Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରେ ସରିଲା ଭୋଟିଂ, ଆସିଲା ଏକଜିଟ୍ ପୋଲ୍

Ritu Das
Browse all articles by Ritu Das
·1 year ago·1 min read
ଦିଲ୍ଲୀରେ ସରିଲା ଭୋଟିଂ, ଆସିଲା ଏକଜିଟ୍ ପୋଲ୍

ସରିଲା ଭୋଟିଂ, ଆସିଲା ଏକଜିଟ୍ ପୋଲ୍। ଦିଲ୍ଲୀରେ ଏଥର ହୋଇପାରେ ପଟ୍ଟ ପରିବର୍ତ୍ତନ। କ୍ଷମତାଚ୍ୟୁତ ହୋଇପାରେ 11 ବର୍ଷ ଧରି ଶାସନ ଗାଦିରେ ବସିଥିବା ଆମ୍ ଆଦମୀ ପାର୍ଟି। ବିଜେପି ପିନ୍ଧିପାରେ ବିଜୟ ମୁକୁଟ। ଏଥର ଦିଲ୍ଲୀରେ ହୋଇପାରେ ବିଜେପି ସରକାର। ବିଧାନସଭା ପାଇଁ ଆଜି ଭୋଟିଂ ଶେଷ ହେବା ପରେ କିଛି ସମୟ ତଳେ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପିକୁ ବହୁମତ ମିଳୁଥିବା ଦେଖାଯାଇଛି। ଅଧିକାଂଶ ଏକଜିଟ୍ ପୋଲ୍ ରିପୋର୍ଟ ବିଜେପି ବିଜୟୀ ହେଉଥିବା ଦେଖାଇଛନ୍ତି।


70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଢ଼ିବା ପାଇଁ 36 ଆସନର ଆବଶ୍ୟକତା ପଡୁଥିବାବେଳେ ବିଜେପି ମ୍ୟାଜିକ୍ ନମ୍ବର ହାସଲ କରୁଥିବା ଦେଖାଯାଇଛି। ପିପୁଲ୍ସ ପଲସ ଅନୁସାରେ ବିଜେପି ଦିଲ୍ଲୀରେ ବାଜିମାତ୍ କରିବ। ପଦ୍ମ ଦଳ 51ରୁ60ଟି ଆସନରେ ବିଜୟୀ ହୋଇପାରେ, ଆପ୍ 10ରୁ19ଟି ସିଟରେ ଜିତିପାରେ। କଂଗ୍ରେସ ଦିଲ୍ଲୀରେ ଗୋଟିଏ ବି ଆସନ ଜିତିପାରିବ ନାହିଁ ବୋଲି ଆକଳନ କରିଛି ପିପୁଲ୍ସ ପଲସ ଏକଜିଟ୍ ପୋଲ୍। ପି-ମାର୍କ ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ବିଜେପି 39ରୁ49ଟି ସିଟ୍ ଜିତିବ। ଆପ୍ 21ରୁ31ଟି ଏବଂ କଂଗ୍ରେସ ମାତ୍ର 0ରୁ ଗୋଟିଏ ଆସନ ଜିତିପାରେ। ଚାଣକ୍ୟ ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ବିଜେପି 39ରୁ44ଟି ଆସନରେ ବିଜୟୀ ହୋଇପାରେ। ଆମ୍ ଆଦମୀ ପାର୍ଟିକୁ 25ରୁ28ଟି ସିଟ୍ ଓ କଂଗ୍ରେସ ମାତ୍ର 2ରୁ3ଟି ଆସନ ମଧ୍ୟରେ ସୀମିତ ରହିବ। ସେହିପରି JVC ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ବିଜେପି 39ରୁ45, ଆପ୍ 22ରୁ31ଟି ଆସନ ପାଇବ। କଂଗ୍ରେସ ଖାତା ଖୋଲି ପାରିବ ନାହିଁ ବୋଲି ଆକଳନ କରିଛି JVC ଏକଜିଟ୍ ପୋଲ୍। ମ୍ୟାଟ୍ରିଜ୍ ରିପୋର୍ଟ ଅନୁସାରେ ବିଜେପି 35ରୁ40ଟି ସିଟ୍, ଆପ୍ 32ରୁ37 ଏବଂ କଂଗ୍ରେସ ମାତ୍ର ଗୋଟିଏ ଆସନ ଜିତିପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Voting ends in Delhi, and an exit poll has come out. | Argus News