Board Exam Postponed / ଘୁଞ୍ଚିଲା ବୋର୍ଡ ପରୀକ୍ଷା, ଆସନ୍ତୁ ଜାଣିବା କାହିଁକି ଘୁଞ୍ଚିଲା ବୋର୍ଡ ପରୀକ୍ଷା
·13 mins ago·1 min read

Key Points
ପଶ୍ଚିମବଙ୍ଗରେ ଘୁଞ୍ଚିଲା ବୋର୍ଡ ପରୀକ୍ଷା
ଜନଗଣନା ପାଇଁ ଘୁଞ୍ଚିଲା ବୋର୍ଡ ପରୀକ୍ଷା
ମାର୍ଚ୍ଚ ୨ରୁ ମାଧ୍ୟମିକ ଓ ୧୯ରୁ ଉଚ୍ଚ ମାଧ୍ୟମିକ ପରୀକ୍ଷା ହେବ

କୋଲକାତା: ୨୦୨୭ ବୋର୍ଡ ପରୀକ୍ଷାକୁ ନେଇ ଆସିଲା ବଡ଼ ନିଷ୍ପତ୍ତି। ଘୁଞ୍ଚିଲା ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷା ତାରିଖ। ଜନଗଣନା କାର୍ଯ୍ୟ ପାଇଁ ଉଭୟ ପରୀକ୍ଷାକୁ ପ୍ରାୟ ୧୫ ଦିନ ଘୁଞ୍ଚାଇ ଦିଆଯାଇଛି। ଫଳରେ ପୂର୍ବ ନିର୍ଦ୍ଧାରିତ ଫେବୃଆରୀ ପରିବର୍ତ୍ତେ ମାର୍ଚ୍ଚରେ ହେବ ପରୀକ୍ଷା ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ଘରକୁ ଘର ବୁଲି ଜନଗଣନା ତଥ୍ୟ ସଂଗ୍ରହ କାର୍ଯ୍ୟରେ ଶିକ୍ଷକମାନେ ନିୟୋଜିତ ହେବେ। ତେଣୁ ଏକା ସମୟରେ ଜନଗଣନା ଓ ବୋର୍ଡ ପରୀକ୍ଷା ପରିଚାଳନାରେ ସମସ୍ୟା ହେବା ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଛି।
ପଢନ୍ତୁ ଏହି ଖବର: ଆସନ୍ତାକାଲି ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ଘୋଷଣା ହେଲା ଛୁଟି
ନୂଆ ସମୟସୂଚୀ ଅନୁଯାୟୀ, ମାଧ୍ୟମିକ ପରୀକ୍ଷା ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଚାଲିବ। ସେହିପରି ଉଚ୍ଚ ମାଧ୍ୟମିକ ପରୀକ୍ଷା ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇ ଏପ୍ରିଲ୍ ୧୨ରେ ଶେଷ ହେବ` ପୂର୍ବରୁ ମାଧ୍ୟମିକ ପରୀକ୍ଷା ଫେବୃଆରୀ ୧୫ରୁ ୨୫ ମଧ୍ୟରେ ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ଚାଲିବାକୁ ଥିବାରୁ ଶିକ୍ଷକଙ୍କ ଉପଲବ୍ଧତାକୁ ନେଇ ସମସ୍ୟା ଉପୁଜିଛି। ତେଣୁ ପରୀକ୍ଷା ପରିଚାଳନାରେ ଯେପରି କୌଣସି ବିଭ୍ରାଟ ନହୁଏ, ସେଥିପାଇଁ ତାରିଖ ପରିବର୍ତ୍ତନ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ପରୀକ୍ଷାର୍ଥୀମାନେ ନୂଆ ସମୟସୂଚୀ ସମ୍ପର୍କରେ ବୋର୍ଡର ଅଧିକାରିକ ବିଜ୍ଞପ୍ତି ଉପରେ ନଜର ରଖିବା ଜରୁରୀ। ପରୀକ୍ଷା ତାରିଖ ବଦଳିଥିଲେ ମଧ୍ୟ ପ୍ରସ୍ତୁତିରେ ଯେପରି କୌଣସି ଅବହେଳା ନହୁଏ, ସେଥିପ୍ରତି ଛାତ୍ରଛାତ୍ରୀମାନେ ସଚେତନ ରହିବା ଆବଶ୍ୟକ।
Related Topics
Explore more stories