Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମିଠାର ଅପମିଶ୍ରଣ ଜାଣିବାର ଉପାୟ

Sudeshna Mishra
Browse all articles by Sudeshna Mishra
·1 year ago·4 min read
ମିଠାର ଅପମିଶ୍ରଣ ଜାଣିବାର ଉପାୟ

ଅର୍ଗସ ବ୍ୟୁରୋ: ଦିପାବଳୀ ଆଲୋକର ପର୍ବ ସହ ମିଠା ଖାଇ ଖୁଶୀ ବାଣ୍ଟିବାର ମଧ୍ୟ ପର୍ବ। କିନ୍ତୁ ଏହି ସମୟରେ ମିଠା ମାନଙ୍କର ମାନକୁ ନେଇ ମଧ୍ୟ ଲୋକ ମାନେ ଚିନ୍ତିତ ରହିଥାନ୍ତି। ଏହି ଦିନ ମାନଙ୍କରେ ଭେଜାଲ କ୍ଷୀର,ଘିଅ, ଖୁଆ ଆଦିର ଅପମିଶ୍ରଣର ଖବର ସାମନାକୁ ଆସେ। ଏହି ଅପମିଶ୍ରିତ ଖାଦ୍ୟ ଲୋଙ୍କକ ସ୍ଥାସ୍ୟ ପାଇଁ ଆଦୌ ହିତକର ନୁହେଁ। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଏଭଳି କିଛି ସହଜ ଉପାୟ କହିଛନ୍ତି ଯାହା ଦ୍ବାରା ଆପଣ ଘରେ ବସି ସହଜରେ ଅପମିଶ୍ରଣର ସତ୍ୟତା ଜାଣିପାରିବେ। 

କ୍ଷୀରରେ ପାଣିର ଅପମିଶ୍ରଣ କଥା କେମିତି ଜାଣିବେ?
କ୍ଷୀରର କିଛି ଡ୍ରପକୁ ଗୋଟେ ପ୍ଲେଟ ଉପରେ ରଖିବେ ଆଉ ତାହାକୁ ଗୋଟେ କଣକୁ ଢ଼ଳିବାକୁ ଦେବେ, ଯେଉଁ କ୍ଷୀରରେ କୌଣସି ପ୍ରକାର ଅପମିଶ୍ରଣ କରାଯାଇ ନାହି ତାହା ଧିରେ ଧିରେ ବହିବାକୁ ଲାଗେ ଓ ଏକ ଧଳା ଦାଗ ଛାଡ଼ି ଦେଇଯାଏ। ଯଦି କ୍ଷୀରେ ପାଣିର ଅପମିଶ୍ରଣ ଅଛି ତେବେ ତାହା ଜୋରେ ବହିବାକୁ ଲାଗେ ଓ ନିଜ ପଛରେ କୌଣସି ଧଳା ଗାର ବି ଛାଡ଼ିଯାଏନା। 

କ୍ଷୀରରେ ଡିଟେର୍ଜେଂଟ ମିଶୁଥିଲେ କେମିତି ଜାଣିବେ?
ଗୋଟେ କପରେ ୫ରୁ ୧୦ ମିଲିଲିଟରର କ୍ଷୀର ନିଅନ୍ତୁ ଆଉ ସେହି ସମାନ ଅନୁପାତରେ ସେଥିରେ ପାଣି ମିଳାନ୍ତୁ, ଯଦି କ୍ଷୀରରେ ଡିଟେର୍ଜେଂଟ ମିସିଛି ତେବେ ସେଥିରେ ବହଳିଆ ଫେଣ ତିଆରି ହୋଇଯିବ। ଯଦି କ୍ଷୀରରେ ପତଳା ଫେଣ ହେବ ତେବେ ସେଥିରେ କୌଣସି ଅପମିଶ୍ରଣ ହୋଇ ନାହିଁ ବୋଲି ଆଶ୍ବସ୍ତ ହୋଇ ଯାଆନ୍ତୁ। 
ଖୁଆରେ ଅପମିଶ୍ରଣ ହୋଇଚ୍ଛି ନା ନାହି ଜାଣିବାର ଉପାୟ

