Videos
|
National

ସ୍ବପ୍ନ ଅଧାରେ ରଖିଦେଲା କୋଚିଂ ସେଣ୍ଟର

Arpita Mohanty
Browse all articles by Arpita Mohanty
·2 years ago·2 min read
ସ୍ବପ୍ନ ଅଧାରେ ରଖିଦେଲା କୋଚିଂ ସେଣ୍ଟର

ଅର୍ଗସ ବ୍ୟୁରୋ: ଆଇଏସ ହେବା ଏତେ ସହଜ ନୁହେଁ, କାରଣ ଏହାପାଇଁ ଦରକାର କଠିନ ପରିଶ୍ରମ ଏବଂ ଏକାଗ୍ରତା।  କିନ୍ତୁ ଜୀବନ ବି ଚାଲିଯିବ କେବେ କେହି ଭାବି ନ ଥିବେ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚିତ ଆନ୍ଦୋଳିତ କରୁଥିବା। ଏହି ଉଦୀୟମାନ ଛାତ୍ରଛାତ୍ରୀଙ୍କ କଣ ଭୁଲ ଥିଲା ? ସେମାନେ ତ ପାଠ ପଢିବାକୁ ଆସିଥିଲେ। ନିଜ ସ୍ବପ୍ନ ପୂରା କରିବାକୁ ଯାଇଥିଲେ। କିନ୍ତୁ କୋଚିଂ ସେଣ୍ଟରର ଅସାବଧାନତା କାରଣରୁ ଏମାନଙ୍କର ସ୍ବପ୍ନ ଅଧାରେ ରହିଗଲା। ଦିଲ୍ଲୀର ପୁରୁଣା ରାଜିନ୍ଦର ନଗର ଅଞ୍ଚଳରେ ଥିବା ରାଉସ୍‌ ଆଇଏଏସ୍ ଷ୍ଟଡି ସର୍କଲରେ ବନ୍ୟା ପାଣି ପଶିଯିବାରୁ ପ୍ରାଣ ହରାଇଦେଲେ ୩ ଛାତ୍ରଛାତ୍ରୀ ସିଏ ହେଉଛନ୍ତି ତାନିଆ , ଶ୍ରେୟା ଏବଂ ନବିନ।

 

ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ୬.୨୦ ସମୟରେ ପ୍ରବଳ ବର୍ଷା ଲାଗିରହିଥିଲା। ରାସ୍ତାରେ ପୂରା ପାଣି ଜମିଯାଇଥଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାଉସ୍‌ ଆଇଏଏସ୍ ଷ୍ଟଡି ସର୍କଲର ବେସମେଣ୍ଟରେ ଥିବା ଲାଇବ୍ରେରିରେ ଛାତ୍ର ଛାତ୍ରୀ ମାନେ ବସି ପଢୁଥିଲେ। କୋଚିଂ ସେଣ୍ଟର ଭିତରକୁ ପାଣି ପ୍ରବେଶ କରିବାର ସବୁ ଦ୍ବାର ବନ୍ଦ ଥିଲା। କିନ୍ତୁ କିଛି ଗାଡ଼ି ଦ୍ରୁତ ଗତିରେ ଯିବା କାରଣରୁ ଝରକା କାଚ ଭାଙ୍ଗି ପାଣି କୋଚିଂ ସେଣ୍ଟର ଭିତରକୁ ପ୍ରବେଶ କରିଥିଲା ଆଉ ୨ ମିନିଟ୍ ଭିତରେ ବେସମେଣ୍ଟରେ ୧୦ ରୁ ୧୨ ଫୁଟ୍ ର ପାଣି ହୋଇଗଲା। ୩୦ ରୁ ଅଧିକ ଛାତ୍ରଛାତ୍ରୀ ଫସିଯାଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବେସମେଣ୍ଟର କବାଟରେ କିଛି ଦିନ ତଳେ ବାୟୋମେଟ୍ରିକ ସିଷ୍ଟମ ଲଗାଯାଇଥିଲା। କିନ୍ତୁ ପାଣି ଭରିଯିବା କାରଣରୁ ଏବଂ ଇଲେକଟ୍ରିସିଟି ନଥିବା କାରଣରୁ ସେହି ମେସିନ ଆଉ କାମ କରି ନ ଥିଲା ଫଳରେ ସେଠାରୁ ବାହାରିବା ଅସମ୍ଭବ ହୋଇଗଲା। କିଛି ଛାତ୍ରଙ୍କ କହିବା ଅନୁଯାୟୀ ପାଣିର ସୁଅ ଏତେ ଅଧିକ ଥିଲା ଯେ ବାହାରିବାର କୌଣସି ରାସ୍ତା ହିଁ ଦେଖାଯାଉ ନ ଥିଲା। ଦଉଡ଼ି ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ କଢାଯାଇଥିଲା। କିନ୍ତୁ ସେପର୍ଯ୍ୟନ୍ତ ତାନିଆ , ଶ୍ରେୟା ଏବଂ ନବିନ ନିଜ ପ୍ରାଣ ହରାଇସାରିଥିଲେ। 

ତେବେ ଏହି ଘଟଣାରେ ପୋଲିସ କୋଚିଂ ସେଣ୍ଟରର ମାଲିକକୁ ଗିରଫ କରିଛି। ସିଏ ସ୍ବୀକାର କରିଛନ୍ତି ଯେ ବେସମେଣ୍ଟରେ ପାଣି ବାହାରକୁ ଯିବାର କୌଣିସି ବ୍ୟବସ୍ଥା ନଥିଲା ଯେଉଁ କାରଣରୁ ଏହି ଅଘଟଣ ଘଟିଲା। ଆଉ ବଳିପଡ଼ିଗଲେ ୩ ଛାତ୍ରଛାତ୍ରୀ। ତେଲେଙ୍ଗାନାର ତାନିଆ ସୋନି ଉତ୍ତରପ୍ରଦେଶର ଶ୍ରେୟା ଯାଦବ ଏବଂ କେରଳର ନବିନ ଡ଼ାଲୱିନ ।

ତାଙ୍କ ସହିତ ଚାଲିଗଲା ତାଙ୍କ ବାପା ମାଙ୍କ ସବୁ ଇଛା ସବୁ ସ୍ବପ୍ନ। ସିଏ ବି ଭାବିଥିଲେ ଦିନେ ନିଜ ପିଲାଙ୍କୁ ଆଇଏସ ଅଫିସର ହେବାର ଦେଖିବେ। ସେହି ବିଶ୍ବାସର ସହିତ ନିଜ ପିଲାଙ୍କୁ ଦିଲ୍ଲୀ ପଢିବାକୁ ପଠାଇଥିଲେ। ଆଶା ଥିଲା ଆଇଏସ ହୋଇ ଘରକୁ ଫେରିବେ କିନ୍ତୁ ଦଇବ ସେମାନଙ୍କ ପାଇଁ ଅଲଗା କିଛି ଲେଖିଥିଲା ବୋଲି କେହି ଜାଣି ନ ଥିଲେ। କ୍ଷଣକରେ ସବୁ ଛାରଖାର ହୋଇଗଲା। ବାପା ମାଙ୍କ ସବୁ ଇଛା ପାଣିରେ ମିଶିଗଲା।

ଅଧିକ ପଢନ୍ତୁ ଭାରତ ଖବର

Water gushed into the coaching centre in delhi , 3 students lost their lives | Argus News