Videos
|
National

ସିକ୍କିମ, ଆସାମ, ଅରୁଣାଚଳ ପ୍ରଦେଶରେ ବଢିବାରେ ଲାଗିଛି ଜଳସ୍ତର

Rashmita Mishra
Browse all articles by Rashmita Mishra
·1 year ago·1 min read
ସିକ୍କିମ, ଆସାମ, ଅରୁଣାଚଳ ପ୍ରଦେଶରେ ବଢିବାରେ ଲାଗିଛି ଜଳସ୍ତର

Key Points

ଉତ୍ତରପୂର୍ବାଞ୍ଚଳରେ ବିଭିନ୍ନ ନଦୀରେ ବଢୁଛି ଜଳସ୍ତର
ସିକ୍କିମ, ଆସାମ, ଅରୁଣାଚଳ ପ୍ରଦେଶରେ ବଢିବାରେ ଲାଗିଛି ଜଳସ୍ତର
ମେଘାଳୟ, ମଣିପୁର, ମିଜୋରାମରେ ବଢିବାରେ ଲାଗିଛି ଜଳସ୍ତର
ବନ୍ୟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା
ହଜାର ହଜାର ଲୋକ ପ୍ରଭାବିତ

ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ବନ୍ୟା । ସିକ୍କିମ, ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର, ମିଜୋରାମରେ ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ବନ୍ୟାରେ ୩୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନକୁ ନିଆଯାଉଛି । ବାଦଲଫଟା ବର୍ଷାଯୋଗୁଁ ଅନେକ ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇଛି । ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନରେ ୧୪ଜଣଙ୍କ ମୃତ୍ୟୁ ହୋଇଛି । ଆସାମର ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି । ୬୦ ହଜାରରୁ ଅଧିକ ଲୋକ ପାଣି ଘେରରେ ରହିଛନ୍ତି । ଆସାମର ସମସ୍ତ ଜିଲ୍ଲା ପାଇଁ ଅରେଂଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନେକ ସ୍ଥାନରେ ଜାତୀୟ ରାଜପଥ ଧୋଇ ଯାଇଥିବାରୁ ଯାତାୟତ ପ୍ରଭାବିତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
water-levels-are-rising-in-sikkim-assam-arunachal-pradesh | Argus News