Videos
|
National

ନ୍ୟୁୟର୍କର ମାଡାମି ତୁଷାଦ ମ୍ୟୁଜିୟମରେ ରାମଦେବଙ୍କ ୱାକ୍ସ ଷ୍ଟାଚ୍ୟୁ

Ritu Das
Browse all articles by Ritu Das
·2 years ago·1 min read
ନ୍ୟୁୟର୍କର ମାଡାମି ତୁଷାଦ ମ୍ୟୁଜିୟମରେ ରାମଦେବଙ୍କ ୱାକ୍ସ ଷ୍ଟାଚ୍ୟୁ

ଅର୍ଗସ ବ୍ୟୁରୋ: ନ୍ୟୁୟର୍କର ମାଡାମି ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଛି ଯୋଗଗୁରୁ ବାବା ରାମଦେବଙ୍କ ୱାକ୍ସ ଷ୍ଟାଚ୍ୟୁ। ଆଜି ଦିଲ୍ଲୀର ଏକ ହୋଟେଲରେ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଛି। ବାବା ରାମଦେବଙ୍କ ବୃକ୍ଷାସନ ପୋଜରେ ଥିବା ପ୍ରତିମୂର୍ତ୍ତିଟି ଅବିକଳ ରାମଦେବଙ୍କ ପରି ଦେଖାଯାଉଥିବାବେଳେ ପ୍ରତିମୂର୍ତ୍ତିକୁ ଦେଖି ସେଠାରେ ଉପସ୍ଥିତ ଲୋକମାନଙ୍କ ସମେତ ନିଜେ ଯୋଗଗୁରୁ ମଧ୍ୟ ଚକିତ ହୋଇଯାଇଥିଲେ। 

ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବାବା ରାମଦେବ ନିଜେ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ବର୍ତ୍ତମାନ ଏହି ପ୍ରତିମୂର୍ତ୍ତି ନ୍ୟୁୟର୍କକୁ ପଠାଯିବ । ଭାରତର ପ୍ରଥମ ସନ୍ୟାସୀ ଭାବେ ବାବା ରାମ ଦେବଙ୍କ  ମହମ ପ୍ରତିମୂର୍ତ୍ତି ଖୁବ୍ ଶୀଘ୍ର ନ୍ୟୁୟର୍କର ମ୍ୟାଡାମ୍ ତୁଷାଦ ମ୍ୟୁଜିୟମରେ ସ୍ଥାପିତ ହେବ । ଏହି ମହମ ପ୍ରତିମୂର୍ତ୍ତିକୁ ପ୍ରସ୍ତୁତ କରିବାକୁ ୨ବର୍ଷ ସମଯ ଲାଗିଛି..  ଏହା ସଂପୂର୍ଣ ଜୀବନ୍ତ ପରି ମନେହେଉଥିବାରୁ  ଏହାର ପ୍ରସ୍ତୁତକାରୀଙ୍କୁ ଅଶେଷ ପ୍ରଶଂସା କରିଛନ୍ତି ବାବା ରାମ ଦେବ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Wax statue of Ramdev | Argus News