Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ୱାକଫ୍ ବିଲ୍‌କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ୱାକଫ୍ ବିଲ୍‌କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଉପରେ ମମତା ବାନାର୍ଜୀଙ୍କ ମନମାନୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟରେ ଲାଗୁ ହେବନାହିଁ ନୁଆ ଓ୍ଵାକଫ୍ ଆଇନ‌, ଧର୍ମ ନାଁରେ ବିଭାଜନକୁ ମିଳିବନି ମଞ୍ଜୁରୀ। ସେପଟେ ବିଜେପିର ଟାର୍ଗେଟ, ମମତାଙ୍କୁ ନକଲି ହିନ୍ଦୁ କହି କଟାକ୍ଷ କଲେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ। ସୋମବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଓ୍ଵାକଫ୍ ଆଇନ‌ ଲାଗୁ ହେବନାହିଁ ବୋଲି କହିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ସେମାନଙ୍କର ସମ୍ପତ୍ତିକୁ ସୁରକ୍ଷା ଦେବା ଟିଏମସି ସରକାରଙ୍କ ଦାୟିତ୍ୱ।


ଧର୍ମ ନାଁରେ ବିଭାଜନକୁ ମୁଁ କେବେବି ପ୍ରଶୟ ଦେବି ନାହିଁ ବୋଲି ମମତା କହିଥିବା ବେଳେ ବିଜେପି ପକ୍ଷରୁ ଏହାକୁ ନେଇ ତାଙ୍କୁ ଟାର୍ଗେଟ କରାଯାଇଛି। ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ନକଲି ହିନ୍ଦୁ କହିବା ସହ ଏହା ତାଙ୍କର ଭୋଟ ରାଜନୀତି ବୋଲି ଅଭିଯୋଗ କରିଛନ୍ତି। ଓ୍ଵାକଫ୍ ଆଇନ‌ ଆସିବା ପରେ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହିନ୍ଦୁ ଭାଇ ମାନଙ୍କ ଦୋକାନ ଭଙ୍ଗାରୁଜା ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ବୋଲି ସେ ପ୍ରଶ୍ନ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Chief Minister's big announcement regarding the Waqf Bill | Argus News