ଆଉ କିଛିଦିନ ପରେ ମରୁଭୂମି ପାଲଟିଯିବ ପାକିସ୍ତାନ

Key Points
ବିଛା ମନ୍ତ୍ର ନଜାଣି ସାପ ଲାଙ୍ଗୁଡରେ ହାତ ମାରିବାର ପରିଣାମ ଏବେ ଭୋଗୁଛି ପାକିସ୍ତାନ। ଏକଥା ଆମେ ଏଥିପାଇଁ କହୁଛୁ କାରଣ ପାକିସ୍ତାନ ନିଜେ ଭାରତ ସହ ଲଢେଇ କରିବାକୁ ପ୍ରସ୍ତୁତ ନହେଇ ଆଗୁଆ ଉଖୁରେଇ ହେବା ଏବେ ତାକୁ ମହଙ୍ଗା ପଡ଼ିଛି।
ଏପ୍ରିଲ ୨୨ରେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନକୁ ଅଡୁଆରେ ପକାଇବାକୁ ଏକାଧିକ କଟକଣା ଲାଗୁ କରାଯାଇଛି। ତନ୍ମଧ୍ୟରୁ ସିନ୍ଧୁ ଜଳ ଚୁକ୍ତି ସ୍ତଗିତ ରଖିବା ସବୁଠୁ ଅଧିକ ଅସୁବିଧାରେ ପକାଇଛି ପାକିସ୍ତାନକୁ। ଭାରତ ସିନ୍ଧୁ ନଦୀ ଜଳ ନଛାଡିବାରୁ ପାକିସ୍ତାନରେ ଉତ୍କଟ ହୋଇଛି ଜଳସଂକଟ।
ପାକିସ୍ତାନର ପ୍ରମୁଖ ସମ୍ବାଦପତ୍ର ଡନ୍ରେ ପ୍ରକାଶ ପାଇଥିବା ଏକ ଖବର ଅନୁସାରେ ପାକିସ୍ତାନର ମଙ୍ଗଳା ଡ୍ୟାମ ଏବଂ ତରବେଲା ଡ୍ୟାମରେ ଜଳସ୍ତର କମିଛି। ଉଭୟ ଡ୍ୟାମରେ ୨୧ ପ୍ରତିଶତ ଜଳସ୍ତର ହ୍ରାସ ପାଇଛି। ଯେଉଁଥିପାଇଁ ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଛି। ଜୁନ ୨ ସୁଦ୍ଧା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସିନ୍ଧୁ ନଦୀଜଳ ୧୦.୩ ପ୍ରତିଶତ ହ୍ରାସ ପାଇସାରିଛି। ମୌସୁମି ଆସିବାକୁ ଆହୁରି ଚାରି ସପ୍ତାହ ବାକି ରହିଥିବାବେଳେ ଆଗକୁ ଏହି ସଙ୍କଟ ଅଧିକ ତୀବ୍ରତର ହେବ ବୋଲି ଖବରରେ ଚିନ୍ତା ପ୍ରକଟ କରାଯାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହାକୁ ନେଇ ଚିନ୍ତାରେ ଅଛନ୍ତି।
📱 Get Argus News App
✨ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କୀସ୍ତାନକୁ ଚେତାବନୀ ଦେଇ କହିଥିଲେ ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ ନ କରିଛି, ସେ ପର୍ଯ୍ୟନ୍ତ ସିନ୍ଧୁ ନଦୀଜଳ ଚୁକ୍ତି ସ୍ଥଗିତ ରଖାଯିବ। ପାଣି ଓ ରକ୍ତ ଏକାସାଙ୍ଗରେ ପ୍ରବାହିତ ହୋଇପାରିବ ନାହିଁ ।
ସୂଚନାଯୋଗ୍ୟ- ୧୯୬୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ସିନ୍ଧୁ ନଦୀଜଳ ଚୁକ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ କିଭଳି ଏହି ଜଳ ଭାଗବଣ୍ଟା ହେବ ସେନେଇ ଏହି ଚୁକ୍ତିରା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏବେ ଭାରତ ଏହି ଚୁକ୍ତିକୁ ରଦ୍ଦ କରିଛି।