ପଶ୍ଚିବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

ଅର୍ଗସ ବ୍ୟୁରୋ: ଦୀର୍ଘ ଦିନର ଅସୁସ୍ଥତା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କର ଗୁରୁବାର ସକାଳେ କୋଲକାତାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।
ବଙ୍ଗଳାରେ ୩୪ବର୍ଷ ବାମପନ୍ଥୀ ଶାସନ କାଳରେ ଭଟ୍ଟାଚାର୍ଯ୍ୟ ଦ୍ବିତୀୟ ଏବଂ ଶେଷ ସିପିଏମ ମୁଖ୍ୟମନ୍ତ୍ରୀ ଯିଏକି ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ କ୍ରମାଗତ ୧୧ବର୍ଷ କାର୍ଯ୍ୟ କରିଥିଲେ।
ଜୁଲାଇ ୨୯, ୨୦୨୩ରେ ଭଟ୍ଟାଚାର୍ଯ୍ୟଙ୍କୁ ଆଲିପୋରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏକାଧିକ ରୋଗ ସହ ସେ ନିମୋନିଆରେ ଚିକିତ୍ସିତ ହେଉଥିଲେ। ଏବଂ ତାଙ୍କୁ ଭେଣ୍ଟିଲେସନରେ ରଖାଯାଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ମଧ୍ୟ ପୀଡ଼ିତ ଥିଲେ।
ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଜନ୍ମ ୧୯୪୪ ମସିହା ମାର୍ଚ୍ଚ ମାସରେ ଉତ୍ତର କେଲାକାତାରେ ଜନ୍ମଗ୍ରହଣ କାରିଥିଲେ। ସେ ପ୍ରତିଷ୍ଠିତ ବଙ୍ଗାଳୀ କଲେଜରୁ ବଙ୍ଗଳା ସାହିତ୍ୟରେ ଅଧ୍ୟୟନ କରିଥିଲେ। ବଙ୍ଗଳା ସାହିତ୍ୟରେ ସେ ସ୍ନାତକୋତ୍ତର ହାସଲ କରିଥିଲେ। ପାଠ ପଢ଼ା ସରିବାପରେ ସିପିଆଇ(ଏମ)ରେ ଜଡିତ ହୋଇଥିଲେ। ଆଜି ତାଙ୍କ ମୃତ୍ୟୁରେ ସମଗ୍ର ପଶ୍ଚିବଙ୍ଗ ରାଜନୀତିରେ ଶୋକର ଛାୟା ଖେଳିଯାଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର