Videos
|
National

ଚପଲ ପିନ୍ଧି ବାସ୍ୟମ ଯୁବରାଜ ପହଞ୍ଚିଲେ ରୋଲ୍ସ ରୟସ କାର ସୋରୁମରେ

Ritu Das
Browse all articles by Ritu Das
·2 years ago·2 min read
ଚପଲ ପିନ୍ଧି ବାସ୍ୟମ ଯୁବରାଜ ପହଞ୍ଚିଲେ ରୋଲ୍ସ ରୟସ କାର ସୋରୁମରେ

ଅର୍ଗସ ବ୍ୟୁରୋ: ବହିର କଭରକୁ ଦେଖି ଯେମିତି ବହିର ଭିତର ପୃଷ୍ଠାକୁ ବିଚାର କରାଯାଏନାହିଁ।  କହିବାର ତାତ୍ପର୍ଯ୍ୟ ଏହିକି ଯେ, ମନୁଷ୍ୟର ବାହ୍ୟ ସୌନ୍ଦର୍ଯ୍ୟତାକୁ ଦେଖି ଆମେ କେବେ ବି ମନୁଷ୍ୟ ପାଖରେ କଣ ଅଛି କଣ ନାହିଁ ବୋଲି ଆମେ  କହିପାରିବାନି। କି ତାହାର ଚରିତ୍ରକୁ କେବେ ଜଜ କରାଯିବା କଥା ନୁହେଁ। ଆମେ ଏହି କଥା କହିବାର ଏକ କାରଣ ରହିଛି। ଚାଲନ୍ତୁ ଜାଣିବା କାରଣ କଣ ଚେନ୍ନାଇର ଜଣେ ସାଧାରଣ ପୋଷାକ ଏବଂ ପାଦରେ ସ୍ପଞ୍ଜ ଚପଲ ପିନ୍ଧି ଇଲେକ୍ଟ୍ରିକ କାର ଡେଲିଭରୀ ପାଇଁ ସୋରୁମ ପହଞ୍ଚିଛନ୍ତି। ଓ୍ବେଟ ଓ୍ବେଟ କାରର ଦାମ ଶୁଣିଲେ ନିଶ୍ଚିତ ଆପଣଙ୍କ ହୋସ ଉଡିଯିବ। କାର ନାଁ ହେଲା ରୋଲ୍ସ ରୟସ। 

 

ସାଧାରଣତଃ ଲୋକେ ଭାବିଥାନ୍ତି କି କୋଟି କୋଟି ଟଙ୍କାରେ କାର କିଣୁଥିବା ବ୍ୟକ୍ତିଙ୍କ ଲାଇଫଷ୍ଟାଇଲ ସେହିଭଳି ଲକଜରିୟସ ହୋଇଥିବ। ଆଉ ଜଣେ ଧନୀକ ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କ ନାଁ ସାମିଲ ଥିବ। କିନ୍ତୁ ଏହି ଘଟଣା ତ ସବୁଠୁ ହଟକେ। 

ରୋଲ୍ସ ରୟସ କାର ଯାହା କିଛି ଗାଡ଼ି ପ୍ରେମୀଙ୍କର ଡ୍ରିମ କାର। ତେବେ ଏହି କାର ଏବେ ଭାରତ ବଜାରରେ ପ୍ରବେଶ କରିନାହିଁ। କାରର କଥା ଯଦି କହିବା ଏହି କାରର ଲୁକ୍ସ ଏକଦମ ଲକଜରିୟସ। ଏହାର ଡିଜାଇନ ପ୍ରାୟତଃ ଫାଣ୍ଟମ କାର ସହିତ ସିମିଲାର। ଏହି କାରର ରୋଡ ପ୍ରେଜେନ୍ସ ବାକି କାର ମାନଙ୍କଠାରୁ ପୁରା ଅଲଗା। ଭାରତ ପାଇଁ ଯେଉଁ କାର ଲଞ୍ଚ କରାଯାଇଛି ତାହାର କଲର ହେଉଛି ବ୍ଲ୍ୟୁ ସେଡ। ତେବେ ଏହି କାରରେ ଦୁଇଟି ଅଲଗା ଅଲଗା ଇଲେକ୍ଟ୍ରିକ ମୋଟର ଦିଆଯାଇଛି। ଏହାର ଫ୍ରଣ୍ଟ ମୋଟର ୨୫୫ bhp ପାଓ୍ବାର ଏବଂ ପଛ ମୋଟର ୪୮୩ bhp ପାଓ୍ବାର ଜେନେରେଟ କରିଥାଏ। ସମୁଦାୟ ଏହି କାର ୫୮୪ bhp ପାଓ୍ବାର ଜେନେରେଟ କରେ। ତେବେ ଏହି ଖବରରୁ ଏତିକି ବୁଝା ପଡ଼ିଲା  ଯେ, କାହାର ବାହ୍ୟ ପରିପାଟିକୁ ଦେଖି ତାକୁ ଜଜ କରିବା ଅନୁଚିତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର