Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ

Rashmita Mishra
Browse all articles by Rashmita Mishra
·1 year ago·1 min read
ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ

କଲମ୍ବୋରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ। ତିନି ଦିନିଆ ଗସ୍ତରେ ଯାଇ ଶ୍ରୀଲଙ୍କାରେ ପହଁଚିଲେ ନରେନ୍ଦ୍ର ମୋଦି। ଗସ୍ତକାଳରେ ଦୁଇ ଦେଶ ମଧ୍ୟରେ ହେବ ଦ୍ବିପାକ୍ଷିକ ଆଲୋଚନା। ଏକାଧିକ ଚୁକ୍ତିନାମା ହେବ ସ୍ବାକ୍ଷର ।

ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ । ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ଆଜି ରେଡ୍ କାର୍ପେଟ୍ ୱେଲକମ୍ ସହ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ଅନୁରୋଧକ୍ରମେ ମୋଦି ଶ୍ରୀଲଙ୍କା ଯାଇଛନ୍ତି । ମୋଦିଙ୍କ ଏହି ଗସ୍ତ ବେଳେ ଉଭୟ ଦେଶ ମଧ୍ୟରେ ସାମରିକ, ବାଣିଜ୍ୟ, ଶକ୍ତି ସୁରକ୍ଷା ଓ ଡିଜିଟାଲୀକରଣ ପ୍ରସଙ୍ଗରେ ଚୁକ୍ତି ହେବାର ସମ୍ଭାବନା ରହିଛି ।

ଏଥିସହ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦି । ଭାରତ ମହାସାଗରରେ ଚୀନ ତାର ସୈନ୍ୟ କ୍ଷମତା ବୃଦ୍ଧି କରୁଥିବା ବେଳେ ମୋଦିଙ୍କ ଶ୍ରୀଲଙ୍କା ଗସ୍ତ ଭାରତର ସାମରିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ଗସ୍ତ ବେଳେ ପ୍ରୋଜେକ୍ଟ ମହାସାଗର ନେଇ ବି ଆଲୋଚନା ହେବ । ବିଶେଷ କରି ସମୁଦ୍ର ସୀମା ସୁରକ୍ଷା ମୋଦିଙ୍କ ଗସ୍ତର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
warm-welcome-to-the-prime-minister-in-sri-lanka | Argus News