Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

West Bengal Elections / ଖଡଗପୁର ବିଧାନସଭା ମଣ୍ଡଳୀରେ ଜୋରଦାର୍ ପ୍ରଚାର... ଏଥର ପଶ୍ଚିମଙ୍ଗରେ ହେବ ପରିବର୍ତ୍ତନ

Rashmita Mishra
Browse all articles by Rashmita Mishra
·3 months ago·2 min read
ଖଡଗପୁର ବିଧାନସଭା ମଣ୍ଡଳୀରେ ଜୋରଦାର୍ ପ୍ରଚାର... ଏଥର ପଶ୍ଚିମଙ୍ଗରେ ହେବ ପରିବର୍ତ୍ତନ
West Bengal Elections

Key Points

ବେଙ୍ଗଲ ମଇଦାନରେ ଓଡ଼ିଆ ମନ୍ତ୍ରୀ ଓ ବିଧାୟକ ।
ଖଡ଼ଗପୁରରେ ଜୋରଦାର୍ ପ୍ରଚାର ।
TMCକୁ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ଆଟାକ୍ । 

ପଶ୍ଚିମବଙ୍ଗ ନିର୍ବାଚନ ମଇଦାନରେ ଓଡ଼ିଆ ନେତାଙ୍କ ଦମ୍‌ଦାର ପ୍ରଚାର । ଆସନ୍ତା ୨୩ ତାରିଖରେ ବଙ୍ଗଳାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ବିଜେପି ପାଇଁ ଭୋଟ୍ ମାଗୁଛନ୍ତି ଓଡ଼ିଶାର ମନ୍ତ୍ରୀ ଓ ବିଧାୟକ । ଖଡ଼ଗପୁରରୁ ନନ୍ଦିଗ୍ରାମ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଅନ୍ୟାନ୍ୟ ବିଧାୟକମାନେ ଟିଏମସି ସରକାର ବିରୋଧରେ ହୁଙ୍କାର ଭରିଛନ୍ତି । ମମତା ସରକାରଙ୍କ ଦୁର୍ନୀତି ଓ ଅନୁପ୍ରବେଶକାରୀଙ୍କ ଗୁଣ୍ଡାରାଜକୁ ମୁଦ୍ଦା କରି ବେଙ୍ଗଲରେ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି ଓଡ଼ିଆ ନେତା ।

ପଶ୍ଚିମବଙ୍ଗ ପ୍ରଚାର ମଇଦାନରେ ଓଡ଼ିଆ ମନ୍ତ୍ରୀ ଓ ବିଧାୟକ । ଖଡଗପୁର ବିଧାନସଭା ମଣ୍ଡଳୀରେ ଜୋରଦାର୍ ପ୍ରଚାର । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ TMCକୁ ଆଟାକ୍ । କହିଲେ, ଏଥର ପଶ୍ଚିମଙ୍ଗରେ ନିଶ୍ଚିତ ହେବ ପରିବର୍ତ୍ତନ । ସେପଟେ ଦିଲୀପ ଘୋଷଙ୍କ ଅର୍ଗସକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା । ଅନୁଶାସନ ବଦଳରେ ଅନୁପ୍ରବେଶକାରୀଙ୍କ ରାଜ ନେଇ ମମତାଙ୍କୁ କଲେ ନିଶାନା ।

ଆସନ୍ତା ୨୩ ତାରିଖରେ ପଶ୍ଚିମବଙ୍ଗରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ରାଜ୍ୟର ୧୫୨ ଜଣ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ଉଠୁଛି ପଡ଼ୁଛି ପ୍ରଚାର ମଇଦାନ। ମତଦାତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ବିଭିନ୍ନ ଦଳ ଲଗାଇଛନ୍ତି ଜି ଜାନ୍ । ମମତା ସରକାରଙ୍କ ଦୁର୍ନୀତି, ଅନୁପ୍ରବେଶକାରୀଙ୍କ ଗୁଣ୍ଡାରାଜ, ସ୍ବାସ୍ଥ୍ୟ, ଶିକ୍ଷା ଆଦିକୁ ମୁଦ୍ଦା କରି ବିଜେପି ପ୍ରଚାର ମଇଦାନରେ ମମତା ଦିଦିଙ୍କୁ ନିଶାନା କରିଛି ।

ଗୋଟିଏ ଲକ୍ଷ୍ୟ, ବଙ୍ଗାଲରେ ଏଥର ମମତା ସରକାରକୁ ଗାଦିଚ୍ୟୁତ କରି ସବକା ସାଥ୍ ଓ ସବକା ବିକାଶ ସହ ବିଜେପି ସରକାର ଗଢିବା । ଆଉ ଏହାକୁ ନିଶ୍ଚିତ କରିବାକୁ ବଙ୍ଗଳା ନେତାଙ୍କ ସହ ମଇଦାନରେ ଝାଳ ବୁହାଉଛନ୍ତି ଓଡ଼ିଆ ନେତା ଓ ମନ୍ତ୍ରୀ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବଡ଼ସାହି ବିଧାୟକ ସନାତନ ବିଜୁଳି ଖଡଗପୁର ବିଧାନସଭା ମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି । କହିଛନ୍ତି, ଏଥର ପରିବର୍ତ୍ତନ ନିଶ୍ଚିତ ହେବା ସହ ମୋଦିଙ୍କ ବିକାଶଧାରାରେ ସାମିଲ ହେବ ପୁରା ବେଙ୍ଗଲ।
ସେପଟେ ବେଙ୍ଗଲରେ ଚାଲିଥିବା ଗୁଣ୍ଡାରାଜକୁ ନେଇ ଅର୍ଗସକୁ EXCLUSIVE ପ୍ରତିକ୍ରିୟା ଦେଇଛନ୍ତି ଖଡ଼ଗପୁର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଦିଲୀପ ଘୋଷ ।

 କହିଛନ୍ତି, ଅନୁଶାସନ ବଦଳରେ ପଶ୍ଚିମବଙ୍ଗରେ ଚାଲିଛି ଅନୁପ୍ରବେଶକାରୀଙ୍କ ରାଜ । ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ରହି କେବଳ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ାଇଛନ୍ତି ମମତା ସରକାର । ଆଉ SIR କାରଣରୁ ୯୧ ଲକ୍ଷ ଭୋଟରଙ୍କ ନାଁ କଟିବା ପରେ ଏବେ ଟିଏମ୍ସି ଦଳର ସୁପ୍ରିମୋଙ୍କ ପାଇଁ ଏହା ବୁମେରାଂ ହୋଇଛି ।
ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ନିର୍ବାଚନୀ ସାଧାରଣ ସଭା କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ବାଲେଶ୍ଵର ସଦର ବିଧାୟକ ମାନସ ଦତ୍ତ ବି ସାମିଲ୍ ହୋଇଥିଲେ । ଆସନ୍ତା ୨୩ ଓ ୨୯ରେ ଦୁଇଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ପଡ଼ିବ ଭୋଟ୍ । ମେ ୪ ତାରିଖ ଭୋଟ ଗଣତି ପରେ ପ୍ରକାଶ ପାଇବ ଫଳାଫଳ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Elections | Kharagpur Assembly Campaign Heats Up: Big Push for Change in West Bengal | Argus News