Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -  ଘରେ ଥାଇ ଭୋଟ ଦେବେ ୮୫ ବର୍ଷରୁ ଅଧିକ ବୟସ୍କ ମତଦାତା   

National

 ଘରେ ଥାଇ ଭୋଟ ଦେବେ ୮୫ ବର୍ଷରୁ ଅଧିକ ବୟସ୍କ ମତଦାତା   

Manini Pattanayak
Browse all articles by Manini Pattanayak
·2 years ago·1 min read
 ଘରେ ଥାଇ ଭୋଟ ଦେବେ ୮୫ ବର୍ଷରୁ ଅଧିକ ବୟସ୍କ ମତଦାତା   

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ତାରିଖ ଘୋଷଣା  କରୁଛନ୍ତି  ଭାରତୀୟ ନିର୍ବାଚନ କମିଶନ।  ଲୋକସଭା ଓ ଓଡ଼ିଶା  ବିଧାନସଭା ପାଇଁ  ହେଉଛି ତାରିଖ ଘୋଷଣା। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଘୋଷଣା କରୁଛନ୍ତି ନିର୍ବାଚନ ତାରିଖ।  ନିର୍ବାଚନ କମିଶନ କହିଛନ୍ତି ୮୫ ବର୍ଷରୁ ଅଧିକ ବୟସ୍କ ମତଦାତାଙ୍କ ଠାରୁ ଘରୁ ଭୋଟ ଗ୍ରହଣ କରାଯିବ । ତେବେ ଉକ୍ତ ମତଦାତାଙ୍କ ଇଚ୍ଛାଧୀନ ବ୍ୟାପର ରହିବ ଯେ, ସେମାନେ ଘରେ କି ବୁଥରେ ଭୋଟ ଦେବେ ।

୮୫ବର୍ଷରୁ ଅଧିକ ବୟସ୍କଙ୍କୁ ଘରୁ ଭୋଟ୍ ଗ୍ରହଣ କରାଯିବ । ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯାଇଥିବା କହିଲେ ନିର୍ବାଚନ କମିଶନ। ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର। ଘରେ ଫର୍ମ ପହଞ୍ଚାଇ ଦିଆଯିବ, ପରେ ସଂଗ୍ରହ କରାଯିବ ।  ପ୍ରେସମିଟ୍‌ରେ ନିର୍ବାଚନ କମିଶନର କହିଛନ୍ତି  ଦେଶରେ ମୋଟ 97 କୋଟି ଭୋଟର ପଞ୍ଜିକୃତ ଭୋଟର ରହିଛନ୍ତି।  ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌ ବ୍ୟବସ୍ଥା କରାଯାଇଛି। ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ଅଛନ୍ତି ଦେଢ କୋଟି ପୋଲିଂ ଅଫିସର। ଭୋଟ୍‌ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍‌।  ପ୍ରଥମ ଥର ଭୋଟ୍‌ ଦେବେ ୧.୮୨ କୋଟି ଭୋଟର ।  ମସସ୍ତଙ୍କୁ ଭୋଟ୍‌ ଦେବାକୁ ଅନୁରୋଧ କଲେ ମୁଖ୍ୟ ନିର୍ବାଚନ କମିଶନ  ।

ଅଧିକ ପଢନ୍ତୁ  ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Voters above 85 years of age will vote at home: election commission | Argus News