West Bengal / ଝିଅଙ୍କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଅଜବ ବୟାନ ''ରାତିରେ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବା ଉଚିତ୍ ନୁହେଁ''

Key Points
ପଶ୍ଚିମବଙ୍ଗର ଓଡ଼ିଆ ଛାତ୍ରୀ ଉପରେ ହେଉଥିବା ହିଂସା ପରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁହଁ ଖୋଲିଲେ।
ସେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରେ ରାଜ୍ୟର ସମସ୍ତ ମହିଳାଙ୍କୁ ଅପମାନିତ ଭାବେ ଦେଖିଛନ୍ତି।
ପୀଡିତାଙ୍କ ନ୍ୟାୟ ଓ ମହିଳା ସୁରକ୍ଷା ପାଇଁ ସମ୍ବେଦନା ଦରକାର, ନାହିଁ କି ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ନିନ୍ଦାନୀୟ।
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା କାଉଣ୍ଟର କଲେ ପ୍ରଭାତୀ । ସେ କହିଛନ୍ତି ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁଁହରୁ-"ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ । କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳା ରେ ଥିବା ସବୁ ମହିଳାମାନଙ୍କୁ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି ।
ପୀଡିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତିକ ଅସମନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ । ଆଉ ଯଦି ଓଡ଼ିଆ ଝିଅ ପୀଡିତା ବୋଲି ଦରଦ ନାହିଁ ଓଡିଶା ସରକାରଙ୍କୁ ଲେଖି ଦିଅନ୍ତୁ । ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଝିପାରିବୁ। ଲଜ୍ଜାବୋଧ ନ ରହିବା ଅତ୍ୟନ୍ତ ନିନ୍ଦନୀୟ । ମହିଳା ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଯଦି ସମବେଦନା, ସୁରକ୍ଷା, ଅଧିକାର ଝିଅ ମାନେ ଆଶା କରିବେନି ତାହାହେଲେ କରିବେ କାହାଠାରୁ ? ‘ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏଭଳି ମନ୍ତବ୍ୟ ଆସିବା ଉଚିତ୍ ନୁହେଁ ।
‘ପଶ୍ଚିମବଙ୍ଗର ୪ କୋଟି ୯୦ ଲକ୍ଷ ମହିଳାଙ୍କୁ ଏହା ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି । ନ୍ୟାୟ ଦେବା ବଦଳରେ ଝିଅଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବା ନିନ୍ଦନୀୟ । ଯଦି ଓଡ଼ିଆ ଝିଅ ପୀଡ଼ିତା ବୋଲି ଦରଦ ନାହିଁ ଓଡ଼ିଶା ସରକାରଙ୍କୁ ଲେଖି ଦିଅନ୍ତୁ । ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଝିପାରିବୁ ବୋଲି ପ୍ରଭାତୀ କହିଛନ୍ତି । ମହିଳା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଯଦି ସମବେଦନା, ସୁରକ୍ଷା, ଅଧିକାର । ଝିଅମାନେ ଆଶା କରିବେନି, ତାହେଲେ କରିବେ କାହାଠାରୁ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।
