Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - `ଆତଙ୍କବାଦ ବିରୋଧରେ ଆମେ ଜିରୋ ଟଲେରାନ୍ସ ନୀତି ଆପଣେଇଛୁ': ଅମିତ ଶାହ

National

`ଆତଙ୍କବାଦ ବିରୋଧରେ ଆମେ ଜିରୋ ଟଲେରାନ୍ସ ନୀତି ଆପଣେଇଛୁ': ଅମିତ ଶାହ

Rashmita Mishra
Browse all articles by Rashmita Mishra
·1 year ago·1 min read
`ଆତଙ୍କବାଦ ବିରୋଧରେ ଆମେ ଜିରୋ ଟଲେରାନ୍ସ ନୀତି ଆପଣେଇଛୁ': ଅମିତ ଶାହ

ପହଲଗାମ୍ ଘଟଣାରେ ଆତଙ୍କୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କଡ଼ା ଚେତାବନୀ । କହିଲେ- ଖୋଜି ଖୋଜି ଜବାବ୍ ଦେବୁ, ଜବାବ ନେବୁ । କାପୁରୁଷଙ୍କ ଭଳି ଆସି ଆକ୍ରମଣ କରି ଯଦି ସେମାନେ ଭାବୁଥିବେ କି ଆମର ବଡ଼ ବିଜୟ ହୋଇଛି । ତାହେଲେ ସେମାନେ ଜାଣି ରଖିବା ଦରକାର କି ମୋଦି ସରକାରରେ କାହାକୁ ବି ଛଡାଯିବନି। ଆତଙ୍କବାଦ ବିରୋଧରେ ଆମେ ଜିରୋ ଟଲେରାନ୍ସ ନୀତି ଆପଣେଇଛୁ । ଦେଶରେ ଆତଙ୍କବାଦର ମୂଳୋତ୍ପାଟନ କରିବୁ । ଏହା ଆମର ସଂକଳ୍ପ । ଆଉ ଏହାକୁ ସିଦ୍ଧ କରିକି ରହିବୁ ।


ଏହି ଲଢେଇରେ ନା କେବଳ ୧୪୦ କୋଟି ଭାରତୀୟ ବରଂ ପୁରା ବିଶ୍ବ ଭାରତ ସହ ଛିଡା ହୋଇଛି । ଆତଙ୍କବାଦ ବିରୋଧ ଲଢ଼େଇରେ ସାରା ବିଶ୍ବ ଆମ ସହ ଅଛି । ଯେବେ ଯାଏ ଆତଙ୍କବାଦ ସମାପ୍ତ ହେବ ନାହିଁ ଆମ ଲଢେଇ ଜାରି ରହିବ । ଯେଉଁମାନେ ଏଭଳି କାଣ୍ଡ ଭିଆଇଛନ୍ତି, ସେମାନଙ୍କୁ ଏହାର ଉଚିତ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଶାହ ।.. ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଇସାରିଛନ୍ତି ଚେତାବନୀ- ପାତାଳରେ ଥିଲେ ବି ଖୋଜି ବାହାର କରିବୁ । ଏବେ ଶାହଙ୍କ ଚେତାବନୀ ପରେ ବଡ଼ ଆକ୍ସନ୍ ହେବା ନେଇ ଅନୁମାନ କରାଯାଉଛି । ସେନାକୁ ବି ପୂର୍ଣ୍ଣ କ୍ଷମତା ଦେଇସାରିଛନ୍ତି ପ୍ରଧାନମନ୍ତ୍ରୀ । ଏବେ ଅପେକ୍ଷା ଆକ୍ସନକୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
we-have-adopted-a-zero-tolerance-policy-against-terrorism-amit-shah | Argus News