Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡିଶାରେ ୧୫ରୁ ଅଧିକ ଲୋକସଭା ଆସନ ଜିତିବୁ: ଧର୍ମେନ୍ଦ୍ର ପ୍ରଧାନ

National

ଓଡିଶାରେ ୧୫ରୁ ଅଧିକ ଲୋକସଭା ଆସନ ଜିତିବୁ: ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଡିଶାରେ ୧୫ରୁ ଅଧିକ ଲୋକସଭା ଆସନ ଜିତିବୁ: ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ୧୫ରୁ ଉର୍ଦ୍ଧ୍ୱ ଲୋକସଭା ସିଟ୍ ଜିତିବ ବିଜେପି। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ସିଟ୍ ଜିତିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି।  ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 2014 ତୁଳନାରେ 2019ରେ ଓଡ଼ିଶାରେ ବିଜେପିକୁ ଅଧିକ ଭୋଟ୍ ମିଳିଥିଲା। 19ରେ ବିଜେପିକୁ ଲୋକସଭା ଆସନରେ 38 ପ୍ରତିଶତ ଭୋଟ୍ ମିଳିଥିବା ବେଳେ ବିଜେଡି ପାଇଥିଲା 42 ପ୍ରତିଶତ।

ସେତବେଳର ମାତ୍ର 4 ପ୍ରତିଶତର ବ୍ୟବଧାନକୁ ଏଥର ବିଜେପି ମାତ୍ ଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗୋଟିଏ ରାଜନୈତିକ ଦଳ କେବଳ କ’ଣ ଅନ୍ୟ ଦଳକୁ ଗାଳି ଦେଲେ ତାହାକୁ ରାଜନୈତିକ ପ୍ରତିଦ୍ୱନ୍ଦୀ କୁହାଯିବ ? ଆମେ ଆମ ନୀତିରେ ଅଛୁ । ଆଗାମୀ ବିଧାନସଭା ନିର୍ବାଚନରେ ଆମେ 45 ପ୍ରତିଶତରୁ ଅଧିକ ଭୋଟ ଆଣିବୁ ଏବଂ ଲୋକସଭାରେ 15ରୁ ଅଧିକ ସିଟ୍ ଜିତିବୁ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
We will win more than 15 Lok Sabha seats in Odisha: Dharmendra Pradhan | Argus News