ମହିଳାଙ୍କୁ ନିରାଶ କରିଛି ମମତା ବାନାର୍ଜୀ ଙ୍କ ଭଳି ଜଣେ ମହିଳା ନେତୃତ୍ୱ ଓ ଦିଦି ନାମରେ ପରିଚୟ ପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଙ୍କ ମୁଁହରୁ -"ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ।କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳା ରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି। ପୀଡିତା କୁ…
— Pravati Parida (@PravatiPOdisha) October 13, 2025
ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ପ୍ରାୟ ରାତି ୮ଟା ସମୟରେ ମହିଳା ଜଣଙ୍କ ଜଣେ କଲେଜ ବନ୍ଧୁଙ୍କ ସହିତ ବାହାରକୁ ଯାଇଥିବା ସମୟରେ ଯୌନ ନିର୍ଯାତନା ଘଟିଥିଲା। କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିହିଛନ୍ତି କି ''ସେ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିଲେ। ଏହା କାହାର ଦାୟିତ୍ୱ? ସେ ରାତି ୧୨.୩୦ ରେ କିପରି ବାହାରକୁ ଆସିଲେ?" ସେ ଆହୁରି ମଧ୍ୟ କହିଛନ୍ତି ଯେ ଘରୋଇ ମେଡିକାଲ କଲେଜଗୁଡ଼ିକରେ ଛାତ୍ରୀମାନଙ୍କୁ ବାହାରକୁ ଆସିବା ଅନୁମତି ଦିଆଯିବା ଉଚିତ୍ ନୁହେଁ। ସେମାନଙ୍କୁ ନିଜକୁ ସୁରକ୍ଷା ଦେବାକୁ ପଡିବ। ଏହା ଏକ ଜଙ୍ଗଲ ଅଞ୍ଚଳ," ମମତାଙ୍କର ଏଭଳି ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ନିନ୍ଦାର ସୁଅ ଛୁଟିଛି।
📱 Get Argus News App
✨ଆହୁରି ପଢ଼ନ୍ତୁ : ପଶ୍ଚିମବଙ୍ଗ ଦୁର୍ଗାପୁର ଗସ୍ତରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ୩ ଜଣିଆ ଟିମ୍
ବିଜେପି ବିଧାୟକ ଅଗ୍ନିମିତ୍ର ପାଉଲ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି ଏବଂ ଛାତ୍ରୀ ଜଣକ ରାତି 8ଟାରେ ଖାଦ୍ୟ କିଣିବା ପାଇଁ ବାହାରକୁ ଯାଇଥିଲେ। "ଆଫଗାନିସ୍ତାନ ପରି, ପଶ୍ଚିମବଙ୍ଗରେ ମଧ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତାଲିବାନ ସରକାର ଅଛି। ମମତା ବାନାର୍ଜୀ କହିବାକୁ ଚାହୁଁଛନ୍ତି ଯେ ପଶ୍ଚିମବଙ୍ଗରେ ମହିଳାମାନେ ମଧ୍ୟରାତ୍ରି ପରେ ବାହାରକୁ ପାଦ ଦେବେ ନାହିଁ। ଲୋକମାନେ ଅଫିସକୁ ଯିବେ ନାହିଁ, ଏବଂ ଡାକ୍ତରମାନେ ଡାକ୍ତରଖାନାକୁ ଯିବେ ନାହିଁ। ଆପଣ କ'ଣ କହୁଛନ୍ତି ଯେ ଯଦି ଆମେ ମଧ୍ୟରାତ୍ରି ପରେ ବାହାରକୁ ପାଦ ଥାପିବୁ, ତେବେ ଆମେ ବଳାତ୍କାରର ଶିକାର ହେବୁ?" ସେ ପ୍ରଶ୍ନ କରିଛନ୍ତି।
ସିପିଏମ ରାଜ୍ୟ ସମ୍ପାଦକ ମହମ୍ମଦ ସଲିମ ମଧ୍ୟ ପଚାରିଥିଲେ ଯେ ବଙ୍ଗଳାରେ ତାଲିବାନ ଶାସନ ଅଛି କି? "ଆରଜି କର ମାମଲା ପରେ, ପୋଲିସ ତଦନ୍ତକୁ ଠପ୍ କରିଦେଇଥିଲା ଏବଂ ଅପରାଧୀଙ୍କୁ ସୁରକ୍ଷା ଦେଇଥିଲା। ସେହି ସମୟରେ ମଧ୍ୟ ସେମାନେ କହିଥିଲେ ଯେ ମହିଳାମାନେ ରାତିରେ କାମ କରିବା ଉଚିତ୍ ନୁହେଁ। ଏହି ମାନସିକତା ରାଜା ରାମ ମୋହନ ରାୟ ଏବଂ ବିଦ୍ୟାସାଗରଙ୍କ ବିଚାରଧାରା ଏବଂ ଆମର ସାମାଜିକ ସଂସ୍କାର ସହିତ ବିପରୀତ। ପୁରୁଷ ଏବଂ ମହିଳା ସମାନ; ମମତା ବାନାର୍ଜୀ କ'ଣ ଏହାକୁ ଗ୍ରହଣ କରନ୍ତି? ଏହା ସରକାରଙ୍କ ଦାୟିତ୍ୱ। ମମତା ବାନାର୍ଜୀ ସବୁବେଳେ ମହିଳାଙ୍କୁ ଦୋଷ ଦିଅନ୍ତି, ତାହା ପାର୍କ ଷ୍ଟ୍ରିଟ୍ ହେଉ କିମ୍ବା ଅନ୍ୟ କୌଣସି ଘଟଣା," ସେ କହିଛନ୍ତି।
Related Topics
Explore more stories