Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କ ରାତି ଡ୍ୟୁଟି ବନ୍ଦ ନିଷ୍ପତ୍ତି, ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

National

ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କ ରାତି ଡ୍ୟୁଟି ବନ୍ଦ ନିଷ୍ପତ୍ତି, ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

Sangram Tripathy
Browse all articles by Sangram Tripathy
·1 year ago·1 min read
ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କ ରାତି ଡ୍ୟୁଟି ବନ୍ଦ ନିଷ୍ପତ୍ତି, ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ:କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦିନ ଗଡୁଛି ହେଲେ ସରୁନି ନ୍ୟାୟ ଲଢେଇ। ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କ ରାତି ଡ୍ୟୁଟି ବନ୍ଦ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ମହିଳା ଡାକ୍ତରଙ୍କୁ ନାଇଟ୍ ସିଫ୍ଟ ନ ଦେବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସମାଲୋଚନା କରି କହିଛନ୍ତି ସେମାନଙ୍କୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ମହିଳାମାନଙ୍କୁ ଡ୍ୟୁଟିକୁ ଆସିବାକୁ ବାରଣ କରିବାକୁ ସରକାର କିଏ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।

ଜାରି ବିଜ୍ଞପ୍ତିରେ ପରିବର୍ତ୍ତନ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇ ପ୍ରଧାନ ବିଚାରପତି କହିଛନ୍ତି, ଆପଣ କେମିତି କହିପାରିବେ ମହିଳାମାନେ ରାତିରେ କାମ କରିପାରିବେ ନାହିଁ, ସେମାନେ ରିହାତି ଚାହାନ୍ତି ନାହିଁ ବୋଲି। ମହିଳାମାନେ ସମାନ ସିଫ୍ଟରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ଆପଣଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ ପଡ଼ିବ। ଏହାର ସମାଧାନ ହେଉଛି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା। ସୁରକ୍ଷା ପ୍ରଦାନ କରିବା ଆପଣଙ୍କ ଦାୟିତ୍ୱ ଆପଣ ମହିଳାମାନଙ୍କୁ ରାତିରେ କାମ କରିବାକୁ ବାରଣ କରିପାରିବେ ନାହିଁ ବୋଲି କହିଛନ୍ତି କୋର୍ଟ । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଡାକ୍ତରଙ୍କ ୫ ଦାବି ମଧ୍ୟରୁ ୩ ଦାବି ମାନିନେଇଛନ୍ତି ମମତା ସରକାର। ହେଲେ ସବୁ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଡାକ୍ତର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal government's decision to stop women's night duty, Supreme Court raised questions | Argus News