Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମମତାଙ୍କୁ ସାମାଜିକ ବାସନ୍ଦ କଲେ ରାଜ୍ୟପାଳ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ମମତାଙ୍କୁ ସାମାଜିକ ବାସନ୍ଦ କଲେ ରାଜ୍ୟପାଳ

Key Points

  • ମମତାଙ୍କୁ ସାମାଜିକ ବାସନ୍ଦ କଲେ ରାଜ୍ୟପାଳ
  • ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ସଭା କରିବେନି
  • ଅଣ ପ୍ରାଶାସନିକ ସ୍ଥଳରେ ଆସନ ଗ୍ରହଣ କରିବେନି

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟ୍‌କା ପରେ ଝଟ୍‌କା ଲାଗୁଛି । ଗତକାଲି ଡାକ୍ତରଙ୍କୁ ପାଖାପାଖି  ୨ ଘଂଟା ଅପେକ୍ଷା କରିବା ପରେ ବି ସେମାନେ ଆଲୋଚନା କରିବାକୁ ଆସିଲେ ନାହିଁ । ସଚ୍ଚିବାଳୟ ସାମ୍ନାକୁ ଆସି ଫେରିଗଲେ । ସେପଟେ ରାଜ୍ୟପାଳ  ଆନନ୍ଦ ବୋଷଙ୍କ ମନ୍ତବ୍ୟ ଦିଦିଙ୍କ ନିଜ ହଜାଇ ଦେଇଛି । କାରଣ ରୋକଠୋକ୍‌ ରାଜ୍ୟପାଳ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ସେ ବାସନ୍ଦ କରିବେ । ଅର୍ଥାତ୍‌ ତାଙ୍କ ସହ କୌଣସି ସଭା କିମ୍ବା ଅଣ ପ୍ରାଶାସନିକ ସ୍ଥଳରେ ଆସନ ଗ୍ରହଣ କରିବେ ନାହିଁ । ନିଜର ଅସନ୍ତୋଷ ସମ୍ପର୍କରେ ବୋଷ କହିଛନ୍ତି, ସ୍ଵାଧୀନତା ଦିବସ ଉତ୍ସବକୁ କୋଲକାତା ପୁଲିସ କମିସନରଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ତଥାପି ସେ ଜବରଦସ୍ତ ରାଜଭବନ ଭିତରକୁ ପଶିଥିଲେ। ଏହା ଏକ ‘ଅପରଧ’। ଏଭଳି ପୁଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇ ଆସୁଛନ୍ତି ବୋଲି ରାଜ୍ୟପାଳ କହିବା ପରେ ଚର୍ଚ୍ଚା ଆହୁରି ଜୋର ହେଉଛି ।

ଚୌକି ଲୋଭରେ ଦିଦି ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି । କିଛି ଏମିତି କଥା ଏବେ ଜୋରଦାର ଚର୍ଚ୍ଚା ହେଉଛି । କାରଣ ପ୍ରଥମେ ସରକାରୀ ମେଡିକାଲରେ ଦୁଷ୍କର୍ମ ହେବା ପରେ ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ଦିଦି । ଏମିତିକି ପୋଲିସ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପଛାଇ ବି ନଥିଲା । କିନ୍ତୁ ଘଟଣା ଜଣାପଡ଼ିବା ପରେ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଜଣାପଡିଥିଲା । ଗୁରୁତ୍ଵପୂର୍ଣ୍ଣ କଥା ହେଲା ମେଡିକାଲରେ ସେଦିନ ରାତିରେ ଯେଉଁ କାଣ୍ଡ ହୋଇଥିଲା ସେନେଇ ହ୍ଵାଟ୍ସଆପ୍‌ ଗ୍ରୁପରେ ସୂଚନା ବି ଦିଆଯାଇଥିଲା । କିନ୍ତୁ ମେଡିକାଲ ଅଧ୍ୟକ୍ଷ ଘଟଣାରେ ସଂପୃକ୍ତି ଥିବାରୁ ସେମିତି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ସନ୍ଦୀପଙ୍କୁ ସିବିଆଇ ଗିରଫ କରିବା ସହିତ ଇଡି ମଧ୍ୟ ତାଙ୍କ ଘରେ ରେଡ୍‌ ମାରିଛି । ପୁରା ଘଟଣାରେ ରାଷ୍ଟ୍ରପତି ବି ନିନ୍ଦା କରିଛନ୍ତି । ହେଲେ ରାଜ୍ୟପାଳ ଯେଉଁ ବୟାନ ଦେଲେ ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ମୋଟ୍‌ ଉପରେ, ଆର୍‌ଜି କର ମେଡିକାଲ୍‌ କଲେଜରେ ମହିଳା ରେସିଡେଣ୍ଟ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା  ନେଇ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ତୀବ୍ର ଆନ୍ଦୋଳନ ଥମିବାର ନା ନେଉନାହିଁ। କୋଲକାତା ପୁଲିସ କମିସନରଙ୍କୁ ସୁରକ୍ଷା ଓ ଆନ୍ଦୋଳନ ପ୍ରତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ ନେଇ ରାଜ୍ୟପାଳ ଆନନ୍ଦ ବୋଷଙ୍କ ‘ସାମାଜିକ ବାସନ୍ଦ’ ବୟାନ ନୂଆ ଝଡ଼ ସୃଷ୍ଟି କରିଛି। ରାଜ୍ୟପାଳ ବୋଷ କହିଛନ୍ତି, ମମତା ବାନାର୍ଜୀଙ୍କୁ ସେ ସାମାଜିକ ବାସନ୍ଦ କରିବେ। ସେପଟେ, ସିବିଆଇ ରିପୋର୍ଟନୁସାରେ ସଞ୍ଜୟ ରୟ ହିଁ ଦୁଷ୍କର୍ମ ମାମଲାର ମୁଖ୍ୟ ଦୋଷୀ  ଜଣାପଡିଛି । ତେବେ ଏହି ମାମଲାରେ ଆଉ ଏକ ପ୍ରମାଣର ପର୍ଦ୍ଦାଫାଶ ହୋଇଛି । ଆଗାମୀ ଦିନରେ ଦୋଷୀକୁ କି ଦଣ୍ଡ ମିଳୁଛି ତାହା ଦେଖିବାକୁ ବାକି ରହିଲା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal | Argus News