Ind Pak War Update Live: ଅନିର୍ଦ୍ଦିଷ୍ଟ କାଳ ଯାଏଁ IPL ସ୍ଥଗିତ

ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବା ପରେ ବଢ଼ୁଥିବା ସୁରକ୍ଷା ଚିନ୍ତା ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ(IPL) ସ୍ଥଗିତ ହୋଇଛି। ଏହି ଘଟଣା ଧର୍ମଶାଳାରେ ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ମ୍ୟାଚ ସୁରକ୍ଷା ସମସ୍ୟା କାରଣରୁ ବାତିଲ ହେବାର କିଛି ଘଣ୍ଟା ପରେ ଘଟିଛି।
IPL 2025 suspended with immediate effect, in view of India-Pakistan tension: BCCI sources pic.twitter.com/lY556tTAkc
📱 Get Argus News App
✨ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି। ଏନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇ କହିଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ବିଦେଶୀ ଖେଳାଳିମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଉଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି। ନୂତନ ତାରିଖ ଏବଂ ସ୍ଥାନ ନେଇ ସମୀକ୍ଷା କରାଯାଉଛି। ବାକି ମ୍ୟାଚ୍ ଗୁଡ଼ିକ କେବେ ଏବଂ କେଉଁଠି ହେବ ଏହା ବିସିସିଆଇ ଆଗକୁ ଘୋଷଣା କରିବ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି “ଆମେ ଦେଶ ସହିତ ଠିଆ ହେଉଛୁ। ଆମର ପ୍ରାଥମିକତା ହେଉଛି ଦେଶ। ଖେଳାଳିଙ୍କ ସୁରକ୍ଷା ସର୍ବୋପରି। କ୍ରିକେଟ୍ ଦେଶଠାରୁ ଊର୍ଦ୍ଧ୍ୱରେ ନୁହେଁ।
ସୂଚନାନୁଯାୟୀ ଜାମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦ ଆକ୍ରମଣ ପରେ ଭାରତର ପ୍ରତିଶୋଧ ଓ ପାକିସ୍ତାନର ପ୍ରତ୍ୟାକ୍ରମଣ ପରେ ଗୁରୁବାର ଆନୁଷ୍ଠାନିକ ଯୁଦ୍ଧ ଆରମ୍ଭ ହୋଇଛି। ଏହି ଯୁଦ୍ଧର ପ୍ରଭାବ ଯୋଗୁଁ ଗତକାଲି ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୫୮ତମ ଲିଗ୍ ମ୍ୟାଚ୍କୁ ଅଧାରୁ ବାତିଲ କରିଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଗତକାଲିର ମ୍ୟାଚ୍ ବାତିଲ କରାଯିବା ପରେ ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍ସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଆଜି ଆଇପିଏଲ ୨୦୨୫ ସ୍ଥଗିତ ନେଇ ଘୋଷଣା କରାଯାଇଛି।