Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସେବେ ଆଳୁ, ଏବେ ଅଣ୍ଡା : ମନମାନି କରୁଛନ୍ତି ଦିଦି !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସେବେ ଆଳୁ, ଏବେ ଅଣ୍ଡା : ମନମାନି କରୁଛନ୍ତି ଦିଦି !

Key Points

  • ପୁଣି ମନମାନି ଆରମ୍ଭ କଲେଣି ଦିଦି
  • ଓଡ଼ିଶା ଗାଡିକୁ ବଙ୍ଗ ସୀମାରୁ ମିଳୁନି ଏଣ୍ଟ୍ରି
  • ୮ ଘଂଟା ବିତିଲାଣି ଚେକ୍‌ଗେଟ୍‌ରେ ଅଟକିଛି ଗାଡ଼ି

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ବ୍ଲାର୍ଡ ଫ୍ଲୁ' ଆନ୍ଧ୍ର ଗାଡ଼ି ଉପରେ ରାଗ ସୁଝାଉଛି ପଶ୍ଚିମବଙ୍ଗ ସରକାର । ଅର୍ଥାତ୍‌ ପିପିଲିରେ କୁକୁଡାଙ୍କ ବ୍ଲାର୍ଡ ଫ୍ଲୁ ହୋଇଛି । ତେଣୁ ଓଡ଼ିଶା ଦେଇ ଆନ୍ଧ୍ରରୁ ଯେଉଁ କୁକୁଡା ଓ ଅଣ୍ଡା ଗାଡି ବଙ୍ଗ ଯାଉଛି ତାହାକୁ ସୀମାରେ ପ୍ରବେଶ କରାଇବାକୁ ଅନୁମତି ଦେଉନି ବଙ୍ଗ ପୋଲିସ । ପାଖାପାଖି ୭୦ରୁ ଅଧିକ ଗାଡ଼ି ସୀମାରେ ଅଟକି ରହିଛି । ଯାହାକୁ ନେଇ ବିବାଦ ବଢିଛି ।

ପୁଣି ପଶ୍ଚିମବଙ୍ଗ ସରକାରର ମନମାନି ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ପ୍ରବେଶ କରିବାକୁ ଦେଉନି ଅଣ୍ଡା, କୁକୁଡା ଗାଡି । ସୁନାକଣିଆ ଚେକ୍ ପୋଷ୍ଟ ନିକଟରେ ଅଟକିଛି ୭୦ରୁ ଅଧିକ ଅଣ୍ଡା ଓ କୁକୁଡ଼ା ବୋଝୋଇ ଟ୍ରକ । ଆନ୍ଧ୍ରପ୍ରଦେଶରୁ- ଆସାମ ଯାଉଥିବା ଗାଡ଼ିକୁ ଛାଡ଼ୁନାହିଁ ପଶ୍ଚିମବଙ୍ଗ ପୋଲିସ । ଗାଡ଼ି ଅଟକିବାର କାରଣ ହେଉଛି, ଓଡ଼ିଶାରେ କୁକୁଡ଼ାକୁ ବାର୍ଡ-ଫ୍ଲୁ ହୋଇଥିବାରୁ ପଶ୍ଚିମବଙ୍ଗ ଓଡ଼ିଶାରୁ କୁକୁଡା ଗାଡି ଓ ଅଣ୍ଡା ଗାଡି ପ୍ରବେଶ ପାଇଁ ଦେଉନାହାନ୍ତି । ପାଖାପାଖି ୮ ଘଣ୍ଟା ବିତିଯାଇ ଥିଲେ ବି ଗାଡିଗୁଡ଼ିକୁ ଛାଡ଼ିବା ନିର୍ଦ୍ଦେଶ ନମିଳିବାରୁ ଓଡ଼ିଶା ଓ ପଶ୍ଚମବଙ୍ଗ ସୀମାରେ ଅଟକି ରହିଛି ଗାଡ଼ି । କେତେ ଗାଡ଼ି ଫେରି ଆସିଥିବା ନେଇ ମଧ୍ୟ ସୂଚନା ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ପୁଣି ବିବାଦରେ ଦିଦି । ମାସେ ତଳେ ଓଡ଼ିଶା ସୀମାରେ ଆଳୁ ଟ୍ରକ୍‌କୁ ଛାଡିନଥିଲେ  । ଏମିତିକି ଗଳାବାଟ ଦେଇ ଆସିବା ବେଳେ ପୋଲିସକୁ ଡରି ଦୁର୍ଘଟଣାର ଶିକାର ହୋଇଥିଲା ଆଳୁ ଗାଡି । ଏହାପରେ ବି ଦିଦିଙ୍କ ଚେତା ପଶିନଥିଲା । ବାରମ୍ବାର ଅଭିଯୋଗ ଓ ଆଲୋଚନା ପରେ ବି ଦିଦି ମାନିନଥିଲେ । ଶେଷରେ ବ୍ୟବସାୟୀ ଆନ୍ଦୋଳନର ଡାକରା ଦେଲେ । ବାଧ୍ୟ ହୋଇ ଦିଦି ନଇଁଲେ, ଆଳୁ ଗାଡି ଛାଡିବାକୁ ଅନୁମତି ଦେଇଥିଲେ । ଏବେ ଆନ୍ଧ୍ରର କୁକୁଡା ଓ ଅଣ୍ଡା ଗାଡିକୁ ଯେଉଁପରି ଭାବରେ ଛାଡୁନାହାନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ପଶ୍ଚିମବଙ୍ଗ ସରକାର ଜାଣିଶୁଣି ବିବାଦ କରୁଛି । ଯଦି ଏମିତି ହେବ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବା ନେଇ ଚେତାବନୀ ଦିଆଯାଇଥିବା ସୂଚନା ମିଳିଛି । ସେପଟେ କାହିଁକି ଗାଡି ଅଟକାଯାଇଛି ସେନେଇ କିନ୍ତୁ ବଙ୍ଗ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Govt Of West Bengal | Argus News