୋକପ୍ରିୟ ଓ ପ୍ରସିଦ୍ଧ ।
ଏତିକି କହିବା ପରେ ବିଶାଲ ଆରମ୍ଭ କରିଥିଲେ ସରକାରଙ୍କୁ ତାତ୍ସଲ୍ୟ କରିବା । ସେ କହିଥିଲେ, 'ଏହି ୧୦ ଘଣ୍ଟାର ବିତର୍କ ଯୋଗୁଁ, ଭାରତର ବେକାରୀ ସମସ୍ୟା ସମାଧାନ ହୋଇଯାଇଛି। ଇଣ୍ଡିଗୋ ବିମାନ ସମସ୍ୟା ସମାଧାନ ହୋଇଛି। ବାୟୁ ପ୍ରଦୂଷଣ ସମସ୍ୟା ସମାଧାନ ହୋଇଛି । ଏକ କବିତା ଉପରେ ୧୦ ଘଣ୍ଟା ଧରି ବିତର୍କ ହୋଇଥିଲା। କିନ୍ତୁ ଦେଶର ଏଭଳି ସମସ୍ୟା ପ୍ରସଙ୍ଗରେ ପଦୁଟିଏ ବି ଆଲୋଚନା ହୋଇନି । ତଥାପି ଏଭଳି ବିତର୍କ ଯୋଗୁଁ ସବୁ ସମସ୍ୟାର ସମାଧାନ ହୋଇଛି। ଏହି ବିତର୍କ ଆପଣଙ୍କ ଟଙ୍କାରେ ହେଉଛି । ପାର୍ଲାମେଣ୍ଟରେ ପ୍ରତି ମିନିଟରେ ଆପଣଙ୍କ ଟିକସ ଟଙ୍କାରୁ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ୧୦ ଘଣ୍ଟା ଅର୍ଥ ୬୦୦ ମିନିଟ୍। ତେଣୁ ଥରେ ଚିନ୍ତା କରନ୍ତୁ, ଆପଣଙ୍କ ଟିକସ ଟଙ୍କା କେତେ ଖର୍ଚ୍ଚ ହେଲା ।'
ବିଶାଲଙ୍କ ଏଭଳି ପୋଷ୍ଟ ଉପରେ, 'ଫ୍ୟାମିଲି ମ୍ୟାନ୍' ଅଭିନେତ୍ରୀ ଶ୍ରେୟା ଧନୱନ୍ତରୀ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ସେ କହିଛନ୍ତି, 'ମୁଁ ଭାବୁଛି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଥିଲା।' ସେହିଭଳି ଆଉ ଜଣେ ୟୁଜର ଲେଖିଛନ୍ତି, 'ଯଦି ଆମେ ୧୦୦ ଘଣ୍ଟା ପାଇଁ ବିତର୍କ କରିବୁ, ତେବେ ଭାରତ ତିନିରୁ ଉପରକୁ ଉଠିଯିବ' । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ବିଶାଲଙ୍କର ଏହି ରୋଷ୍ଟିଂର ଏକ ଭିନ୍ନ ସ୍ତରର।' ଆଉ ଜଣେ ୟୁଜର ଲେଖିଛନ୍ତି, 'ଏସେ ମତ କର ଲାଲା ମତ କର ।'
📱 Get Argus News App
✨Related Topics
Explore more stories