Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - War Breaking;ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରେ ହାଇ ଆଲର୍ଟ

National

War Breaking;ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରେ ହାଇ ଆଲର୍ଟ

Smruti Parija
Browse all articles by Smruti Parija
·11 months ago·1 min read
War Breaking;ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରେ ହାଇ ଆଲର୍ଟ

ଭୁବନେଶ୍ବରରୁ ପାଟନା ବିମାନ ଉଡାଣ ବାତିଲ


ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରେ ହାଇ ଆଲର୍ଟ


ଭୁବନେଶ୍ୱରରୁ ଦିଲ୍ଲୀକୁ ଯାଉଥିବା ବିମାନ ମଧ୍ୟ ବାତିଲ


ଦେଶର ସମସ୍ତ ବିମାନବନ୍ଦରରେ ହାଇଆଲର୍ଟ


ଉତ୍ତର ଓ ପଶ୍ଚିମ ଭାରତର ପ୍ରମୁଖ ଏୟାରପୋର୍ଟ ବନ୍ଦ


ଶ୍ରୀନଗର, ସିମଲା , ଯୋଧପୁର, ଜୈସଲମେର ଏୟାରପୋର୍ଟ ବନ୍ଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୁଲୁ, ଚଣ୍ଡୀଗଡ଼ ଓ ଜମ୍ମୁ ଏୟାରପୋର୍ଟ ବନ୍ଦ


ଜାମନଗର ଓ ଲୁଧିଆନା ଏୟାରପୋର୍ଟ ବି ବନ୍ଦ


ସମସ୍ତ ଯାତ୍ରୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବ



କାଲି ରାତିର ଅପରେସନ ନେଇ ଭାରତୀୟ ସେନାର ପ୍ରଥମ ବୟାନ । LOCର ବିଭିନ୍ନ ସ୍ଥାନରେ ଗତରାତିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ପାକିସ୍ତାନର ସବୁ ଆକ୍ରମଣ ବିଫଳ କରାଯାଇଛି । ପାକିସ୍ତାନର ସବୁ ଡ୍ରୋନ୍ ଆକ୍ରମଣ ଉଦ୍ୟମ ବିଫଳ କରାଯାଇଛି । ପାକିସ୍ତାନର ସବୁ ଷଡ଼ଯନ୍ତ୍ରକୁ ଶକ୍ତିର ସହ ଜବାବ ଦିଆଯିବ ।


ଭାରତୀୟ ସେନା ବୟାନରେ କହିଛି ଯେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯାଇଛି। ଜମ୍ମୁ, ପଠାଣକୋଟ ଓ ଉଧମପୁରରେ ସାମରିକ ସଂସ୍ଥାନକୁ ପାକିସ୍ତାନ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରେ ଟାର୍ଗେଟ୍ କଲା । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁସାରେ କାଇନେଟିକ୍ ଓ ନନ୍ କାଇନେଟିକ୍ କ୍ଷମତାର ଉପଯୋଗ କରି ବିପଦକୁ ତୁରନ୍ତ ବିଫଳ କରାଗଲା। ଏହି ଆକ୍ରମଣରେ ଧନଜୀବନର କୌଣସି କ୍ଷୟକ୍ଷତି ହୋଇନାହିଁ । ଭାରତ ନିଜର ସଂପ୍ରଭୁତାର ସୁରକ୍ଷା କରିବା ଏବଂ ନିଜ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।


Sponsored
high-alert-at-bhubaneswar-international-airport | Argus News