Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ସଂସଦରେ ୱାକଫ ଆକ୍ଟ ସଂଶୋଧନ ବିଲ୍ ଆଗତ ହେବା ସମ୍ଭାବନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ସଂସଦରେ ୱାକଫ ଆକ୍ଟ ସଂଶୋଧନ ବିଲ୍ ଆଗତ ହେବା ସମ୍ଭାବନା

ଅର୍ଗସ ବ୍ୟୁରୋ:  ଆଜି ସଂସଦରେ ୱାକଫ ଆକ୍ଟ ସଂଶୋଧନ ବିଲ୍ ଆଗତ ହେବା ସମ୍ଭାବନା । ୱାକଫ ଆକ୍ଟରେ ପ୍ରାୟ ୪୦ଟି ସଂଶୋଧନକୁ ଗତ ସପ୍ତାହରେ କ୍ୟାବିନେଟ ଅନୁମୋଦନ ମିଳିଥିଲା । ଏହି ବିଲ ପାସ୍ ହେବା ପରେ କେନ୍ଦ୍ର ସରକାର କୌଣସି ସମ୍ପତ୍ତିକୁ ଓ୍ବାକଫ ସମ୍ପତ୍ତି କରିବା ଅଧିକାର ରଦ୍ଧ ହେବ । ୪୦ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ୱାକଫ୍ ବୋର୍ଡ ଦ୍ବାରା ସମ୍ପତ୍ତି ଉପରେ ଦିଆ ଯାଇଥିବା ଦାବିଗୁଡିକର ବାଧ୍ୟତାମୂଳକ ଯାଞ୍ଚ ହେବ। ଓ୍ବାକଫ ବୋର୍ଡର ବିବାଦୀୟ ସମ୍ପତ୍ତି ପାଇଁ ବାଧ୍ୟତାମୂଳକ ଯାଞ୍ଚ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏବେ ଓ୍ବାକଫ ବୋର୍ଡର ସମ୍ପତ୍ତି ପ୍ରାୟ ୯.୪ ଲକ୍ଷ ଏକର । ୨୦୧୩ରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ମୌଳିକ ଓ୍ବାକଫ ଆକ୍ଟରେ ସଂଶୋଧନ କରି ଓ୍ବାକଫ ବୋର୍ଡକୁ ଅଧିକ କ୍ଷମତା ପ୍ରଦାନ କରିଥିଲେ। ଏହି ଆଇନ ବଳରେ ଦେଶର ବିଭିନ୍ନ ସ୍ଥାନରେ ଜମି କବଜା କରିଥିଲା ୱାକଫ ବୋର୍ଡ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Waqf Bill Likely To Be Introduced Today | Argus News