ଛତିଶଗଡ ବିଧାନଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ୨୦ ଆସନରେ ହେବ ଭୋଟ୍
·2 years ago

ଅର୍ଗସ ବ୍ୟୁରୋ: ଛତିଶଗଡ ବିଧାନଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ। ପ୍ରଥମ ପର୍ଯ୍ୟାୟରେ ୨୦ ଆସନରେ ହେବ ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହେବ ମତଦାନ। ନକ୍ସଲ ପ୍ରଭାବିତ ସମ୍ବେଦନଶୀଳ ଅଂଚଳରେ ମତଦାନ ସକାଳ ୭ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ହେବ। ୨୨୩ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୪୦ ଲକ୍ଷ ଭୋଟର। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମୋଟ୍ ୫,୩୦୪ ମତଦାନ କେନ୍ଦ୍ର କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ। ନିର୍ବାଚନକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ଭାରତ ଖବର ଆହୁରି ପଢନ୍ତୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: