Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦିଲ୍ଲୀ ବିଧାନସଭା ପାଇଁ ସରିଲା ଭୋଟିଂ: EVMରେ କଏଦ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ

National

ଦିଲ୍ଲୀ ବିଧାନସଭା ପାଇଁ ସରିଲା ଭୋଟିଂ: EVMରେ କଏଦ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ

Ritu Das
Browse all articles by Ritu Das
·1 year ago·1 min read
ଦିଲ୍ଲୀ ବିଧାନସଭା ପାଇଁ ସରିଲା ଭୋଟିଂ: EVMରେ କଏଦ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ

ଭୋଟ୍ ଦେଲା ଦିଲ୍ଲୀ । ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଆଜି ମତଦାନ ହୋଇଥିବାବେଳେ ଇଭିଏମରେ ସିଲ୍ ହୋଇଛି ୬୯୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଦିଲ୍ଲୀର ୧୩ ହଜାର ୭୬୬ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ସଂଧ୍ୟା 6ଟାରେ ଯାଏଁ ଚାଲିଥିଲା। ମତାଧିକାର ସାବ୍ୟସ୍ତ କରିଛନ୍ତି ୧ କୋଟି ୫୬ ଲକ୍ଷ ଭୋଟର । ଦିଲ୍ଲୀର ସଲିମପୁରା ଓ ଜଙ୍ଗପୁରାରେ ବୁର୍ଖା ପିନ୍ଧି ଭୋଟ ଦେବାକୁ ଅସିଥିବା କିଛି ଲୋକଙ୍କୁ ନେଇ ବିଜେପି ଓ ଆପ୍ ମଧ୍ୟରେ ହଙ୍ଗାମା ହୋଇଥିଲା। ଭୋଟ୍ ହିଂସା ରୋକିବାକୁ ଦିଲ୍ଲୀରେ ଅର୍ଦ୍ଧସାମରିକ ବାହିନୀର ୨୦୦ କମ୍ପାନୀ, ୩୫ ହଜାରରୁ ଅଧିକ ଦିଲ୍ଲୀ ପୋଲିସର ସୁରକ୍ଷା କର୍ମୀ ଓ ହୋମଗାର୍ଡଙ୍କୁ ମୁତୟନ କରାଯାଇଥିଲା।


ସମ୍ବେଦନଶୀଳ ମତଦାନ କେନ୍ଦ୍ର ଉପରେ ଡ୍ରୋନ ଜରିଆରେ ନଜର ରଖାଯାଇଥିଲା। ଗଣତନ୍ତ୍ରର ମହାପର୍ବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବା ସହ ଭୋଟ୍ ଦେଇଛନ୍ତି। ସେହିପରି ଉପରାଜ୍ୟପାଳ ଭି.କେ ସକ୍ସେନା, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ଏବଂ ରାହୁଲ ଗାନ୍ଧି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ପ୍ରିୟଙ୍କା ଗାନ୍ଧି ତାଙ୍କ ମାଆ ସୋନିଆ, ସ୍ୱାମୀ ଓ ପୁଅ ସହ ଭୋଟ୍ ଦେଇଥିଲେ। ଆମ୍ ଆଦମୀ ପାର୍ଟିର ମୁଖିଆ ଅରବିନ୍ଦ କେଜରିୱାଲ ତାଙ୍କ ପିତାମାତାଙ୍କୁ ହ୍ୱିଲଚେୟାରରେ ବସାଇ ଭୋଟ ଦେବାକୁ ପହଞ୍ଚିଥିଲେ। ଆସନ୍ତା ୮ ତାରିଖରେ ହେବ ଭୋଟ ଗଣତି। ଦିଲ୍ଲୀର ୩ ମୁଖ୍ୟ ରାଜନୈତିକ ଦଳ ଆମ୍‌ ଆଦ୍‌ମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି। ଲଗାତର ତୃତୀୟ ଥର ପାଇଁ ଦିଲ୍ଲୀ ଶାସନ ଗାଦିକୁ ଫେରିବାକୁ ଆପ୍‌ ଲକ୍ଷ୍ୟ ରଖିଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀରେ ଦୀର୍ଘ ୨୭ ବର୍ଷର ରାଜନୈତିକ ବନବାସକୁ ଶେଷ କରିବାକୁ ବିଜେପି ଜୋରଦାର ପ୍ରୟାସ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Voting for Delhi Assembly elections ends: Fate of 699 candidates captured in EVM | Argus News