Videos
|
National

ହିମାଚଳ ଉପରେ ଦୋଷ ଲଦି ଖସିବାକୁ ଆପ୍ ସରକାରର ଉଦ୍ୟମ

Smruti Parija
Browse all articles by Smruti Parija
·2 years ago·2 min read
ହିମାଚଳ ଉପରେ ଦୋଷ ଲଦି ଖସିବାକୁ ଆପ୍ ସରକାରର ଉଦ୍ୟମ

ଅର୍ଗସ ବ୍ୟୁରୋ: ପାଣି ପାଇଁ ରାଜଧାନୀ ଦିଲ୍ଲୀରେ ହାହାକାର । ଭୀଷଣ ଗରମରେ ସନ୍ତୁଳି ହେଉଥିବା ରାଜଧାନୀବାସୀଙ୍କ ପାଇଁ ସଂକଟ ବଢା଼ଉଛି ଜଳ । ପୂର୍ବ ଦିଲ୍ଲୀରେ ଜଳାଭାବ ସ୍ଥିତି ସାଂଘାତିକ ସ୍ତରରେ ପହଞ୍ଚିଥିବାବେଳେ ରାଜ୍ୟ ର ଅଧିକାଂଶ ସ୍ଥାନରେ ଜଳ ସଂକଟ ବଢ଼ିବାରେ ଲାଗିଛି । ଭୀଷଣ ଗରମ କାରଣରୁ ନଦୀ, ଜଳାଶୟ ଶୁଖିଲା ପଡ଼ିଛି । ରାଜ୍ୟ ସରକାରଙ୍କ ପାଇପ ଯୋଗେ ଜଳ ଯୋଗାଣ ସମ୍ପୂ୍ର୍ଣ୍ଣ ଫେଲ୍ ମାରିଛି । ସହରାଞ୍ଚଳରେ ଦିନରେ ମାତ୍ର ଥରେ ଟ୍ୟାଙ୍କର ଯୋଗେ ପାଣି ଦିଆଯାଉଥିବାରୁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ରାଜ୍ୟବାସୀଙ୍କ ଜଳ ସଂକଟ ବଢୁଥିବାବେଳେ ଦିଲ୍ଲୀ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ କରିଛି ବିଜେପି । ପ୍ରତିବାଦରେ ଖାଲି ମାଠିଆ ଧରି ଦିଲ୍ଲୀ ଜଳ ବିଭାଗ ମନ୍ତ୍ରୀ ଅତିଶୀ ମାରଲେନାଙ୍କ ବାସଭବନ ଘେରାଉ କରିଛନ୍ତି ମହିଳା ।  

ଜଳ ସଙ୍କଟର ମୁକାବିଲା ପାଇଁ ହୋଇଥିବା ଜରୁରୀ ବୈଠକରେ ହିମାଚଳ ପ୍ରଦେଶ ଉପରେ ଦୋଷ ଲଦିଛନ୍ତି ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ ମାରଲନା । ହିମାଚଳ ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଦିଲ୍ଲୀରେ ନର୍ମଦା ଜଳସ୍ତର ହ୍ରାସ ପାଇଥିବା ସେ କହିଛନ୍ତି । ବୈଠକ ପୂର୍ବରୁ ୱଜୀରାବାଦ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ ଟିମ । 

ଜଳାଭାବ ସହ ପ୍ରଚଣ୍ଡ ଗରମରେ ଡହଳବିକଳ ହେଉଛନ୍ତି ଦିଲ୍ଲୀବାସୀ । ତାପମାତ୍ରା 52 ଡିଗ୍ରୀ ସେଲସିଅସ ଅତିକ୍ରମ କରିଛି । ଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ଆକାଶରୁ ବର୍ଷୁଛି ନିଆଁ । ଏପଟେ ପାଣିପାଗ ବିଭାଗର ସୂଚନା ଦିଲ୍ଲୀବାସୀଙ୍କ ପାଇଁ ଆଶ୍ବସ୍ତି ଆମିଦେଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଦେଶର 6 ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି IMD । ଆସନ୍ତା 3 ଦିନ ମଧ୍ୟରେ ଦିଲ୍ଲୀ ସମେତ କେରଳ, ପଶ୍ଚମବଙ୍ଗ, ସିକିମ, ଆସାମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 

ଦିଲ୍ଲୀରେ ପାଣି ନଷ୍ଟ କଲେ  2 ହଜାର ଟଙ୍କା ଜରିମାନା । ଏଥିପାଇଁ ଦିଲ୍ଲୀ ସରକାର 2 ଶହଟି ଟିମ୍ ବନାଇ ହାତବାନ୍ଧି ବସିଛନ୍ତି । ପାଣି ସଙ୍କଟ ମୁକାବିଲାରେ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଫେଲ ମାରିଥିବାରୁ ଲୋକଙ୍କ ଅସନ୍ତେଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...

water-crisis-in-delhi | Argus News