ନାଲି ସାର୍ଟ ପିନ୍ଧି ଘରୁ ବାହାରୁଥିଲେ ବୃଦ୍ଧ, ଦେଖିଦେଲା ଷଣ୍ଢ.. ତାପରେ...

Key Points
ଗାଡ଼ି ଷ୍ଟାଣ୍ଡ ମାରୁଥିଲେ ବୃଦ୍ଧ ।
ଷଣ୍ଢ ଆସି କଲା ଆକ୍ରମଣ ।
ସତେ ଯେମିତି ଆଗରୁ ରାଗ ଥିଲା ।
ରାସ୍ତାରେ ବୁଲୁଥିବା ପଶୁମାନେ ସବୁଠି ଏକ ସମସ୍ୟା। ଏହି ପଶୁମାନେ କେବଳ ଟ୍ରାଫିକ୍ ଜାମ୍ ସୃଷ୍ଟି କରନ୍ତି ତାହା ନୁହେଁ ବରଂ ଅନେକ ସମୟରେ ନିୟନ୍ତ୍ରଣ ବାହାରକୁ ଯାଇ ଲୋକଙ୍କୁ ଆକ୍ରମଣ ମଧ୍ୟ କରନ୍ତି।
ଦେଶର ରାଜଧାନୀ ଦିଲ୍ଲୀ ଛତରପୁର ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏକ ବୁଲା ଷଣ୍ଢ ହଠାତ୍ ଜଣେ ବୃଦ୍ଧଙ୍କୁ ଆକ୍ରମଣ କଲା । ଯିଏ କି ତାଙ୍କ ଘରୁ ବାହାରୁଥିଲେ । ଗେଟ୍ ବାହାରେ ସ୍କୁଟି ଛିଡ଼ା ହୋଇଥିଲା । ସେ ସ୍କୁଟି ଷ୍ଟାର୍ଟ କରିବା ବେଳେ ଷଣ୍ଢଟି ଅଚାନକ ଆସି ତାଙ୍କୁ ଶିଙ୍ଗ ସାହାଯ୍ୟରେ ଉଠାଇ ତଳେ ପକାଇ ଦେଲା। ଏମିତିକି ଷଣ୍ଢକୁ ଘଉଡ଼ାଇବା ପାଇଁ ଆସିଥିବା ଲୋକଙ୍କୁ ବି ଷଣ୍ଢ ଆକ୍ରମଣ କରିବାକୁ ପଛାଇନଥିଲା ।
ବୃଦ୍ଧଙ୍କୁ ରକ୍ଷା କରିବାକୁ ଆସିଥିବା ତାଙ୍କ ପରିବାରର ମହିଳାଙ୍କୁ ମଧ୍ୟ ଷଣ୍ଢଟି ଶିଙ୍ଗରେ ଟେକି ତଳେ କଚି ଦେଲା । ତେବେ ଅନ୍ୟ କିଛି ଲୋକ ହଠାତ୍ ଠେଙ୍ଗା ଧରି ଆସିବାରୁ ବୃଦ୍ଧଙ୍କ ଜୀବନ ବଞ୍ଚାଯାଇପାରିଲା । CCTV କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଭିଡିଓ ଏତେ ଭୟଙ୍କର ଯେ ଏହାକୁ ଦେଖିବା ପରେ ଆପଣ ମଧ୍ୟ ଥରି ଉଠିବେ ।
ଭିଡିଓରେ ଦେଖାଯାଉଛି ଯେ ବୁଲା ଷଣ୍ଢ ହଠାତ୍ ବୃଦ୍ଧଙ୍କ ଉପରେ ଆକ୍ରମଣ କଲା। ଯାହା ଫଳରେ ଷଣ୍ଢର ଶିଙ୍ଗ ତାଙ୍କ ସାର୍ଟରେ ଲାଗିଗଲା। ଷଣ୍ଢଟି ତାଙ୍କୁ ଶିଙ୍ଗରେ ଟେକି ଉପରକୁ ଫିଙ୍ଗିଲା । ବୃଦ୍ଧ ଜଣଙ୍କ ଉପରକୁ ଉଠି ପୁଣି ତଳେ କଚି ହୋଇପଡ଼ିଲେ । ଷଣ୍ଢଟି ବେଳକୁ ବେଳ ଅଧିକ ହିଂସ୍ର ହୋଇଉଠିଲା । ସତେ ଯେମିତି ବୃଦ୍ଧଙ୍କ ଉପରେ ତାର ପୂର୍ବରୁ ରାଗ ଥିଲା । ବହୁତ ହିଂସ୍ର ଭାବରେ ରାସ୍ତାରେ କିଛି ମିଟର ପର୍ଯ୍ୟନ୍ତ ବୃଦ୍ଧଙ୍କୁ ଟାଣି ନେଇଥିଲା ଷଣ୍ଢ । ରାସ୍ତାରେ ତଳେ ପଡ଼ିଥିବା ବୃଦ୍ଧଙ୍କ ମୁଣ୍ଡକୁ ମଧ୍ୟ ଆଘାତ କରିଥିଲା ଷଣ୍ଢ ।