ପଶ୍ଚିମବଙ୍ଗ ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଛି
·2 years ago

ନୂଆଦିଲ୍ଲୀ: ପଶ୍ଚିମବଂଗରେ ସିବିଆଇ ଓ ଏନଏସଜିର ମିଳିତ ରେଡ୍ ବେଳେ ସନ୍ଦେଶଖଲିରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛି ବିଜେପି । ପଶ୍ଚିମବଂଗ ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଛି । ଶାସନ କ୍ଷମତା ଏବେ ଆତଙ୍କବାଦୀ ଓ ଗୁଣ୍ଡାଙ୍କ ହାତରେ ରହିଛି ବୋଲି ବିଜେପି ନେତା ଦିଲୀପ ଘୋଷ ସଂଗୀନ ଅଭିଯୋଗ କରିଛନ୍ତି ।
ଏପରିକି ନିର୍ବାଚନ ପରିଚାଳନା କରିବା ପାଇଁ ସିଆରପିଏଫ୍, ସିଆଇଏସଏଫ୍ ଓ ବିଏସଫ୍ ମୁତୟନ କରାଯାଉଛି । ଟିଏମସିର ପ୍ରୋତ୍ସାହନରେ ଗୁଣ୍ଡାମାନେ ଖୋଲାଖୋଲି ବୁଲୁଛନ୍ତି । ସନ୍ଦେଶଖଲିରୁ ବିପୁଳ ପରିମାଣର ମାରଣାସ୍ତ୍ର ମିଳିବା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ଏନେଇ କେନ୍ଦ୍ରର ହସ୍ତକ୍ଷେପ ଦାବି କରିଛନ୍ତି ବିଜେପି ନେତା ଦିଲୀପ ଘୋଷ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: