Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଛାରଖାର  ହୋଇଗଲା ଓ୍ୱାୟନାଡ

National

ଛାରଖାର  ହୋଇଗଲା ଓ୍ୱାୟନାଡ

Manini Pattanayak
Browse all articles by Manini Pattanayak
·1 year ago·2 min read
ଛାରଖାର  ହୋଇଗଲା ଓ୍ୱାୟନାଡ

ନୂଆଦିଲ୍ଲୀ:  ଛାରଖାର  ହୋଇଗଲା ଓ୍ୱାୟନାଡ।  ଶହ ଶହ ଲୋକଙ୍କ ଘଟିଲା ମୃତ୍ୟୁ।  କିଏ ହେଲା ବାପ  ଛେଉଁଣ୍ଡ ଆଉ। କିଏ  ହେଲା ମା ଛେଉଁଣ୍ଡ। ଆଉ କାହାର ପରିବାର ହୋଇଗଲା ଶୂନ୍ୟ.. ଏହି  ବପିର୍ଯ୍ୟୟ ଇଲାକାରୁ ଶୁଭୁଛି  କୁଁଆ କୁଁଆର ସ୍ୱର।  କାନ୍ଦୁଛି  ବଞ୍ଚିଯାଇଥିବା  ୪  ମାସର ଶିଶୁ। ଖାଲି  ଜଣେ ଶିଶୁ ନୁହେଁ ଏମିତି ଅନେକ ଶିଶୁଙ୍କର ଶୁଭୁଛି କାନ୍ଦଣା। ଖୋଜୁଛିନ୍ତି ମା' କ୍ଷୀର ଖାଇବାକୁ। କିନ୍ତୁ ସିଏ  ଅବୋଧ ଶିଶୁ ଜାଣନ୍ତି ନାହିଁ  ଯେ, ମା' ଙ୍କୁ ତାଙ୍କର ଭଷାଇ ନେଇଛି କାଳ ରୂପି ବନ୍ୟା ।  

ଏହାରି ଭିତରେ ଯଶୋଦା ମା ହୋଇ  ଛୁଆ ମାନଙ୍କ ପାଖରେ ପହଞ୍ଚିଛନ୍ତି  ଦୁଇଟି ସନ୍ତାନର ଜନନୀ ।  ନିଶ୍ୱାର୍ଥପର ଭାବେ  ଶିଶୁମାନଙ୍କୁ  ସ୍ତନ୍ୟପାନ କରାଉଛନ୍ତି। ଡୁଡୁକିରେ ରହୁଥିବା ଏହି ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ସହ ଆସି ଓ୍ୱାୟନାଡରେ ପହଞ୍ଚି  ଶିଶୁମାନଙ୍କୁ  ବଞ୍ଚିବାକୁ ଜୀବନ ଦେଉଛନ୍ତି। ଏହି ମା ଜଣଙ୍କ କହିଛନ୍ତି  ମୁଁ ଦୁଇଟି ପିଲାର ମା।  ମୁଁ ଜାଣିଛି  ମାର ବିନା ପିଲାଙ୍କର  କେମିତି ହୋଇଥାଏ।  ମହିଳା ଏବଂ ତାଙ୍କ ସ୍ୱାମୀ ଆଉ ତାଙ୍କର ଦୁଇଟି ପିଲା  ଯାହାଙ୍କର ବୟସ  ୪ ବର୍ଷ ଏବଂ ୪ ମାସ।

ତେବେ  ଏ ମହିଳା ଜଣଙ୍କ କହିଛନ୍ତି ଯେ,  ଯେତେବେଳେ ଓ୍ୱାୟନାଡର  ମା ଛେଉଁଣ୍ଡ ଶିଶୁଙ୍କ ବିଷୟରେ ମୋ ସ୍ୱାମୀଙ୍କୁ  କହିଲି ଆଉ ମୋର ଏହି କଥାରେ ସେ ରାଜି ହୋଇଗଲେ ।  ଏହା ପରେ ଦୁଇ ସ୍ୱାମୀ ସ୍ତ୍ରୀ  ସାହାର୍ଯ୍ୟ କରିବା  ପାଇଁ ଓ୍ୱାୟନାଡ ଚାଲି ଆସିଲେ ।  ଓ୍ୱାୟନାଡର ବିପର୍ଯ୍ୟୟସ୍ଥଳରୁ  ଏହି ଖବର ଏବେ ସମସ୍ତଙ୍କ ହୃଦୟ ଛୁଉଁଛି।  ତେବେ ଅନ୍ୟ ପଟେ   ଓ୍ୱାୟନାଡର ମୁଣ୍ଡକଇରେ  ଏବେ ବି  ବିରାଟ ବିରାଟ ଗଛ ଉପୁଡି ପଡିରହିଛି। ଯାହା ତଳେ ଅନେକ ଘର ଦବି ରହିଛି। ଆଉ ସେହି ଗଛ ମାନଙ୍କୁ ହଟାଇବା ପାଇଁ  ଭାରି ମେସିନର ଆବଶ୍ୟକତା ପଡୁଛି ବୋଲି  ଉଦ୍ଧାରକାରୀ କହିଛନ୍ତି।  ତେବେ ସେହି କାଳ ରାତି ଥିଲା ମଙ୍ଗଳବାର ପାଖାପାଖି ସମୟ ୨ ଟାରୁ ୪ଟା ୧୦ ମିନିଟ୍‌। ଏହି ସମୟରେ ଲୋକେ ଶୋଇଥିଲେ।  ଶୋଇଥିବା ଅବସ୍ଥାରେ ଥିବାରୁ ଶହ ଶହ ଲୋକେ  ଭୁସ୍ଖଳନରେ ଚାଲିଗଲେ। 
 
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Wayanad has been destroyed | Argus News