Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୋଲିସକୁ ଡରି ଆକ୍ସିଡେଣ୍ଟ ହେଲା ବଙ୍ଗ ଆଳୁ ଗାଡ଼ି : ହେଲେ ବି...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପୋଲିସକୁ ଡରି ଆକ୍ସିଡେଣ୍ଟ ହେଲା ବଙ୍ଗ ଆଳୁ ଗାଡ଼ି : ହେଲେ ବି...

ଆରେ ଭାଇ ଦିଖାଦୋ...ହାମକୋ ଏକ ବାର ଦିଖନା ହେ କି ଗାଡି ମେ ଆଲୁ ହେ କ୍ୟା ? ରାସ୍ତା ଉପରେ ମାଲବୋଝେଇ ଟ୍ରକକୁ ଅଟକାଇ କିଛି ଏମିତି ପଚାରୁଛନ୍ତି ବଙ୍ଗ ପୋଲିସ । ଯାହାକୁ ନେଇ ଏବେ ଓଡ଼ିଶାରେ ଚର୍ଚ୍ଚା । କାରଣ ୧୫ ଦିନ ହେଲାଣି ସୀମାରୁ ଆଳୁ ଗାଡ଼ିକୁ ପ୍ରବେଶ କରିବାକୁ ଦେଉନି ବଙ୍ଗ ପୋଲିସ । ସେପଟେ ଓଡ଼ିଶାରେ ଆଳୁ ସଂକଟ ଦେଖା ହେବା ପରେ ବଙ୍ଗ ବଦଳରେ ୟୁପିରୁ ଆଳୁ ଅଣାଯାଉଛି । କିନ୍ତୁ ବଙ୍ଗ ପୋଲିସର ଦାଦାଗିରିକୁ ନେଇ ଏବେ ସବୁଠି ଅସନ୍ତୋଷ । 

ସୀମାରେ ଆଳୁ ବୋଝେଇ ଟ୍ରକକୁ ଅଟକ ରଖିଛି ପୋଲିସ । ପଶ୍ଚିମବଙ୍ଗରୁ ଗଳା ବାଟ ଦେଇ ଓଡିଶାକୁ ଆଳୁ ଆସୁଥିବା ବେଳେ ଗାଡ଼ିକୁ ଗୋଡେଇ ଧରିଲା ଧରିଛି ପଶ୍ଚିମବଙ୍ଗ ପୋଲିସ । ବିଳମ୍ବିତ ରାତିରେ ଗୋମୁଣ୍ଡା - ବାଲିମ ରାସ୍ତା ଦେଇ ଓଡ଼ିଶାକୁ ଆଳୁ ଆସୁଥିଲା ଖବର ପାଇ, ଆଳୁ ଗାଡିକୁ ପଶ୍ଚିମବଙ୍ଗ ପୋଲିସ ଗୋଡ଼ାଇ ଥିଲା ଯାହା ଫଳରେ ଆଳୁ ଗାଡିଟି ଓଡ଼ିଶା ଭିତରକୁ ପ୍ରବେଶ କରିବାର ପାଞ୍ଚଶହ ମିଟର ଆସିବା ପରେ ଲୈଲାଣପୁର ପାଖରେ ଭାରସାମ୍ୟ ହରାଇ ଫଶିଯାଇଥିଲା । କଥା ହେଲା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ପଶ୍ଚିମବଙ୍ଗ ପୋଲିସ ଗାଡିକୁ ଜବତ କରିବା ସହ ଗାଡିରେ ଥିବା ଆଳୁ ସବୁ ଅନଲୋଡ୍‌ କରି ପୁଣି ଫେରି ନେଇଯିବାର ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ବରଂ ଆଳୁ ନେଇକି ଆସିଥିବା ଗାଡିର ଡ୍ରାଇଭର ଓ ହେଲପରକୁ ଦାନ୍ତୁନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । 

ମୋଟ୍‌ ଉପରେ,  ଓଡିଶାକୁ ଆଳୁ ଦେବାକୁ ବାରଣ କରିଛି ପଶ୍ଚିମବଙ୍ଗ ସରକାର । ଆଳୁ ଟ୍ରକକୁ ସୀମା ପାରି ହୋଇ ଓଡିଶା ଆସିବାକୁ ଦେଉନି ପଶ୍ଚିମବଙ୍ଗ ପୋଲିସ । ଯେଉଁ ଆଳୁ ବୋଝେଇ ଟ୍ରକ ଓଡିଶା ଭିତରକୁ ଆସିବାର ଥିଲା ଓଡିଶା-ପଶ୍ଚିମବଙ୍ଗ ସୀମା ସୋନାକନିଆରୁ ଗାଡ଼ି ଫେରାଉଛି ପଶ୍ଚିମବଙ୍ଗ ପୋଲିସ । ଯେମିତି ଆଳୁ ଟ୍ରକ ଓଡିଶା ମଧ୍ୟକୁ ପ୍ରବେଶ ନକରେ ସେଥିପାଇଁ କଡ଼ାକଡ଼ି ଯାଞ୍ଚ କରୁଛି ପଶ୍ଚିମବଙ୍ଗ ପ୍ରଶାସନ । ସ୍ଥିତି ଏମିତି ହେଉଛି କି, ସୀମାରେ ୧୨ ଘଣ୍ଟା ଧରି ଆଳୁ ଟ୍ରକ ଛିଡ଼ା ହେବା ପରେ ଫେରାଇ ନେଉଛି ପଶ୍ଚିମବଙ୍ଗ ପୋଲିସ । ଏହାରି ଭିତରେ ସୋନାକନିଆ ପାଖରୁ ୫୦୦ ରୁ ୭୦୦ ଆଳୁ ଟ୍ରକ ପୁଣି ଥରେ କଲିକତା ଫେରିଯାଇଛି । ଅତିରିକ୍ତ ଆରକ୍ଷ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଳୁ ଗାଡି ଗୁଡିକ ଫେରି ଯାଇଥିବାର ଦେଖିବାକୁ ମିଳିଛି । ଅଭିଯୋଗ ହେଉଛି କି, ସୀମାରେ ୩୦ ହଜାର ବଟି ଦେଲେ ଆଳୁ ଗାଡି ଛଡାଯାଉଛି । ତେବେ ବଙ୍ଗକୁ ଉଚିତ୍‌ ଜବାବ ଦେବା ପାଇଁ ଓଡ଼ିଶା ସଜବାଜ ହେଉଥିବା କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

(ଜଳେଶ୍ଵରରୁ ଗୋପବନ୍ଧୁ ସାହୁଙ୍କ ରିପୋର୍ଟ)

Sponsored
potato-truck | Argus News