Videos
|
National

ଜଗନ୍ନାଥଙ୍କୁ ନେଇ ପଶ୍ଚିମବଙ୍ଗ ବିଧାୟକଙ୍କ ବିବାଦୀୟ ବୟାନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜଗନ୍ନାଥଙ୍କୁ ନେଇ ପଶ୍ଚିମବଙ୍ଗ ବିଧାୟକଙ୍କ ବିବାଦୀୟ ବୟାନ

Key Points

ସୀମା ଲଂଘିଲେ ମମତାଙ୍କ ଅନୁଗତ
TMC ନେତାଙ୍କ ବିବାଦୀୟ ବୟାନ
ଜଗନ୍ନାଥଙ୍କୁ ନେଇ ପଶ୍ଚିମବଙ୍ଗ ବିଧାୟକଙ୍କ ବିବାଦୀୟ ବୟାନ

ଇଏ ପଶ୍ଚିମବଙ୍ଗର ଶାସକ ଦଳ ତୃଣ ମୂଳ କଂଗ୍ରେସର ବିଧାୟକ ଅସୀତ ମଜୁମଦାର। ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଉ ଜଣେ ଚାଟୁକାର। ମମତାଙ୍କ ଚାଟୁକାରିତାରେ ଇଏ ଏମିତି ବୟାନ ଦେଇଛନ୍ତି ଯାହାକୁ ନେଇ ସୃଷ୍ଟି ହୋଇଛି ଆଲୋଡ଼ନ। ମମତା ବାନାର୍ଜୀଙ୍କୁ ଖୁସି କରିବାକୁ ଯାଇ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ନେଇ ଦେଇଛନ୍ତି ଏମିତି ବୟାନ ଯାହା ସବୁ ସୀମା ଲଂଘିଯାଇଛି।

ପ୍ରତିବର୍ଷ ଭଳି ଏଥର ବି ପୁରୀରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦିନ ରଥଟଣା ସରିନଥିଲା। ତା ପରଦିନ ହୋଇଥିଲା ରଥ ଟଣା। କିନ୍ତୁ TMCର ଏ ବିଧାୟକ କହିଛନ୍ତି କୁଆଡ଼େ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର ପୁରୀ ଛାଡ଼ି ଦୀଘା ମନ୍ଦିର ପଳାଇ ଆସିଛନ୍ତି। ସେଥିପାଇଁ ପୁରୀରେ ପରଦିନ ରଥ ଗଡ଼ିଲା। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା TMC ବିଧାୟକଙ୍କ ବିବାଦୀୟ ବୟାନକୁ ନେଇ ଜୋର ଧରିଛି ପ୍ରତିବାଦ। ତୀବ୍ର ନିନ୍ଦା କରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ।

ଦୀଘାରେ ଜଗନ୍ନାଥ ମନ୍ଦିର ହେବା ଦିନଠାରୁ ଲଗାତାର ଶ୍ରୀକ୍ଷେତ୍ର ଓ ଜଗନ୍ନାଥଙ୍କୁ ଅପମାନିତ କରିବାକୁ ଉଦ୍ୟମ କରିଆସୁଛନ୍ତି ମମତା ବାନାର୍ଜୀ ଓ ତାଙ୍କ ଅନୁଗତ। ଦୀଘା ମନ୍ଦିରର `ଜଗନ୍ନାଥ ଧାମ' ନାଁକୁ ହୋଇଛି ଜୋରଦାର ବିରୋଧ। ରଥଯାତ୍ରା ସମୟରେ ପଶ୍ଚିମବଙ୍ଗରେ ମୁସଲମାନ ମିଠା ଦୋକାନୀଙ୍କ ମାଧ୍ୟମରେ ପ୍ରସାଦ ବଣ୍ଟନକୁ ବି ନେଇ ବି ହୋଇଥିଲା ବିବାଦ । ପଶ୍ଚିମବଙ୍ଗ ବିଜେପି ନେତ୍ରୀ ମାଧୁରୀ ଅଗ୍ରୱାଲ୍ କହିଛନ୍ତି ମମତା ବାନାର୍ଜୀ ହିନ୍ଦୁ ଧର୍ମର ବିରୋଧୀ। ବାରମ୍ବାର ଜଗନ୍ନାଥଙ୍କୁ ଅପମାନିତ କରୁଛନ୍ତି ମମତା ଓ ତାଙ୍କ ଅନୁଗତ।

ପଶ୍ଚିମବଂଗ ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ପାଇଁ ଧାମ ନାମକରଣକୁ ଚ୍ୟାଲେଂଜ କରି କୋଲକାତା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଦୀଘାରେ ଜଗନ୍ନାଥ ଧାମ ନାମକରଣ ସମ୍ପୂର୍ଣ୍ଣ ବିଧର୍ମୀ ଏବଂ ମହାପ୍ରସାଦ ନାମରେ ପେଡା ବିକ୍ରି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ।


ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
west-bengal-mla-controversial-statement-on-jagannath | Argus News