Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆକ୍ରମଣ ପଛରେ ଥିଲାକି ଲସ୍କର ଏ ତୋଇବାର ହାତ ?

Rashmita Mishra
Browse all articles by Rashmita Mishra
·1 year ago·2 min read
ଆକ୍ରମଣ ପଛରେ ଥିଲାକି ଲସ୍କର ଏ ତୋଇବାର ହାତ ?

Key Points

ଜାତିସଂଘରେ ଲଜ୍ଜିତ ପାକିସ୍ଥାନ
କେହି ଶୁଣିଲେଣି ମିଛ ପ୍ରଳାପ
କ୍ଲୋଜ୍ଡ୍ ଡେୋର୍ ବୈଠକରେ ପ୍ରଶ୍ନ ବାଣରେ ଘାଏଲ
ଆକ୍ରମଣ ପଛରେ ଥିଲାକି ଲସ୍କର ଏ ତୋଇବାର ହାତ ?

ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ଥାନ ର ଥୁ -ଥୁ । ଫେଲ୍ ମାରିଛି ପାକିସ୍ଥାନ ର ଫଲସ୍ ଫ୍ଲାଗ୍ ଚାଲାକି । ପହଲଗାମ ଘଟଣାକୁ ନେଇ UNSC ରେ ଭାରତ ବିରେୋଧରେ ଅଭିଜେୋଗ କରିବା ପାକିସ୍ତାନ ଉପରେ ଉଲଟା ଭାରୀ ପଡିଛି। ଅସ୍ଥାୟୀ ସଦସ୍ୟ ପାକିସ୍ତାନ ରୁଦ୍ଧଦ୍ୱାର ଅଧିବେଶନ ପାଇ ଜାତିସଂଘକୁ ଅନୁରେୋଧ କରିଥିଲା। ହେଲେ ଜାତିସଂଘ ସୁରକ୍ଷା ପରିଷଦର କଡା ପ୍ରଶ୍ନ ରେ ଘାଏଲ ହେୋଇଛି ପାକିସ୍ଥାନ। ପ୍ରଥମେ କୁହ ପହଲଗାମ ଅଆକ୍ରମଣରେ ଲସ୍ଜକରେ ତୋଏବା ସାମିଲ୍ ଥିଲା କି ନାହିଁ । ବୈଠକରେ ୯୦ ମିନିଟ୍ ଧରି ଏପରି ପ୍ରଶ୍ବ ବାଣରେ ପାକିସ୍ଥାନ ର ଅବସ୍ଥା ଖରାପ କରିଛନ୍ତି ୧୫ ଜଣିଆ ୧୫-ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଦସ୍ୟ।

ଜାତିସଂଘ ସଦସ୍ୟମାନେ ବୈଠକର ଅଆରମ୍ଭ ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ହିଂସା ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆକ୍ରମଣରେ ପର୍ଯ୍ୟଟକଙ୍କୁ ଧର୍ମ ପଚାରିବା ପଛରେ ଆତଙ୍କୀ ଙ୍କ ଲକ୍ଷ୍ୟ କୁ ନେଇ UNSC ସଦସ୍ୟ ବିଶେଷ ଭାବରେ ଚିନ୍ତା ପ୍ରକାଶ କରିଥିଲେ। ଅନେକ ସଦସ୍ୟ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ପରମାଣୁ ବୟାନବାଜିକୁ ଉତ୍ତେଜନାମୂଳକ କାରଣ ଭାବରେ ଚିନ୍ତା ପ୍ରକଟ କରିଥିଲେ। ଜାତିସଂଘ ର ମୁଖ୍ୟ ସଚିବ ଆଣ୍ଟେୋନିଓ ଗୁଟେରେସ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ।

ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବା ଏବଂ ସାମରିକ ମୁକାବିଲାକୁ ଏଡାଇବା ଆବଶ୍ୟକତା ହୋଇଛି ବୋଲି କହିଛନ୍ତି ଗୁଟେରେସ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଏହି ବୈଠକରେ କୌଣସି ଔପଚାରିକ ପ୍ରସ୍ତାବ ପାସ୍‌ ହୋଇନାହିଁ। ତଥାପି, ଅନେକ ସଦସ୍ୟ କୂଟନୈତିକ ସମାଧାନର ଦାବି କରିଛନ୍ତି ।ତେବେ ପହଲଗାମ ଆଟାକ୍ ପରେ ଭାରତ ପକ୍ଷରୁ ଗେୋଟୁଏ ପରେ ଗୋଟାଏ କଡା ପଦକ୍ଷେପ ନିଅଆଜିବା ପରେ ପାକିସ୍ତାନ ଜାତିସଂଘରେ ଭାରତ ବିରେୋଧରେ ଅଭିଯୋଗ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
was-the-laskars-hand-behind-the-attack | Argus News