Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରବଳ ଗରମ, ଅସୁସ୍ଥ ହେଲେଣି 282 ଜଣ

Smruti Parija
Browse all articles by Smruti Parija
·1 year ago·2 min read
ପ୍ରବଳ ଗରମ, ଅସୁସ୍ଥ ହେଲେଣି 282 ଜଣ

Key Points

ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ

ଗରମରେ ଅସୁସ୍ଥ ହେଲେଣି 282 ଜଣ

ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ 282 ଜଣ ଅସୁସ୍ଥ ହୋଇଛନ୍ତି । ସମ୍ବଲପୁର ରେ ସର୍ବାଧିକ 83 ଜଣ ଅସୁସ୍ଥ ହୋଇଛନ୍ତି । ବଲାଙ୍ଗୀରରେ ଜଣେ ରୋଗୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଜଣେ ବି ମେଡିକାଲରେ ଭର୍ତ୍ତି ହୋଇ ନଥିବା ସ୍ପଷ୍ଟ କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ।


ଝାରସୁଗୁଡାରେ 72, ମୟୁରଭଞ୍ଜରେ 42, ଦେଓଗଡରେ 15, ବାଲେଶ୍ୱରରେ 24, ସୋନପୁରରେ 17 ଜଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସୁସ୍ଥ ହୋଇଛନ୍ତି । ଖଣି ଅଂଚଳରେ ଟ୍ରକ ଭିତରେ ଡ୍ରାଇଭରଙ୍କୁ ନରହିବାକୁ ପରାମର୍ଶ ଦିଆଯାଇଛି ।


10 ଟା ପରେ ଖରାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଛତା ଓ ମୁଣ୍ଡରେ ଗାମୁଛା ଦେଇ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ORS କିମ୍ବା ତୋରାଣି ଭଳି ପାନୀୟ ପିଅନ୍ତୁ ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବର୍ତ୍ତମାନ ରାଜ୍ୟରେ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଦେହ ଜଳିଯାଉଥିବାବେଳେ ୧୯ ତାରିଖ ଯାଏ ଅସହ୍ୟ ଗରମ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଯାଏ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାସହ ଆଗକୁ ଅସମ୍ଭାଳ ତାତି ର ସମ୍ଭାବନା ଥିବାବେଳେ ୨ ଦିନ ଭିତରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିବାର ସମ୍ଭାବନା ରହିଛି ।


ଅନ୍ୟପଟେ ଆଜି ଆଣ୍ଡାମାନ ଛୁଇଁଛି ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ୨୪ ଘଣ୍ଟାରେ ନିକୋବର ଦୀପର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କିଛି ସ୍ଥାନରେ ଭାରି ବର୍ଷା ହୋଇଛି ।

Sponsored
weather-update-282-people-fall-sick-in-sunstroke | Argus News