Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bus Accident In WB: ଭୟଙ୍କର ଦୁର୍ଘଟଣା ! ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍‌, ୧୦ ମୃତ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
Bus Accident In WB: ଭୟଙ୍କର ଦୁର୍ଘଟଣା ! ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍‌, ୧୦ ମୃତ

Key Points

ରାଉରକେଲାରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । +

ଲୋକଙ୍କ ଉପରେ ମାଡ଼ିଗଲା ହାଇୱା ।

ପଶ୍ଚିମବଙ୍ଗରୁ ଏକ ଦୁଃଖଦ ଖବର ଆସିଛି। ବର୍ଦ୍ଧମାନ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୩୫ ଯାତ୍ରୀ ଆହତ ହୋଇଛନ୍ତି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଏକ ଘରୋଇ ବସ୍ ଧକ୍କା ଦେଇଥିଲା। ବସ୍ ପଛରୁ ଟ୍ରକ୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କିଛି ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିଭଳି ରାଉରକେଲାରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ଲୋକଙ୍କ ଉପରେ ମାଡ଼ିଗଲା ହାଇୱା । ରାଉରକେଲା ହନୁମାନ ବାଟିକା ସାମନାରେ ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି । ଅଟୋ ଓ କାର ଉପରେ ମାଡ଼ିଗଲା ଏକ ହାଇୱା । ରାସ୍ତାକଡ଼ରେ ଠିଆ ହୋଇଥିବା ୬ରୁ ୭ ଜଣଙ୍କ ଉପରେ ଚଢ଼ିଯାଇଛି ହାଇଓ୍ୱା ।


ସ୍କୁଟିରେ ଯାଉଥିବା ଯୁବକ-ଯୁବତୀଙ୍କୁ ୫୦ ମିଟର ଯାଏ ଘୋଷାଡ଼ି ନେଇଛି । ଦୁର୍ଘଟଣାରେ ଉଭୟ ଯୁବକ-ଯୁବତୀ ଗୁରୁତର ହୋଇଛନ୍ତି । ଅଧା ଘଣ୍ଟାରୁ ଅଧିକ ସମୟ ପରେ ପୋଲିସ ପହଞ୍ଚିଥିଲା । ଯୁବତୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲକୁ ପଠାଯାଇଛି । ଡ୍ରାଇଭରକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
At Least 10 Dead, 35 Injured in Pilgrims’ Bus Crash into Parked Truck in West Bengal | Argus News | Argus News