ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ

ଅର୍ଗସ ବ୍ୟୁରୋ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ । ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ୧୫ଟି ଆସନରେ ଥିବା ୧୮ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ଓଡିଶା ସମେତ 15ଟି ରାଜ୍ୟର 56ଟି ଆସନ ପାଇଁ ନାମାଙ୍କନ ଭରିଥିଲେ ପ୍ରାର୍ଥୀ । ସେମାନଙ୍କ ମଧ୍ୟରୁ ବିଭିନ୍ନ ରାଜ୍ୟର ୪୧ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି । ବିଜେପିର ସର୍ବାଧିକ ୨୦ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଏଲ୍ ମୁରଗନ୍ ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ପୂର୍ବତନ କଂଗ୍ରେସଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ କେହି ପ୍ରତିଦ୍ବନ୍ଦୀ ନଥିବାରୁ ବିନା ଭୋଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି ।
ଓଡିଶାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି 2 ଜଣ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ସେପଟେ ଉତ୍ତରପ୍ରଦେଶରେ ୧୦ଟି ସିଟ୍ ପାଇଁ ୧୧ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ବିଜେପି ୮ଆସନ ପାଇଁ ପ୍ରାର୍ଥୀ ଦେଉଥିବାବେଳେ ସମାଜବାଦୀ ପାର୍ଟିରୁ 3ଜଣଙ୍କୁ ଟିକେଟ ଦିଆଯାଇଛି । କର୍ଣ୍ଣାଟକରେ ୪ ଆସନ ପାଇଁ ୫ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କ୍ଷମତାସୀନ କଂଗ୍ରେସ ତିନି ଜଣ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଏବଂ ଏହାର ସହଯୋଗୀ ଜେଡିଏସ୍ ଦୁଇ ଜଣ ପ୍ରାର୍ଥୀ ଦେଇଛନ୍ତି । ସେହିଭଳି ହିମାଚଳ ପ୍ରଦେଶରେ ଗୋଟିଏ ଆସନ ପାଇଁ ମୁହାଁମୁହିଁ ହେବେ ବିଜେପିର ହର୍ଷ ମହାଜନ ଓ କଂଗ୍ରେସର ଅଭିଷେକ ମନୁ ସିଂହଭି । ସେପଟେ କର୍ଣ୍ଣାଟକରେ କଂଗ୍ରେସର ସମସ୍ତ ବିଧାୟକଙ୍କୁ ବେଙ୍ଗୁଲୁର ସ୍ଥିତ ହୋଟେଲରେ ରଖିଛି ଦଳ।
ଅଧିକ ପଢ଼ନ୍ତୁ ଭାରତ ଖବର