Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜେପିସିକୁ ପଠାଯାଇଥିଲା ୱାକଫ୍ ସଂଶୋଧନ ବିଲ୍

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଜେପିସିକୁ ପଠାଯାଇଥିଲା ୱାକଫ୍ ସଂଶୋଧନ ବିଲ୍

ସଂସଦରେ ୱାକଫ ସଂଶୋଧନ ବିଲ୍ ଉପସ୍ଥାପନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ଅଧିବେଶନରେ ହିଁ ବିଲ୍ ପାସ୍ କରିବାକୁ ଚେଷ୍ଟା କରିବେ ସରକାର । ବିରୋଧୀ ଦଳଗୁଡ଼ିକର କିଛି ପରାମର୍ଶକୁ ସାମିଲ କରିବା ପରେ, ସରକାର ୱାକଫ୍ ବିଲ୍‌ରେ ସଂଶୋଧନ ସମ୍ପର୍କରେ ମିଳିତ ସଂସଦୀୟ କମିଟି ଦ୍ୱାରା ଦିଆଯାଇଥିବା ପରାମର୍ଶଗୁଡ଼ିକୁ ଗ୍ରହଣ କରିଛନ୍ତି।

ୱାକଫ୍ ସଂଶୋଧନ ବିଲ୍ ଜେପିସିକୁ ପଠାଯାଇଥିଲା । ଇଦ୍ ପରେ ସମ୍ଭବତଃ ମଙ୍ଗଳବାର ଦିନ ଲୋକସଭାରେ ୱାକଫ୍ ବିଲ୍ ସରକାର ଆଗତ କରିପାରନ୍ତି। ଏହି ଅଧିବେଶନରେ ଅତି କମରେ ଗୋଟିଏ ଗୃହରେ ବିଲ୍ ପାସ୍ କରାଇବା ପାଇଁ ପ୍ରୟାସ କରାଯିବ। ଅଗଷ୍ଟ ୨୦୨୪ରେ, ୱାକଫ ସଂଶୋଧନ ବିଲ୍ JPCକୁ ପଠାଯାଇଥିଲା।

ବଜେଟ ଅଧିବେଶନର ପ୍ରଥମ ସପ୍ତାହରେ ଜେପିସି ମଧ୍ୟ ତାର ରିପୋର୍ଟ ଦାଖଲ କରିଥିଲା। ତେବେ ବିଲ୍ ପାସ୍ କରିବା ପାଇଁ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟାର ସମର୍ଥନର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ଆଣିଥିବା ୱାକଫ୍ ଆଇନ ୧୯୯୫ରେ ସଂଶୋଧନ ବିଲ୍ ନିରନ୍ତର ଚର୍ଚାରେ ରହିଛି। ଏହାର ଲକ୍ଷ୍ୟ ହେଉଛି ୱାକଫ ବୋର୍ଡର କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଏବଂ ଏହି ବୋର୍ଡରେ ମହିଳାମାନଙ୍କୁ ସାମିଲ କରିବା।

ସରକାରଙ୍କ ଅନୁଯାୟୀ, ମୁସଲିମ ସମ୍ପ୍ରଦାୟ ଭିତରୁ ଉଠୁଥିବା ଦାବିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଉଛି। କ୍ୟାବିନେଟ ଦ୍ୱାରା ନିକଟରେ ସମୀକ୍ଷା କରାଯାଇଥିବା ଏହି ବିଲ୍‌ର ଲକ୍ଷ୍ୟ ହେଉଛି ପ୍ରଚଳିତ ୱାକଫ୍ ଆଇନର ଅନେକ ଧାରା ପ୍ରତ୍ୟାହାର କରିବା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Waqf Amendment Bill to be tabled in Lok Sabha this week | Argus News