ଖାଦ୍ୟ ସୁରକ୍ଷା ବିଭାଗ ସବୁ ବର୍ଷ ଦିଓ୍ବାଲି ସମୟରେ ବହୁ ଟନ ନକଲି ଖୁଆ ଜବ୍ତ କରନ୍ତି। 
ଖୁଆ ଏକ ଡେଏରୀ ଉତ୍ପାଦ, ଯାହା କ୍ଷୀରକୁ ଫୁଟାଇବା ପରେ ବନିଥାଏ।ଅଧିକାଂଶ ମାମଲାରେ ଖୁଆରେ ଅପମିଶ୍ରଣ ବେଳେ ଷ୍ଟାର୍ଚ, ବନସ୍ପତି ଘିଅ, ବ୍ଲଟିଙ୍ଗ ପେପର ଅଥାବ ଚକ ପାଉଡର ମାଧ୍ୟମରେ କରାଯାଏ। ଆଉ ଏହାକୁ ଯାଚ କରିବାର ଉପାୟ ଏଫ.ଏସ.ଏସ.ଏ.ଆଇଙ୍କ ଅନୁସାର ଗୋଟେ ଚାମଚ ଖୁଆ ନିଅନ୍ତୁ ଆଉ ତାହାକୁ ଗରମ ପାଣିରେ ମିସାନ୍ତୁ ପୂଣି ସେହି କପରେ ଟିକେ ଆୟୋଡିନ ପକାନ୍ତୁ ଖୁଆର ରଙ୍ଗ ଯଦି ବ୍ଳୁ ହୋଇଯାଏ ତେବେ ସେଥିରେ ଷ୍ଟାର୍ଚ ମିସିଥିବା କଥା ସ୍ପଷ୍ଟ ହୋଇ ଯିବ। ଯଦି ରଙ୍ଗ ପରିର୍ବତନ ହେଉ ନାହିଁ ତେବେ ତାହା ପୂରା-ପୂରୀ ଶୁଦ୍ଦ ବୋଲି ଧରି ନିଅନ୍ତୁ। ଏହା ବ୍ୟତିତ ଏଥିରେ ର୍ଫମାଲିନ ଭଳି ରାସାୟନିକ ପଦାର୍ଥ ଅଛି ନା ନାହିଁ ଜାଣିବା ପାଇଁ ସଲଫ୍ୟୁରିକ ଆସିଡ଼ର ବ୍ୟବହାର କରାଯାଏ  

ଦ୍ବିତୀୟ ଉପାୟ ଗୋଟେ ଛୋଟ ପାତ୍ରରେ ଟିକେ ଖୁଆ ନିଅନ୍ତୁ ସେଥିରେ ସଲଫ୍ୟୁରିକ ଆସିଡ଼ର ପକାନ୍ତୁ ବାଇଗଣି ରଙ୍ଗରେ ତାହା ପରିବର୍ତନ ହୋଇଗଲେ ଏହା ଅପମିଶ୍ରିତ ବୋଲି ଜାଣିଯାଆନ୍ତୁ। ଖୁଆ କିଣିବା ବେଳେ ବି ଏହା ଜାଣି ହେବ। 

ଏଫ.ଏସ.ଏସ.ଏ.ଆଇଙ୍କ ଅନୁସାର ସତେଜ ଖୁଆ ତେଲିଆ ଓ ଗୋଟା ଦାନା ଭଳି ରହିଥିବ।ଏହା ସ୍ବାଦରେ ମିଠା ହୋଇଥିବା ବେଳେ ହାତର ପାଫୁଳିରେ ଏହାକୁ ଘସିଦେଲେ ଏହା ଚିକଣ ଯୁକ୍ତ ଲାଗିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଘିଅରେ ଅପମିଶ୍ରଣ ହେଲେ କେମିତି ଜାଣିବେ?
ଘିଅର ବ୍ୟବହାର ପାଖାପାଖୀ ସବୁ ପାରମ୍ପାରିକ ମିଠା ପାଇ କରାଯାଏ। ପର୍ବ-ପର୍ବାଣୀ ସମୟରେ ବି ଘିଅର ଡିମାଣ୍ଡ ବଢ଼ି ଯାଏ ଆଉ ଏତିକି ବେଳେ ବଜାରରେ ବି ଅପମିଶ୍ରିତ ଘିଅ ମିଳିପାରେ। ଘିଆ କିମ୍ବା ବଟରରେ ପ୍ରା:ୟତ ଅପମିଶ୍ରଣ ବେଳେ ଚକଡ଼ା ଯାଇଥିବା ଆଳୁ, ଶକରକନ୍ଦ ଓ ଅନ୍ୟ ର୍ଷ୍ଟାଚ ଭଳି ପଦାର୍ଥର ବ୍ୟବହାର କରାଯାଏ।ଘିଅରେ ଅପମିଶ୍ରଣକୁ ଖୋଜି ବାହାରି କରିପାରିବେ। ଏକ କାଚର ପାତ୍ରରେ ଅଧା ଚାମଚ ଦେଶୀ ଘିଅ କିମ୍ବା ବଟର ନିଅନ୍ତୁ ସେଥିରେ ଦୁଇ-ତିନ ବୁନ୍ଦା ଆୟୋଡିନ ମିଶାନ୍ତୁ, ଯଦି ତାହାର ରଙ୍ଗ ନୀଳ ହୋଇଯାଏ ତେବେ ଏହା ଖାଇବା ଉପଯୋଗୀ ନୁହେଁ ।ନୀଳ ରଙ୍ଗ ସୃଷ୍ଟି ହେବା ଚକଟା ଯାଇଥିବା ଆଳୁ କିମ୍ବା ଅନ୍ୟ ର୍ଷ୍ଟାଚର ଉପସ୍ଥିତି ଆଡ଼କୁ ଇଶାରା କରେ। 

