Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁର୍ଶିଦାବାଦରେ ହିଂସାକୁ ଉସକାଉଛନ୍ତି କି ମମତା ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ମୁର୍ଶିଦାବାଦରେ ହିଂସାକୁ ଉସକାଉଛନ୍ତି କି ମମତା ?

ଭୟଙ୍କର ହିଂସାର ରୂପ ନେଇଛି ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାରେ ଚାଲିଥିବା ୱାକଫ୍‌ ବିରୋଧୀ ଆନ୍ଦୋଳନ । ହିଂସାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ହିଂସା ମାମଲାରେ ୧୫୦ ଜଣ ଗିରଫ ହୋଇଥିବା ବେଳେ ଦଙ୍ଗାକାରୀମାନେ ନିରୀହ ଲୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରୁଥିବାରୁ ବିସ୍ଫୋରକ ସ୍ଥିତି ଉପୁଜିଛି। ଦଙ୍ଗାକାରୀମାନେ ଅନେକ ଘରେ ଲୁଟ୍‌ପାଟ କରିଛନ୍ତି।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁର୍ଶିଦାବାଦରେ ‘ବିଏନ୍‌ଏସ୍‌’ର ଧାରା ୧୬୩ ଜାରି ହୋଇଛି। ମମତା ସିଧାସଳଖ କେନ୍ଦ୍ରୀୟ ଆଇନକୁ ଏଥିପାଇଁ ଦାୟୀ କରିଥିବାରୁ ଏହି ହିଂସାଗ୍ରସ୍ତ ଲୋକଙ୍କୁ ଅଧିକ ଉତ୍ସାହିତ କରୁଛି ଏବଂ ସେମାନେ ଅଧିକ ବର୍ବରତାର ସହ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ବୋଲି ରାଜ୍ୟ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଦକ୍ଷିଣ ୨୪ ପ୍ରଗଣା, ହୁଗୁଳି, ମାଲ୍‌ଦା, ମୁର୍ଶିଦାବାଦରେ ୱାକଫ୍‌ ଆଇନକୁ ବିରୋଧ କରି ଆରମ୍ଭ ହୋଇଥିବା ଦଙ୍ଗା ଭୟାନକ ରୂପ ନେଇଛି। ମୁର୍ଶିଦାବାଦରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବା ପାଇଁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଏହି ନିର୍ଦ୍ଦେଶକୁ କେନ୍ଦ୍ର ସରକାର ତତ୍କାଳ କାର୍ଯ୍ୟକାରୀ କରିଛନ୍ତି।

ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ ବାଂଲାଦେଶ ସୀମା ସଂଲଗ୍ନ ଏହି ମୁସଲମାନ ବହୁଳ ଜିଲ୍ଲାରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ଆବେଦନ କରିବା ପରେ କଲିକତା ହାଇକୋର୍ଟଙ୍କର ଏକ ସ୍ବତନ୍ତ୍ର ଖଣ୍ଡପୀଠ କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀ ମଧ୍ୟ ଏହି ଘଟଣାରେ ଏନ୍ଆଇଏ ତଦନ୍ତ ଦାବି କରିଛନ୍ତି ଏବଂ ଏନେଇ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିବା କହିଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି ଅଧିକାରୀ କହିଛନ୍ତି, ଏହା ଆନ୍ଦୋଳନ ନୁହେଁ ବରଂ ଏହା ଗଣତନ୍ତ୍ର ଏବଂ ଶାସନ ବ୍ୟବସ୍ଥା ଉପରେ ଏକ ବର୍ବର ଆକ୍ରମଣ। ଏପ୍ରିଲ ୮ ତାରିଖରୁ ମୁର୍ଶିଦାବାଦରୋ ଅଶାନ୍ତ ସ୍ଥିତି ଲାଗି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored