Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହିଳାଙ୍କ ଆକାଉଣ୍ଟରୁ ୧.୯୪ ଲକ୍ଷ ଟଙ୍କା ଲୁଟ

Rashmita Mishra
Browse all articles by Rashmita Mishra
·2 years ago·2 min read
ମହିଳାଙ୍କ ଆକାଉଣ୍ଟରୁ ୧.୯୪ ଲକ୍ଷ ଟଙ୍କା ଲୁଟ

ଅର୍ଗସ ବ୍ୟୁରୋ: ଆଜିକାଲି  ସମୟରେ ଫ୍ରଡ  କେବେ କେତେବେଳେ ଆଉ କେଉଁ  ପରିସ୍ଥିତିରେ  କାହା ସହ  ହେବେ ତାହା ଖବର କାହା  ପାଖରେ ନାହିଁ।ଭାଇ କହି ଆସିଲେ ମହିଳାଙ୍କୁ ଲୁଟି ନେଲେ। ଉତ୍ତର ପ୍ରଦେଶରୁ ସାଇବର ଫ୍ରଡଙ୍କର ଏକ ନୂଆ କେସ ଆସିଛି । ଯେଉଁ ଠାରେ ଏକ ମହିଳାକୁ ବହୁତ ଚତୁରତାର ସହ ସାଇବର ଠକ ମାନେ ଶିକାର ବନେଇଛନ୍ତି । ଆସନ୍ତୁ ସେ ବିଷୟରେ ଜାଣିବା । 

ପୋଲିସର କହିବା ଅନୁସାରେ ଅପ୍ରେଲ ୨୨ରେ ମହିଳାଙ୍କ ସହ ତିନି ଜଣଙ୍କର ଇନଷ୍ଟାରେ କଥାବାର୍ତ୍ତା ହେଇଥିଲେ । ଏହି ଅପରାଧରେ ତିନି ଜଣ ସଂପୃକ୍ତ ଅଛନ୍ତି । ସେମାନେ ହେଲେ ରବି କୁମାର,ରାଣା ପ୍ରତାପ, ମନୋଜ । ପ୍ରଥମେ ମହିଳାଙ୍କ ସହ କଥା ତାଙ୍କର ଭରଷାକୁ ଜିତିଥିଲେ । ଏହା ପରେ  ସେ ମହିଳାଙ୍କୁ ଭାଇ ବୋଲି କହିବାକୁ ଲଗିଥିଲେ ।ଏମିତି କିଛି ଦିନ କଥା ହେବାକୁ ଲାଗିଲେ । 

ତା'ପରେ ଆରମ୍ଭ ହୋଇଥାଏ ଅସଲ ସ୍କାମ । ଗୋଟେ ଦିନ ରବି କୁମାର ସେ ମହିଳାଙ୍କୁ କଲ କରିଥିଲେ ।ପରେ ଭରଷା ଦେଇ କହିଲେ ତାଙ୍କ ବାହାଘରରେ ଏକ ମହଙ୍ଗା ହାର ଦେବା କଥଖା କହିଲେ ।ସେହି ଲୋକ ମାନେ ସପିଙ୍ଗର ବାହାନା କରି କିଛି ଡକ୍ୟୁମେଣ୍ଟ ମାଗିଥିଲେ । ସେଥିରେ ମହିଳାଙ୍କର ଆଧାର କାର୍ଡ,ଫଟୋ ଅନ୍ୟ କିଛି ଡକୁମେଣ୍ଟ ଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମନୋଜ ମହିଳାଙ୍କୁ ଫୋନ କଲା ତା'ପରେ କହିଲେ କି ସେମାନେ ଏୟାରପୋର୍ଟ ଯାଇସାରିଛୁ କିଛି ଅସୁବିଧା ହୋଇଛି।ସେମାନେ କହିଲେ ଏହାକୁ ବାହାର କରି ପାରିବ ତାହା ପାଇଁ କିଛି ଟଙ୍କା ଆବଶ୍ୟକ । ସାଇବର ଠକ ମାନେ ମହିଳାକୁ ଟଙ୍କା ମାଗିଥିଲେ । ମହିଳା ଜଣଙ୍କ ମନା କରିବାରୁ ତାଙ୍କୁ ଡରାଇଥିଲେ । ଯଦି ସେ ଏମିତି ନକରିବେ ତେବେ ଏବା ସହ ଜଡିତ CBI, କ୍ରାଇମ ବ୍ରଂଚ ଆଉ ଇନକମ ଟାକ୍ସ ଲୋକ ମିଳିତ ଅଛନ୍ତି । ଯଦି ପେମେଣ୍ଟନ କରନ୍ତି ତେବେ ଗିରଫ କରିଵୁ । ଏହା ପରେ ମହିଳା ଜଣଙ୍କ ଡରିଯାଇ ଟଙ୍କା ଟ୍ରାସଫର କରି ଦେଲେ । ଏହା ପରେ ମହିଳାଙ୍କ ଆକାଉଣ୍ଟରୁ ୧.୯୪ ଲକ୍ଷ ଟଙ୍କା କଟିଯାଇଥିଲା । ଏହା ପରେ ପୁରା ଘଟଣା ବିଷୟରେ ପୋଲିସ କୁ କହିଥିଲେ । ଆଉ ବର୍ତ୍ତମାନ ପୋଲିସ ତା'ର ତଦନ୍ତ ଆରମ୍ଭ କରିଛି । 

Sponsored
wedding-gift-scam-woman-loses-of-rs-2-lakh-from-so-called-brothers | Argus News