ମିଠାରେ ଅପମିଶ୍ରଣ ହେଲେ କେମିତି ଜାଣିବେ?
ମିଠାକୁ ସ୍ବାଦଯୁକ୍ତ କରିବା ପାଇଁ ବ୍ୟବହାର କରାଯାଉଥିବା ଚିନି, ଗୁଡ଼ ଓ ମହୁ ବି ଅପମିଶ୍ରିତ ହେଉଛି। 

ମହୁରେ ଚିନିର ଅପମିଶ୍ରଣ, କେମିତି ଜାଣିବେ?
ଗୋଟେ କାଚ ଗ୍ଲାସରେ ପାଣି ନିଅନ୍ତୁ ସେଥିରେ ମହୁର ଗୋଟେ ଡ୍ରପ ମିସାନ୍ତୁ ଯଦି ମହୁ ଶୁଦ୍ଦ ତେବେ ତାହା ପାଣିରେ ମିସିବ ନାହିଁ, ଯଦି ମହୁର ସେହି ଡ୍ରପ ପାଣିରେ ମିସିଯାଉଛି, ତେବେ ତାହାର ଅର୍ଥ ଏଥିରେ ଚିନି ମହଜୁଦ ଅଛି। ମହୁରେ ତୁଳାକୁ ବୁଡ଼ାଇ ତାକୁ ମାଚିସରେ ଜଳେଇ ଦିଅନ୍ତୁ, ମହୁ ଜଳିଯିବ। ଯଦି ମହୁରେ ଅପମିଶ୍ରଣ ଅଛି ତାହା ପାଣି ଉପସ୍ଥିତି କାରଣରୁ ଜଳିବ ନାହିଁ ଆଉ ଯଦି ଟିକେ ବି ଜଳିବ ତେବେ ହାଲୁକା ଆବାଜ ହେବ। 

ମିଠାରେ ଲାଗିଥିବା ଚାନ୍ଦୀ କାମରେ ଅପମିଶ୍ରଣ--ମିଠା ଉପରେ ଚାନ୍ଦୀ କାମ କରାଯାଏ, ଯେମିତିକି ତାହା ଆର୍କଷଣୀୟ ଦେଖାଯିବ ଓ ବିକ୍ରି ହେବ। କିନ୍ତୁ ଚାନ୍ଦୀର ବଢ଼ୁଥିବା ଦର କାରଣରୁ ଏଥିରେ ବି ଅପମିଶ୍ରଣ ଆରମ୍ଭ ହୋଇଗଲାଣି। ଏଥିରେ ଅପମିଶ୍ରଣ ପାଇଁ ଆଲୁମିନିୟମ ବନାଯାଏ ଯାହା କ୍ୟାନ୍ସରର କାରକ। 

ଅପମିଶ୍ରଣ ଜାଣିବାର ଉପାୟ---ମିଠା ଉପରେ ହୋଇଥିବା ଏହି କାମକୁ ନିଅନ୍ତୁ ଓ ଦୁଇଟି ଆଙ୍ଗୁଠି ଉପରେ ରଖି ଏହାକୁ ରଗଡ଼ି ଚାଲନ୍ତୁ, ଯଦି ଚାନ୍ଦି ଶୁଦ୍ଦ ତେବେ ସହଜରେ ଭାଙ୍ଗିଯାଇ ପାଉଡ଼ର ବନିଯିବ। କିନ୍ତୁ ଏଥିରେ ଆଲୁମିନିୟମର ଅପମିଶ୍ରଣ ରହିଲେ ଏହା ଛୋଟ-ଛୋଟ ଖଣ୍ଡରେ ଭାଙ୍ଗି ଯିବ ଓ ଛୋଟ-ଛୋଟ ଗୋଳା ଆକାରରେ ରହିଯିବ। 
ଆପଣ ଅପମିଶ୍ରିତ ଚାନ୍ଦୀର କାମକୁ ନେଇ ତାର ଗୋଳି ବନେଇ ଯଦି ତାକୁ ନିଆଁରେ ଜଳାଇବେ ତେବେ ଚାନ୍ଦୀ ଜଳିଯିବ ଓ ଆଲୁମିନିୟମ ପାଉଁଶରେ ପରିଣତ ହୋଇଯିବ। 
ତେବେ ଅପମିଶ୍ରିତ ମିଠାରୁ ଦୁରରେ ରୁହନ୍ତୁ ଓ ସୁସ୍ଥ ଦିପାବଳୀ ପାଳନ କରନ୍ତୁ, ଦୀପ ଜାଳନ୍ତୁ, ସତର୍କତାର ସହ ବାଣ ଫୁଟାନ୍ତୁ ଓ ମିଠା ଖୁଆଇ ଖୁଶୀ ବାନ୍ଟନ୍ତୁ।  

Sponsored
Ways to know the adulteration of sweets | Argus News