ମହାରାଷ୍ଟ୍ରର ୨୮୮ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ମହାରାଷ୍ଟ୍ରର ୨୮୮ଟି ସିଟ୍ ପାଇଁ ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ । ଏଥିପାଇଁ ଅକ୍ଟୋବର ୨୨ରେ ପ୍ରକାଶ ପାଇବ ବିଜ୍ଞପ୍ତି, ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ଅକ୍ଟୋବର ୨୯ । ଅକ୍ଟୋବର ୩୦ରେ ନାମାଙ୍କନ ଯାଞ୍ଚ ପରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ନଭେମ୍ବର ଚାରି ତାରିଖ । ମହାରାଷ୍ଟ୍ରରେ ୯କୋଟି ୬୩ ଲକ୍ଷ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୪କୋଟି ୬୬ଲକ୍ଷ ମହିଳା । ସେପଟେ ଝାଡଖଣ୍ଡର ୮୧ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ ।
ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୨୦ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ କରାଯିବ । ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ବିଭିନ୍ନ ରାଜ୍ୟର ୪୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି । ଦୁଇ ରାଜ୍ୟର ବିଧାନସଭା ସହ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନର ଗଣତି ନଭେମ୍ବର ୨୩ ତାରିଖରେ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି।
ନିର୍ବାଚନ ତାରିଖ ଘୋଷଣା ସହ ବଢିଛି ରାଜନୈତିକ ଉଷ୍ଣତା । ବିଭିନ୍ନ ରାଜନେୈତିକ ଦଳ ପକ୍ଷରୁ ଏଥିପାଇଁ ଆରମ୍ଭ ହେଉଛି ଷ୍ଟ୍ରାଟେଜି । ବିଜେପି ପାଖରେ ବାଜି ପଲଟାଇବାର୍ ଦମ୍ ରହିଛି । ହରିୟାଣା ନିର୍ବାଚନରେ ବଡ ବିଜୟ ପରେ ମହାରାଷ୍ଟ୍ରରେ ମେଣ୍ଟ ସରକାରକୁ ବଜାୟ ରଖିବାକୁ ବିଜେପି କରିବ ଉଦ୍ୟମ । ଆଉ ଝାଡଖଣ୍ଡରେ ଜେଏମଏମ୍ ଓ କଂଗ୍ରେସକୁ ମାତ୍ ଦେଇ ବିଜେପି ଏକାକୀ ସରକାର ଗଢିବାକୁ ଚେଷ୍ଟା କରିବ । ମୋଦିଙ୍କ ବିକାଶର ମନ୍ତ୍ରକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ସେପଟେ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପରେ ଆତ୍ମବିଶ୍ବାସ ହରାଇଛନ୍ତି ବିରୋଧୀ । ଧିରେ ଧିରେ ଖସୁଛି ରାହୁଲ ଗାନ୍ଧିଙ୍କ ଗ୍ରାଫ।
📱 Get Argus News App
✨ଏବେ ନଜର ପକାଇବା ୨୦୧୯ ନିର୍ବାଚନରେ ମହାରାଷ୍ଟ୍ରରେ କଣ ଥିଲା ସ୍ଥିତି । ବିଜେପି 103 ଟି ଆସନ ପାଇଥିବା ବେଳେ ଶିବସେନା ସିନ୍ଦେ ଗୋଷ୍ଠୀ 40 ଆସନ ଓ ଶିବସେନା ଉଦ୍ଧବ ଗୋଷ୍ଠୀ ୧୫ଟି ଆସନ ପାଇଥିଲେ । ଅନ୍ୟପକ୍ଷରେ ଏନସିପି ଅଜିତ ପାଓ୍ବାର ଗୋଷ୍ଠୀ ୪୩ ଆସନ ଓ ଏନସିପି ଶରଦ ପାଓ୍ବାର ଗୋଷ୍ଠୀକୁ ୧୦ଟି ଆସନ ମିଳିଥିଲା । କଂଗ୍ରେସ ଏକାକୀ ୪୩ଟି ଆସନରେ ଜିତିଥିବା ବେଳେ ସ୍ବାଧୀନ ପ୍ରାର୍ଥୀମାନେ ୩୪ଟି ଆସନ ପାଇଥିଲେ। ୨୦୧୯ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ୍ ୩୦ଟି, କଂଗ୍ରେସ ୧୬ଟି, ଆରଜେଡି ଓ ସିପିଆଇ ଏମଏଲ୍ ଗୋଟିଏ ଲେଖାଏଁ ଆସନରେ ଜିତିଥିଲେ । ଅନ୍ୟପକ୍ଷରେ ବିଜେପି ୨୫ଟି ଆସନରେ ଜିତିଥିଲା । ଅନ୍ୟାନ୍ୟ ଦଳ ୮ଟି ସିଟରେ ବିଜୟୀ ହୋଇଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର