Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଜମ୍ମୁ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ

Smruti Parija
Browse all articles by Smruti Parija
·1 year ago·1 min read
ଆଜି ଜମ୍ମୁ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ

ଅର୍ଗସ ବ୍ୟୁରୋ: ଆଜି ଜମ୍ମୁ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ । 7 ଜିଲ୍ଲାର ୪୦ଟି ବିଧାନସଭା ଆସନରେ ଚାଲିଛି ମତଦାନ। 39.18 ଲକ୍ଷ ଭୋଟର 415 ପ୍ରର୍ଥୀଙ୍କର  ଭାଗ୍ୟ ନିର୍ଦ୍ଧାରଣ କରିବେ  ।

ତୃତୀୟ ପର୍ଯ୍ୟାୟ ୪୦ଟି ବିଧାନସଭା ଆସନ ମଧ୍ୟରୁ ଜମ୍ମୁ, ସାମ୍ବା, କଠୁଆର ୨୪ଟି ଏବଂ କୁପାୱାଡ଼ା, ବାରାମୂଳା ଓ ବନ୍ଦିପୁରା ଜିଲ୍ଲାର ୧୬ଟି ଆଶନରେ ଲଢେଇ । ପୋଲିଂ ପାର୍ଟି ନିଜ ନିଜ ବୁଥରେ ପହଞ୍ଚି ସାରିଛନ୍ତି ।  ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ଭୋଟର ୪୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । 8 ଅକ୍ଟୋବରରେ ଘୋଷଣା ହେବ ଫଳାଫଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Voting for the 3rd & final phase of J&K Assembly elections begins | Argus News