West Bengal Election / ଆରମ୍ଭ ହେଲା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯାୟ ଭୋଟ୍

Key Points
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯାୟ ଭୋଟ୍
୧୬ଟି ଜିଲ୍ଲାରେ ଥିବା ୧୫୨ଟି ବିଧାନସଭା ଆସନରେ ମତଦାନ
ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ମତ ଦାନ
ଆରମ୍ଭ ହେଲା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯାୟ ଭୋଟ୍ । ଜ୍ୟର ୧୬ଟି ଜିଲ୍ଲାରେ ଥିବା ୧୫୨ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି ଭୋଟର । ହିଂସା ଓ ବିବାଦ ପାଇଁ ଚର୍ଚ୍ଚାରେ ରହୁଥିବା ପଶ୍ଚିମବଙ୍ଗରେ ଏଥର ସୁରକ୍ଷିତ ମତଦାନ ଲାଗି ନିର୍ବାଚନ କମିଶନ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।
ଅଢ଼େଇ ଲକ୍ଷରୁ ଅଧିକ ସୁରକ୍ଷା ବଳଙ୍କ କଡ଼ା ପହରା ଭିତରେ ଗଣତନ୍ତ୍ରର ଏହି ମହୋତ୍ସବ ଅନୁଷ୍ଠିତ ହେଉଛି । ନନ୍ଦିଗ୍ରାମରୁ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବହରାମପୁରରୁ ଅଧିର ରଞ୍ଜନ ଚୌଧୁରୀଙ୍କ ପର୍ଯ୍ୟନ୍ତ, ଅନେକ ହେଭିୱେଟଙ୍କ ଭାଗ୍ୟ ବନ୍ଦ ହେବ ଇଭିଏମରେ ।
ସେହିପରି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ମତ ଦାନ । ଗୋଟିଏ ପର୍ଯ୍ୟାୟରେ ସମଗ୍ର ରାଜ୍ୟରେ ହେଉଛି ଭୋଟ୍ ଗ୍ରହଣ । ୩୮ଟି ଜିଲ୍ଲାର ମୋଟ୍ ୨୩୪ଟି ଆସନ ପାଇଁ ହେଉଛି ମତଦାନ।ମୋଟ ଭୋଟର- ୬.୨୫ କୋଟିରୁ ଅଧିକ ଅଛନ୍ତି ।ପୁରୁଷ ଭୋଟର- ୩.୦୭ କୋଟି ଥିବା ବେଳେ ମହିଳା ଭୋଟର ଅଛନ୍ତି ୩.୧୮ କୋଟି।୨୩୪ଟି ଆସନ ପାଇଁ ମୈଦାନରେ ମୋଟ ୪,୦୦୦ରୁ ଅଧିକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି
📱 Get Argus News App
✨Related Topics
Explore more stories